ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥା ଘେରରେ ରିଷିଡା ବସ୍ ଷ୍ଟାଣ୍ଡ

ଅବ୍ୟବସ୍ଥା ଘେରରେ ରିଷିଡା ବସ୍ ଷ୍ଟାଣ୍ଡ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ଥିବା ବସଷ୍ଟାଣ୍ଡ ଅବ୍ୟବସ୍ଥାରେ ରହିଛି । ବଲାଙ୍ଗିର କଳାହାଣ୍ଡି ତଥା ଭୁବନେଶ୍ୱର ରୁ ଅନେକ ଯାତ୍ରୀବାହୀ ବସ ରିଷିଡା ଦେଇ ଯାତାୟତ କରେ । ଏଠାରେ ଏକାଧିକ ବସ ରାତ୍ରି ଯାପନ ମଧ୍ୟ କରିଥାନ୍ତି । କିନ୍ତୁ ରିଷିଡା ବସଷ୍ଟାଣ୍ଡରେ ଅଳିଆ ଆବର୍ଜ୍ଜନା ପୁରି ରହିଛି । ସବୁଠାରୁ ବଡ଼ କଥା ହେଲା ମହିଳା ଯାତ୍ରୀମାନେ ବସରେ ଯାତାୟତ କିମ୍ବା ବସଷ୍ଟାଣ୍ଡରେ ବସ ଅପେକ୍ଷା କରିରହିଥାନ୍ତି । ସେମାନଙ୍କ ପାଇଁ ଶୌଚାଳୟ ଟିଏ ମଧ୍ୟ ନାହିଁ । ଫଳରେ ଅନେକ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ରିଷିଡା ଠାରେ ସାପ୍ତାହିକ ଶନିବାର ଗୋଟିଏ ବଡ଼ ବଜାର ବସିଥାଏ । ଏଥିପାଇଁ ଲୋକେ ଶୁକ୍ରବାର ରାତିରେ ଦୁରଦୂରାନ୍ତରୁ ଆସି ଏଠାରେ ରାତ୍ରି ଯାପନ କରିଥାନ୍ତି l ଦୁଃଖର ବିଷୟ ଯେ, ବସଷ୍ଟାଣ୍ଡରେ ଉଜ୍ବଳ ଆଲୋକ ବ୍ୟବସ୍ଥା ନ ଥିବାରୁ ଲୋକେ ହଇରାଣ ହୋଇଥାନ୍ତି । ଏ ସମ୍ବନ୍ଧରେ ପଞ୍ଚାୟତ ତଥା ପ୍ରଶାସନକୁ ଅନେକ ଥର ଦୁଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇପାରିନାହିଁ । ରିଷିଡା ବସଷ୍ଟାଣ୍ଡରେ ଗୋଟିଏ ଶୌଚାଳୟ ନିର୍ମାଣ କରିବା ସହିତ ବସଷ୍ଟାଣ୍ଡ ସଫାସୁତୁରା ରଖିବା ଏବଂ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

 

Related posts

ସଦଭାବନା ବୈଠକ ଅନୁଷ୍ଠିତ

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୮୮ ତମ ଓଡିଶା ଦିବସ ମହାସମାରୋହରେ ପାଳିତ

Sunil Chandra Nayak

ଫରୱାର୍ଡ଼ ବ୍ଲକର ରାଜ୍ୟ ସ୍ତରୀୟ ସଂକଳ୍ପ ସମ୍ମିଳନୀ ଉଦଯାପିତ ମୋ ପରିବାର- ନେତାଜୀ ପରିବାର’ ଅଭିଯାନ ର ଶୁଭାରମ୍ଭ କଲେ ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ

Sunil Chandra Nayak

Leave a Comment

error: Content is protected !!