ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱରାଜ ପକ୍ଷରୁ ଚାଷୀଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ

ରାଇଘର ୧୬/୪ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୋଟପାରା ଠାରେ ଆଜି ସ୍ୱରାଜ ପକ୍ଷରୁ ଚାଷୀ ମାନଙ୍କୁ ନେଇ ଏକ ମାଗଣା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସ୍ୱରାଜ ଟ୍ରାକ୍ଟର ଡିଲର୍‌ ମନୋଜ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀର୍ଘ ୧୫ ବର୍ଷ ଋ ଊର୍ଧ୍ୱ ଦିନ ଧରି ସ୍ୱରାଜ କମ୍ପାନୀ ଅଂଚଳରେ ଏହିଭଳି ଚାଷୀ ମାନଙ୍କୁ ସହଯୋଗ କରି ଆସୁଥିବା କହିଥିଲେ l ସମ୍ମାନୀତ ଅତିଥି ଭାବେ କମ୍ପାନୀର ଏରିଆ ମେନେଜେର୍ ହିମାଂଶୁ ଗୁପ୍ତା ଯୋଗ ଦେଇ କମ୍ପାନୀର ଏକ ନୁଆ ମଡେଲ୍ କୁ ଉନ୍ମୋଚନ କରିଥିଲେ l ଏଥିସହିତ ଏହି ଅବସରରେ ସ୍ଥାନୀୟ ବ୍ଲକର ବିଭିନ୍ନଅଂଚଳରୁ ଶତାଧିକ ଚାଷୀ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ରୁ ଊର୍ଧ୍ୱ ଚାଷୀମାନଙ୍କ ସ୍ୱରାଜ ଟ୍ରାକ୍ଟର ଗୁଡ଼ିକର ମାଗଣା ସର୍ବିସିଂ କରାଯାଇଥିଲା l ଚାଷୀ ମାନଙ୍କୁ ବିଭିନ୍ନ ଉପକରଣ ବ୍ୟବହାର ସହିତ ଉନ୍ନତ ମାନର ଚାଷ ସମ୍ପର୍କରେ କମ୍ପାନୀ ପକ୍ଷରୁ ବୁଝା ଯାଇଥିଲା l ଏହି ଅବସରରେ ଆୟୋଜିତ କମ୍ପାନୀର କର୍ମଚାରୀ ନୀତିସ କୁମାର, ଅଝର୍ ଖାନ୍, ହେମଲାଲ୍ ସାହୁ, ନାରାୟଣ କଲାର,ପବନ ଶର୍ମା ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସହାୟତା ପ୍ରଦାନ କରିଥିଲେ l ଏହିି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରୁ ନବୀନ ସାନ୍ତା, ସୁବଲନ୍ ସାନ୍ତା, ପ୍ରଶାନ୍ତ ପାଣିଗ୍ରାହୀ, ଦେବେନ୍ଦ୍ର ମିଶ୍ର, କିରଣ ପଟ୍ଟନାୟକ, ସୁଜିତ ପଣ୍ଡା, ସାଇ କ୍ରିଷ୍ଣା, ବିଶ୍ୱଜିତ ମହରଣା, ଜଗତ୍ ଜୀବନ ନାୟକ ଓ ଭୁବନେଶ୍ବର ସୁନାନୀ ପ୍ରମୂଖ ଯୋଗ ଦେଇ ଉପସ୍ଥିତ ଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ତଥା ଢେ଼ଙ୍କାନାଳର ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ

Sunil Chandra Nayak

କାମାକ୍ଷାନଗର ମହୋତ୍ସବ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

Sunil Chandra Nayak

ଜେ କ କାଗଜ କଳ ରେ 53 ତମ ଜାତୀୟ ନିରାପତ୍ତା ସପ୍ତାହ ପାଳନ

masiha

Leave a Comment

error: Content is protected !!