ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିନ୍ନର ସଂଘ ପକ୍ଷରୁ ବିଦ୍ୟାଳୟରେ ଖାତା ବଣ୍ଟନ

ନର୍ଲା (ମନିସ) ନର୍ଲା ବ୍ଲକ୍ ଅନ୍ତର୍ଗତ ଭଟାଙ୍ଗ ଉ.ପ୍ରା ବିଦ୍ୟାଳୟରେ ସେବାକାରୀ କିନ୍ନର ସଂଘ ନର୍ଲାରୋଡ ପକ୍ଷରୁ ଭଟାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଖାତା,କଲମ ବଣ୍ଟନ କରାଯାଇଛି। ଏହା ସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗାଇବା ଉପରେ ମାର୍ଗ ଦର୍ଶନ କରାଯାଇଥିଲା। ବିଭିନ୍ନ ସମୟରେ ନର୍ଲା ରୋଡ କିନ୍ନର ସଂଘ ଜନସେବା କାର୍ଯ୍ୟ ହାତକୁ ନେଇ ପ୍ରଶଂସିତ ହେଉଥିବା ବେଳେ ଏଥର ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଖାତା ଓ କଲମ ବିତରଣ କରି କିନ୍ନରମାନେ ଛାତ୍ରଛାତ୍ରୀ ମାନଙ୍କ ପ୍ରିୟ ହୋଇଛନ୍ତି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ସେବାକାରୀ କିନ୍ନର ସଂଘର ସଭାନେତ୍ରୀ କାମିନୀ କିନ୍ନର, ଉପ ସଭାନେତ୍ରୀ ପାୟଲ କିନ୍ନର, କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ତଥା କବି ମଧୁସୂଦନ ରାଉତ,ଗଗନ ବିହାରୀ ସା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା କମଳିନୀ ଜାନି ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେବାକାରୀ କିନ୍ନର ସଂଘର କୋଷାଧ୍ୟକ୍ଷ ରାଜୁ ଯୁଏଡ, ଦୁର୍ଗା କିନ୍ନର,ତାନିଆ କିନ୍ନର, ରିୟା, ରିତା, ରେଖା, ଅଞ୍ଜଳି ଓ ସୋନାଲି କିନ୍ନର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। 

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସାମ୍ବାଦିକ ଙ୍କ ମାତୃ ବିୟୋଗ

masiha

ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜମଉଜ ଆସନ୍ତା ୧୨ ଓ ୧୩ରେ

ଝିପିଝିପି ବର୍ଷା: ଚିନ୍ତାରେ ଧାନ ଓ କପା ଚାଷୀ

masiha

Leave a Comment

error: Content is protected !!