ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ଛାଡି ବିଜେପିରେ ମିଶିଲେ ବଡ଼ଟେମରା ପଂଚାୟତର ସରପଞ୍ଚ, ୱାର୍ଡ ସଭ୍ୟ ଓ କର୍ମୀ

ବିଜେଡି ଛାଡି ବିଜେପିରେ ମିଶିଲେ ବଡ଼ଟେମରା ପଂଚାୟତର ସରପଞ୍ଚ, ୱାର୍ଡ ସଭ୍ୟ ଓ କର୍ମୀ 

ନବରଙ୍ଗପୁର:(ତା ୨୦/୦୮)(ରବିନାରାୟଣମହାନ୍ତି)-ଦିନଥିଲା ନବରଙ୍ଗପୁର ଜିଲ୍ଲାର ଝରୀଗାଁ ନିର୍ବାଚନ ମଣ୍ଡଳୀ ଏକ ବିଜେଡି ଗଡ଼ ଭାବେ ବେଶ ପରିଚିତ ଥିଲା |ବ୍ଲକର ପ୍ରତି ପଂଚାୟତରେ ଶତାଧିକ ସଂଖ୍ୟାରେ ବିଜେଡିର କର୍ମୀ ଓ ସମର୍ଥକ ରହିଥିଲେ |ବ୍ଲକର ୯୦ପ୍ରତିଶତ ସରପଞ୍ଚ, ନାଏବ ସରପଞ୍ଚ ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମଧ୍ୟ ବିଜେଡି ସମର୍ଥକ ଥିଲେ |ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପରାଜିତ ହେବା ପରଠାରୁ ଗଡ଼ ଧୀରେ ଧୀରେ ଭୁଶୁଡିବାରେ ଲାଗିଛି |ଅନେକ ଦଳୀୟ ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ କର୍ମୀମାନେ ବିଜେଡି ଛାଡି ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଲୁଛି |ବ୍ଲକର ବଡ଼ ଟେମରା ପଂଚାୟତର ସରପଞ୍ଚ, ନାଏବ ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟାମାନେ କାଲି ଭୁବନେଶ୍ୱର ସ୍ଥିତ ବିଜେପି ଭବନରେ ପହଂଚି ଉଭୟ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି |ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ତଥା ଶାସନ ବ୍ୟବସ୍ଥାରେ ପ୍ରଭାବିତ ହୋଇ ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶୁଥିବା ସୂଚନା ମିଳିଛି |ବଡ଼ ଟେମରା ସରପଞ୍ଚ ଯମୁନା ମୁଦୁଲୀ,ନାଏବ ସରପଞ୍ଚ ବିମଳା ଯାନୀ,ୱାର୍ଡ ସଭ୍ୟା ଯଶୋଦା ମୁଦୁଲୀ,ୱାର୍ଡ ସଭ୍ୟା ଘାସିନୀ ଯାନୀ,ୱାର୍ଡ ସଭ୍ୟା ମଇନା ମାଝୀ,ୱାର୍ଡ ସଭ୍ୟା ସୁଜାତା ହରିଜନ,ୱାର୍ଡ ସଭ୍ୟ ଶ୍ରୀଧର ମୁଦୁଲୀ,ୱାର୍ଡ ସଭ୍ୟ ମନବୋଧ ଯାନୀଙ୍କ ସମେତ ଗୋବିନ୍ଦ ଯାନୀ, ଡମେନ ଯାନୀ,ସୁରୁ ହରିଜନ,ଦେବୀସିଂ ମୁଦୁଲୀ ଆଦି ବିଜେଡି କର୍ମୀ ବିଜେପିରେ ସାମିଲ ହେଉଛନ୍ତି |ନୂତନଭାବେ ଦଳରେ ସାମିଲ ହୋଇଥିବା ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ଓ କର୍ମୀମାନଙ୍କୁ ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ନରସିଂହ ଭତରା ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ଦଳକୁ ସ୍ୱାଗତ ଜଣେଇଛନ୍ତି |ଅନ୍ୟାନ୍ୟ କର୍ମୀ ମାନଙ୍କ ମଧ୍ୟରେ ସୁଦନ ଶର୍ମା,ଚଚା ମଣ୍ଡଳ ପ୍ରଭାରୀ ବୁଲୁ ଷଡ଼ଙ୍ଗୀ,ବସନ୍ତ ମାଝୀ,ସାଧାରଣ ସମ୍ପାଦକ ପ୍ରତାପ କୁମାର ଦୁରିଆ,କୁନୁ ତିୱାରୀ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ରହି ନୁଆଁରେ ଦଳରେ ସାମିଲ ହେଉଥିବା କର୍ମୀମାନଙ୍କୁ ସ୍ୱାଗତ ଜଣେଇଥିଲେ |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଭାରତୀୟ ଜନତା ପାର୍ଟି ତରଫ ରୁ ସେବା ପକ୍ଷ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଏସ ଆଇ ଟି ତଦନ୍ତ ଓ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଇସ୍ତଫା ସମେତ ୧୩ ଦଫା ଦାବିରେ ମିଳିତ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ରାଉରକେଲା ରେଳଷ୍ଟେସନ ସମ୍ମୁଖରେ ଗଣଧାରଣା

Sunil Chandra Nayak

ବିଜେଡି ର ଜନସମ୍ପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!