ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୋଲି ପାଳନ ନେଇ ଆମ ପୁଲିସ ର ବୈଠକ 

ହୋଲି ପାଳନ ନେଇ ଆମ ପୁଲିସ ର ବୈଠକ 

ରାଉରକେଲା: ହୋଲି ପାଳନ ନେଇ ସେକ୍ଟର ୧୯ ଥାନା ପକ୍ଷରୁ ଆମ ପୁଲିସ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ପୁଲିସ ତରଫରୁ ଦିଆଯାଇଥିବା ଆଡଭାଇଜରୀ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା। ହୋଲି ପାଳନ ବେଳେ ଡିଜେ ବା ଅନ୍ୟାନ୍ୟ ସାଉଣ୍ଡ ସୁପ୍ରିମକୋର୍ଟ ଗାଇଡ ଲାଇନ ହିସାବରେ ବାଜି ପାରିବ। 

କୈ।ଣସି ଇଙ୍ଗିତ ଧର୍ମୀ ମ୍ୟୁଜିକ ବା ସ୍ଲୋଗାନ ବାଜିପାରିବ ନାହିଁ। କେମିକାଲ ମିଶି ନଥିବା ତଥା ରଙ୍ଗ ଅବିରରେ ହୋଲି ଖେଳାଯିବ। ମଦ୍ୟପାନ କରି ହୋଲି ଖେଳିବା,ଦୃତ ଗତିରେ ଗାଡି ଚଳାଇବା, ମଦ୍ୟପାନ କରି ଗାଡି ଚଳାଇବା କୁ ବାରଣ କରାଯାଇଛି। କାହାର ବିନାନୁମତିରେ ବା ବାଧ୍ୟ ବାଧ୍ୟକତାରେ ହୋଲି ଖେଳାଯିବ ନାହିଁ।ସକାଳୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ହୋଲି ଖେଳାଯିବ। ନାବାଳକ ନାବାଳିକା ତଥା ମଦ୍ୟପ ମାନଙ୍କୁ ନଦୀ ବା ପୁଷ୍କରଣୀରେ ଗାଧେଇ ବାକୁ ବାରଣ କରାଯାଇଛି। ସୋସିଆଲ ମିଡିଆରେ କୌଣସି ପ୍ରକାରର ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ଭଳି ପୋଷ୍ଟ କରାଯିବ ନାହିଁ। ଯଦି କୈାଣସି ଅନୁଷ୍ଠାନ ଶୋଭାଯାତ୍ରା ଆଦି କରିବାକୁ ଚାହୁଁଥାନ୍ତି ତେବେ ସ୍ଥାନୀୟ ଥାନା ପ୍ରଭାରୀଙ୍କ ଠାରୁ ଅନୁମତି ପତ୍ର ନେବାକୁ ବାଧ୍ୟତାମୂଳକ କରାଯାଇଛି। କୈ।ଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଘର ସମ୍ମୁଖ ରେ ଉଚ୍ଚ ସ୍ବରରେ ଲାଉଡ ସ୍ପିକରକୁ ବାରଣ କରାଯାଇଛି। ଏହି ନିୟମକୁ ସମସ୍ତେ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଏଏସଆଇ ମନୋରଞ୍ଜନ ପରିଡ଼ା, କ୍ଷେତ୍ରବାସୀ ଜୟପୁରିଆ,ଏଲ ନାୟକ ଓ ଆମ ପୁଲିସ ତରଫରୁ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ନିହାର ଦାସ, ସନ୍ତୋଷ ସ୍ବାଇଁ, ଗଣେଶ ଜୟସିଂହ, ପଞ୍ଚଦେବ ଯାଦବ,ଆଶାଲାଲ ଯାଦବ, ରମେଶ ଯାଦବ, ରମେଶ ରାୟ, ଶ୍ୟାମଲାଲ ବଡାଇକ, ଏନ୍ ବାବୁ, ଗାବ୍ରିଏଲ ବରୁଆ,ରହମତ୍, ସୁଜିତ କୁମାର ସ୍ବାଇଁ, ସୁଶାନ୍ତ ସ୍ବାଇଁ, ଚନ୍ଦ୍ରମଣି ସାହୁ, ଏମଡି ମିରାଜ ଖାନ୍,ଏମଡି ନୈ।ସାଦ ଖାନ୍,ଅମିର ନୱର ଖାନ୍, ଓମ୍ ପ୍ରକାଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଲମପୁର – ସରକାରୀ ନିୟମ ବାଟ ଓଗାଲିବାରେ ଲାଗିଛି , ମଣ୍ଡିରୁ ଧାନ ଉଠାଣ ହୋଇ ପାରୁ ନାହିଁ ,ବିଷମ ସମସ୍ୟାରେ ଚାଷୀ 

masiha

ତେରେସିଂହାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ରଥ ଯାତ୍ରା ପାଇଁ ଆଜି ପୁରୀ କୁ ଗଡ଼ିଲା ରଥଯାତ୍ରା ସ୍ପେଶାଲ ଟ୍ରେନ, ପତାକା ଦେଖାଇ ଶୁଭାରମ୍ଭ କଲେ କଳାହାଣ୍ଡି ସାଂସଦ

masiha

Leave a Comment

error: Content is protected !!