ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରା ମଦ ଦୋକାନ ନିକଟରୁ ଦିବ୍ୟାଙ୍ଗ ଯୁବକଙ୍କ ମୃତ ଦେହ ଉଦ୍ଧାର

କାମାକ୍ଷାନଗର (ମ ସୀ ହା)୦୬/୦୪_କଙ୍କଡ଼ାହାଡ଼ ବ୍ଲକ ଖଜୁରିଆ ଗ୍ରାମର ଦିବ୍ୟାଙ୍ଗ ଯୁବକ ମୁନା ନାଟିଆଙ୍କ ମୃତ ଦେହ ଏକ ଚୋରା ମଦ ଦୋକାନ ନିକଟସ୍ଥ ଖକଡା ଗଛରେ ଝୁଲୁ ଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଦିବ୍ୟାଙ୍ଗ ମୁନା ନାଟିଆ ସାବତ ପୁଅ ହୋଇଥିବାରୁ ବାପା ମା କେହି ନ ପଚାରିବାରୁ ସେ ଆଜକୁ ତିନି ବର୍ଷ ହେବ ଖଜୁରିଆ ଗ୍ରାମର କୃଷ୍ଣ ବେହେରାଙ୍କ ଏକ ଚୋରା ମଦ ଦୋକାନରେ ବିକ୍ରେତା ଭାବରେ କାମ କରେ। ସବୁ ଦିନ ପରି ସେ ଚୋରା ମଦ ଦୋକାନରେ ରାତି ଶୋଇ ଥିବା ବେଳେ ଆଜି ସକାଳୁ ଏକ ଖକଡ଼ା ଗଛରେ ରଶିରେ ଝୁଲୁଥିବା ଓ ଗୋଡ଼ ତଳେ ଲାଗିଥିବା ଅବସ୍ଥାରେ ମୃତ ଦେହ ମିଳି ଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟା ହୋଇଥିବା ସନ୍ଦେହ ହୋଇ ଉଠିଛି। ଚୋରା ମଦ ଦୋକାନର ମାଲିକ କୃଷ୍ଣ ବେହେରା ଓ ମୁନା ନାଟିଆର ସାବତ ବାପା ମା କୁ ତଦନ୍ତ ପରିସର ଭୁକ୍ତ କଲେ ଦୋଷୀ ଦଣ୍ଡ ପାଇପାରିବ ବୋଲି ଜନ ସାଧାରଣରେ ଦାବି କରାଯିବା ସହିତ ଆଜକୁ ପାଞ୍ଚ ବର୍ଷ ହେବ ଚୋରାରେ ଗଜି ତଇଳା ରେ ସରକାରୀ ଜାଗାରେ ଘର କରି ଚୋରା ମଦ ବିକ୍ରି କିପରି ହେଉଛି ଏହା ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି ହେବା ସହିତ ତଦନ୍ତ କିପରି ସଠିକ ବାଟରେ ଯିବ ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି।

କାମାକ୍ଷନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଜାମଦା ଥାନା ! ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମ ମାମଲାରେ ୨ କୋର୍ଟ ଚାଲାଣ 

masiha

ଖରିଆର ରୋଡ୍‌ରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ୪ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ

Sunil Chandra Nayak

ନାବାଳିକାଙ୍କ ମୃତ ଶରୀର କୂଅ ରୁ ଉଦ୍ଧାର, ହତ୍ୟା ଅଭିଯୋଗ

masiha

Leave a Comment

error: Content is protected !!