ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗାଶଙ୍କର କର ଥିଲେ କିଙ୍ଗମେକର  କଳାହାଣ୍ଡି ଆଇନ ମହାବିଦ୍ୟାଳୟରେ ଶୋକସଭା

ଦୁର୍ଗାଶଙ୍କର କର ଥିଲେ କିଙ୍ଗମେକର 

କଳାହାଣ୍ଡି ଆଇନ ମହାବିଦ୍ୟାଳୟରେ ଶୋକସଭା

ଭବାନୀପାଟଣା, ୨୨/୦୩-କଳାହାଣ୍ଡି ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା, ରାଜନେତା ଓ ବିଶିଷ୍ଟ ସମାଜସେବୀ ଦୁର୍ଗା ଶଙ୍କର କରଙ୍କ ବିୟୋଗ ଘଟିଛି। ଆଜି ତାଙ୍କ ଉଦ୍ଦେଶ୍ୟରେ ଆଇନ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ପରିଚାଳନା କମିଟିର ସାଧାରଣ ସଂପାଦକ ପ୍ରଦୀପ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ସୁନୀଲ କୁମାର ମୁଣ୍ଡ ଯୋଗ ଦେଇ ସ୍ୱର୍ଗତ କରଙ୍କ ସ୍ମୃତିଚାରଣ କରିଥିଲେ। କଳାହାଣ୍ଡି ସହିତ ସମଗ୍ର ପଶ୍ଚିମ ଓଡ଼ିଶାରେ ଅନେକ ବିଚାରପତି, ଆଇନଜୀବୀ ସୃଷ୍ଟି କରିବାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କଳାହାଣ୍ଡି ଆଇନ ମହାବିଦ୍ୟାଳୟ ଅଗ୍ରଣୀ ଆଉ ଅଦ୍ଵିତୀୟ ଭୂମିକା ଗ୍ରହଣ କରିଛି। ତାଙ୍କ ବିୟୋଗ ସାରା କଳାହାଣ୍ଡି ତଥା ପଶ୍ଚିମ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତ ରଖିଥିଲେ। ଶୋକସଭାରେ ଅଧ୍ୟାପକ ନରେନ୍ଦ୍ର ମାହାର, ହରିଶ ବେହେରା, ଅବିନାଶ ପୁରୋହିତ, ଦୀପ୍ତିରାଣୀ ପଟ୍ଟନାୟକ, ସତ୍ୟେନ ଚୌଧୁରୀ ପ୍ରମୁଖ ସ୍ବର୍ଗତ କରଙ୍କ ସମାଜ ପ୍ରତି ତାଙ୍କର ଅବଦାନ ଓ ଜୀବନବ୍ୟାପି ସାଧନାକୁ ଆଲୋଚନା କରିବା ସହିତ ତାଙ୍କର ଅଦମନୀୟ ବ୍ୟକ୍ତିତ୍ୱ ସମ୍ପର୍କରେ ଚର୍ଚ୍ଚା କରିଥିଲେ। ଏହି ଶୋକସଭାରେ ମହାବିଦ୍ୟାଳୟର କର୍ମକର୍ତ୍ତା ଯୁଧିଷ୍ଠିର ବିଶି, ହେମନ୍ତ ଦାସ, ବିକ୍ରମ ମୁଣ୍ଡ, କ୍ରିଷ୍ଣା ରାଉତ, ସୁନୀଲ ସିଂ ସହିତ ବହୁସଂଖ୍ୟାରେ ଆଇନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

( ମ ନି ସ ) 

Related posts

କଳପଡାରେ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ରିଷିଡା: ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

masiha

ପୋଖରୀ ପାଣି ବିସାକ୍ତ,ବଡଟିକରା ଗୁଡା,ସଂକ୍ରମଣ ଆଶଙ୍କା

masiha

Leave a Comment

error: Content is protected !!