ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବନ ମହୋତ୍ସବ ସପ୍ତାହ ପାଳିତ

ନବରଙ୍ଗପୁର,୫/୭(ମସିହା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ସ୍ଥିତ ରାଜ୍ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୭୪ତମ ବନ ମହୋସବ ପାଳିତ ହୋଇଯାଇଅଛି l ଅନୁଷ୍ଠାନର ଯୁବ ରେଡ କ୍ରସ ବିଭାଗ ଜାତୀୟ ସେବା ଯୋଜନା ଏବଂ ସ୍ଥାନୀୟ ବନ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ତହସିଲଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, କୋଷାଗୁମୁଡା ଗୋଷ୍ଠୀ ଉନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟଜ ସ୍ଥାନୀୟ ରେଞ୍ଜର ବିଦ୍ୟୁତ ବିଶ୍ୱାସ କୋଷାଗୁମୁଡ଼ା ବ୍ଲକ୍ ଅଧକ୍ଷା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ l ଯୁବ ରେଡ଼କ୍ରସ ଅଧିକାରୀ ଅଖିଳ କୁମାର ଭଟ୍ଟ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେl ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଅତିଥି ମାନେ ଜଙ୍ଗଲ ଅବକ୍ଷୟ ଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ହୋଇ ଆମ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି l ଏଥିରୁ ରକ୍ଷା ପାଇବା ପାଇଁ ଆଗାମୀ ୫୦ ବର୍ଷ ପାଇଁ ପରିବେଶକୁ ସନ୍ତୁଳିତ ରଖିବାକୁ ହେଲେ ସମସ୍ତେ ଜନ୍ମଦିନ ବିବାହ ଉତ୍ସବ ରେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଉପଦେଶ ଦେଇଥିଲେl ସ୍ଥାନୀୟ ବନପlଳ ପ୍ରଭାତ ବିଷୋୟୀ ଓ ବନରକ୍ଷୀ ଦୀପକ ପ୍ରଧାନ ଓ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଙ୍କ ସହଯୋଗ ରେ ଆରମ୍ଭ ହୋଇଥିବା ବନ ମହୋତ୍ସବ କାର୍ଯ୍ୟକର୍ମରେ ମହାନିମ୍ବ,ବେଲ, କୃଷ୍ଣଚୂଡ଼ା ରାଧାଚୂଡ଼ା, ଅଁଳା ,ବାହାଡା,ଚାକୁଣ୍ଡା ଭଳି ଅନେକ ଔଷଧୀୟ ଗୁଣ ସମ୍ପନ୍ନ ଚାରା ରୋପଣ କରାଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

सामाजिक कार्यकर्ता श्रीप्रकाश चंद्र महापात्र को राष्ट्रीय युवा प्रतिभा पुरस्कार से सम्मानित किया गया है

masiha

ସହିଦ୍ ସମ୍ମାନ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!