ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳ ଦଳ ଛାଡିଲେ କଲମପୁର ର ପୁର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ

ବିଜୁ ଜନତା ଦଳ ଦଳ ଛାଡିଲେ କଲମପୁର ର ପୁର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ

 କଳାହାଣ୍ଡି ଜିଲ୍ଲା ତଥା କଲମପୁର ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ବିଜେଡିର ପ୍ରାଥମିକ ସଦସ୍ୟ ପଦବୀ ରୁ ଇସ୍ତଫା ଦେଇଛନ୍ତି।ଏନେଇ ସେ ଧର୍ମଗଡ ସହର ହୋଟେଲ ରାଜରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପକ୍ଷ ରଖିଛନ୍ତି। ସେ ପଛୁଆ ବର୍ଗ ରୁ ଦିର୍ଘ ବର୍ଷ ଧରି ବିଜେଡି ଦଳ ରେ ରହି ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକ୍ରମ କୁ ପ୍ରଚାର ପ୍ରସାର କରିବା ସହ ବିଗତ ୧୦ ବର୍ଷ ହେଲା ସହ ଦଳ ର ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ଭାବେ କାର୍ଯ୍ୟ କରି ଆସୁଥିଲେ ହେଲେ ଦଳ ପକ୍ଷରୁ ସବୁ ସମୟରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସଂପ୍ରତି କିଛି ବର୍ଷ ହେଲା ଅମଳାତାନ୍ତ୍ରିକ ଶାସନ, ଚାଷୀମାନଙ୍କ ସମସ୍ୟା ପ୍ରତି ଉଦାସୀନତା ଓ ଚାଷୀଙ୍କୁ ଶୋଷଣ ରେ ମୁଁ ଅତ୍ୟନ୍ତ ମର୍ମାହତ,ପୁନଶ୍ଚ ଆଗାମୀ ବିଧାନସଭା ନିର୍ବାଚନରେ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ଅନେକ ଉପଯୁକ୍ତ ଆଶାୟୀ ପ୍ରାର୍ଥି ଥିବା ବେଳେ ନିର୍ବାଚନ ମଣ୍ଡଳୀ ବାହାରୁ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ଦଳୀୟ ପ୍ରାର୍ଥୀ କରିବା ହେତୁ ଅଞ୍ଚଳର ସକ୍ରିୟ କର୍ମୀମାନଙ୍କୁ ଶକ୍ତ ଧକ୍‌କା ଲାଗିଛି ଓ ଏହି ଅଞ୍ଚଳର ଭୋଟର ଓ କର୍ମୀଙ୍କୁ ଅପମାନ ଅଟେ ବୋଲି ସେ ଅଭିଯୋଗ କରି ମାନନୀୟ ସଭାପତି ଓଡିଶା ରାଜ୍ୟ ବିଜୁ ଜନତା ଦଳ, ଭୂବନେଶ୍ବର ଙ୍କୁ ତାଙ୍କର ଇସ୍ତଫା ପତ୍ର ଦେଇଥିବା ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି। ହେଲେ ଶ୍ରୀ ସାହୁ କେଉଁ ଦଳରେ ଯୋଗଦେବେ ତାହା ସେ ସ୍ପଷ୍ଟ କରିନାହାନ୍ତି।

ବିଜୁ ଜନତା ଦଳ ରୁ ତାଙ୍କର ଇସ୍ତଫା ପରେ ଅଞ୍ଚଳରେ କେତେ ପ୍ରଭାବ ପଡ଼ିବ ଓ ରାଜନୀତି ସମୀକରଣ କଣ ହେବ ସେ ନେଇ ସାଧାରଣ ଜନତା ଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ରାଇରଙ୍ଗପୁରରେ ପଶ୍ଚିମ ମୟୂରଭଞ୍ଜ ନୂତନ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

masiha

ବିଧାୟକ ପ୍ରଦିପ ଦିଶାରୀ ହେଲେ କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ ସଭାପତି

Sunil Chandra Nayak

ରାଇରଙ୍ଗପୁର ରେ ପ୍ରାକ୍ତନ ଓଡିଶା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!