ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା +୨ କଲେଜରେ ସଚେତନତା କର୍ମଶାଳା

ତେରେସିଂହା +୨ କଲେଜରେ ସଚେତନତା କର୍ମଶାଳା

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ୍ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତେରେସିଂହା ଠାରେ ଏଡ଼ସ୍ ଓ ରକ୍ତଦାନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଜୟନ୍ତ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଚ୍. ଆଇ. ଭି, ଏଡ଼ସ୍ ଓ ରକ୍ତଦାନ ସମ୍ବନ୍ଧୀୟ ଉପକାରିତା ଉପରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମକୁ ୱାଇଆରସି କାଉନସିଲର ମୁକେଶ କୁମାର ବହିଦାର ପରିଚାଳନା କରିଥିଲେ l ବରିଷ୍ଠ ଅଧ୍ୟାପକ ଆଭାସ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ କିପରି ଏଚ୍. ଆଇ. ଭି, ଏଡ଼ସ୍ ରୁ ନିଜକୁ ସୁରକ୍ଷା ଦେବା ଓ ରକ୍ତଦାନ ର ସମ୍ପର୍କ ରେ ଆଲୋକପାତ କରିଥିଲେ l ଏହି ଅବସରରେ ଏକ ସଚେତନତା ରାଲି କରାଯାଇଥିଲା l ଏଥିରେ ବିଦ୍ୟାଳୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l 

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଡେଣ୍ଡ୍ରୋବାହାଲିରେ ପାନୀୟଜଳ ସଙ୍କଟ, ପାଣି ଟେଙ୍କର୍ ମାଧ୍ୟମରେ ହେଉଛି ଜଳ ଯୋଗାଣ 

ଉମରକୋଟ ସହରରେ ପ୍ରଥମ ଥର ପାଇଁ ପଶିଲା ଭାଲୁ, ଲୋକେ ଭୟଭୀତ

masiha

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ.

masiha

Leave a Comment

error: Content is protected !!