ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଲକତାରେ ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀଙ୍କୁ ଗଣ ବଳାତ୍କାର ଓ ହତ୍ଯା ପ୍ରତିବାଦ ନେଇ ରାଇରଙ୍ଗପୁର ମାରଓ୍ବାଡି ମହିଳା ସମିତି ତରଫରୁ ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ 

କୋଲକତାରେ ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀଙ୍କୁ ଗଣ ବଳାତ୍କାର ଓ ହତ୍ଯା ପ୍ରତିବାଦ ନେଇ ରାଇରଙ୍ଗପୁର ମାରଓ୍ବାଡି ମହିଳା ସମିତି ତରଫରୁ ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ 

 ମୟୂରଭଞ୍ଜ – ୨୦/୦୮ ( ମସିହା)କୋଲକାତାର ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଦିତୀୟ ଵର୍ଷ ପିଜି ଛାତ୍ରୀଙ୍କୁ ଗତ ଅଗଷ୍ଟ ୯ ରାତ୍ରରେ ଅମାନୁଷିକ ବିଭତ୍ସଭାଵେ ଗଣ ବଳାତ୍କାର ଓ ହତ୍ଯା ମାମଲା ନେଇ ସାରା ଦେଶ କମ୍ପୁଛି, ଜଳୁଛି,ତାତୁଛି । ସାରା ଦେଶରେ ଡାକ୍ତର ,ନାଗରିକ ମଂଚ, ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଂଗଠନ, ବିଭିନ୍ନ ମହିଳା ସଂଗଠନ ମଧ୍ୟରେ ଶୋକରେ ଛାୟା ଖେଳିବା ସହ ଆନ୍ଦୋଳନ ଓ ପ୍ରତିବାଦ ଚାଲିଛି। ସାରା ଦେଶ ଘଟଣାକୁ ନେଇ ସ୍ତବ୍ଧ ଓ ହତଵାକ ହୋଇ ଯାଇଛି ।ସମସ୍ତ ଅଭିଭାବକ ,ଅଭିଭାବିକା ସେମାନଙ୍କ ଅଲିଅଳ ଝିଅର ଭବିଷ୍ୟତ ଓ ଜୀବନକୁ କୁ ନେଇ ଚିନ୍ତିତ । ଆଇନ ଯେତେ କଠୋର ହେଲେ ମଧ୍ୟ ଅସାମାଜିକଙ୍କ ମଧ୍ୟରେ ମାନବିକତା ହେଉଛି ଓ ପାଶବିକ ଵଢୁଛି ।ଆଇନକୁ ଫୁ କରି ଦେଉଛନ୍ତି ।ସବୁ ମୂଳରେ ଡ୍ରଗ୍ସ ଓ ନିଶା କବଳରେ ମାତ୍ରାଧିକ ଦୁଷ୍କର୍ମ, ହତ୍ୟା, ବଳାତ୍କାର, ବ୍ୟଭିଚାର ଘଟୁଛି ବୋଲି ଜନ ସାଧାରଣ କହୁଛନ୍ତି । ଏଭଳି ହୃଦଵିଦାରକ,ଛାତିଥରା, ଲୋମହର୍ଷଣକାରୀ ଧର୍ଷଣ ଓ ବଳାତ୍କାର ମାମଲାର ପ୍ରତିବାଦ ନେଇ ରାଜରାସ୍ତାକୁ ଓହ୍ଲାଇଛି ମାରଓ୍ବାଡି ମହିଳା ସମିତି, ରାଇରଙ୍ଗପୁର ଶାଖା, ରାଇରଙ୍ଗପୁର ବଣିକ ସଂଘ ଏବଂ କେରଳ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ। ଆଜି ମଙ୍ଗଳବାର ଅପରାହ୍ନରେ ଏକ ବିଶାଳ ଶୋଭାଯାତ୍ରାରେ ମହିଳାମାନେ ପ୍ଳାକାର୍ଡ ଧରି ସହର ପରିକ୍ରମା କରି ମୃତ ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ମିଳିବା ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଥିଲେ ।ମୃତ ଡାକ୍ତରାଣୀଙ୍କୁ ନ୍ୟାୟ ମିଳୁ ।ଘଟଣାର ସଠିକ୍ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ମାନଙ୍କୁ କଠୋରରୁ କଠୋର ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାପାଇଁ ଦାବି କରିଥିଲେ । ପରେ ମହିଳା ପ୍ରତିନିଧି ଦଳ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ବିଭିନ୍ନ ଦାବି ନେଇ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିବାଦ ସଭାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଅବସରପ୍ରାପ୍ତ ଏସଡିମଓ ଡଃ ପି କେ ମାଣିକେଶ୍ଵରୀ, ମହିଳା ସମିତି ଉପଦେଷ୍ଟା ପାରୁଲ ବା ଗାଡିଆ, ମହିଳା ସମିତି ସଭାନେତ୍ରୀ ମୀରା ଅଗ୍ରୱାଲ, ସଂପାଦକ ମୀନା କେଡିଆ, କୋଷାଧ୍ୟକ୍ଷ କୀରଣ ଅଗ୍ରଓ୍ବାଲ,ଅଶୋକ ଅଗ୍ରୱାଲ,ରାମ ଅବତାର କେଡିଆ,ବନ୍ଦନା ଭୂତ, କାଉନସିଲର କ୍ରୀଷ୍ଣା ସ୍ବାମୀ ,ଶାନ୍ତି ଅଗ୍ରୱାଲ,ବବିତା ଢଣଢଣିଆ,ମଂଞ୍ଜୁ ମହାନ୍ତି,ସଂଙ୍ଗିତା ମହାନ୍ତ ,କୁଳଦୀପ କୌରଙ୍କ ସମେତ ଶତାଧିକ ମହିଳା ଶୋଭାଯାତ୍ରାରେ ସାମିଲ ହୋଇ ପ୍ରତିବାଦ, ଅସନ୍ତୋଷ,କ୍ଷୋଭ ପ୍ରକାଶ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ତେରେସିଂହା ରେ ରୋଗୀବଲା ଯାତ୍ରା

Sunil Chandra Nayak

ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ରିଜର୍ଭ ପଡିଆ ଠାରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ବିଧାୟକଙ୍କ ଆପେଣ୍ଡିକ୍ସ ଅପେରସନ ସଫଳ 

masiha

Leave a Comment

error: Content is protected !!