ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲାଞ୍ଜିଗଡ଼ ବିଜେଡି ପକ୍ଷରୁ ବିଶ୍ଵନାଥପୁର ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ

ଲାଞ୍ଜିଗଡ଼ ବିଜେଡି ପକ୍ଷରୁ ବିଶ୍ୱନାଥପୁର ବିଯୁଜନତାଦଳ କାର୍ଯ୍ୟାଳୟ ଠାରେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେ଼ଇଙ୍କ ନେତୃତ୍ୱରେ ମହାନ ଜନନାୟକ,ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ଦିବସ ପାଳନ କରାଯାଇଛି। ଏଥିରେ ପୂର୍ବତନ ଉପାଧ୍ୟକ୍ଷ ତଥା ପାହାଡ଼ ପଦର ସମିତି ସଭ୍ୟ ଜଗଦୀଶ ବେନିଆ, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ସମିତି ସଭ୍ୟ ଅଜିତ ପ୍ରଧାନୀ, ମନୋରଂଜନ ବିଶି, ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ, ବନମାଳୀ ମାଝୀ, ବନମାଳୀ ଦଳେଇ,କୃଷ୍ଣ ଚନ୍ଦ୍ର ଘଡେ଼ଇ, ଜଗବନ୍ଧୁ ପ୍ରଧାନୀ, ସମେତ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ରହି ବିଜୁପଟ୍ଟନାୟକ ଫୋଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି, ଓଡ଼ିଆ ସ୍ବାଭିମାନର ସୁରକ୍ଷା ସହ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ଲୋକଙ୍କ ହୃଦୟରେ ସ୍ମରଣୀୟ ରହିବେ ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ସନ୍ତୋଷ କୁମାର ତୁଳ, ବିଶ୍ୱନାଥପୁର

Related posts

ଧର୍ମଗଡ ରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେଲେ ସୁଧୀର ରଞ୍ଜନ ପଟ୍ଟଯୋଷୀ

masiha

ଡାବୁଗାଁ ଠାରେ ଜିଲା ଭାଜପା କୃଷକ ମୋର୍ଚ୍ଚା ବୈଠକ 

masiha

ଜିଲ୍ଲାସ୍ତରୀୟ ବିଜେପିର ଷଷ୍ଠତମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!