ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖାତିଗୁଡା ପୋଲିସ ର ସଫଳତା 

ତେନ୍ତୁଳିଖୁଣ୍ଟି ୧୩/୦୬/୨୩ –  ଅଭିଯୋଗ ପରେ ତତ୍କାଳ କ୍ରିୟାଶୀଳ ହୋଇ ଖାତିଗୁଡା ପୋଲିସ ଚୋରି ସାମଗ୍ରୀ ସହ ଚୋର କୁ ଗିରଫ କରିଛି। ଶାଢ଼ୀ ,ଗିଫ୍ଟ ସାମଗ୍ରୀ କ୍ୟାସ 1700 ଟଙ୍କା, ଏକ ମୋବାଇଲ ୱାଟର ପମ୍ପ ଜବତ କରିଛି। କେଶ ନମ୍ବର 52 ରେ ମାମଲା ରୁଜୁ ହୋଇଛି। ତଦନ୍ତ ଏଏସ ଆଇ ରାମ ଚନ୍ଦ୍ର କଣ୍ଡାଗାରୀ କରିଥିବା ବେଳେ ଅଭିଯୋଗ କାରୀ ସୁଶୀଲ ପଣ୍ଡା ଙ୍କ ଏତଲା ଭିତ୍ତି ରେ ସାକ୍ଷୀ ଉପସ୍ଥିତି ରେ ଚୋରି ସ୍ଥାନ ତନଖି କରି ଥିଲେ। ପବିତ୍ର କୁମ୍ଭାର(୨୦) ନାମକ ବ୍ୟକ୍ତି କୁ ସନ୍ଦେହ କରି ଅଭିଯୋଗକାରୀ ଙ୍କ ସାଥି ପୋଲିସ କୁ କହିିଥିଲେ । ଉକ୍ତ ବ୍ୟକ୍ତି କୁ ଜେରା କରିବା ବେଳେ ଚୋରିକରିଥିବା ଦୋଷ ସ୍ୱୀକାର କରିବା ସହ ସମସ୍ତ ଚୋରି ସାମଗ୍ରୀ ଫେରାଇଥିଲା। ପେଶାଦାର ଚୋର ହୋଇ ନଥିବାରୁ ଦଫା 448 /380 କେଶ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ସମ୍ମୁଖସ୍ଥ ଠିପି ଖୋଲା ବିଦେଶୀ ମଦ ଦୋକାନ ଚୋରୀ ଉଦ୍ୟମ

masiha

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ

masiha

ପାଣି ଟ୍ୟାଙ୍କରେ ଗଞ୍ଜେଇ ଚାଲାଣ , ୨୧୦ କେଜି ଜବତ ;ଜଣେ ମହିଳା ସମେତ ୮ଗିରଫ 

Sunil Chandra Nayak

Leave a Comment

error: Content is protected !!