ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ 

ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ 

 ରାୟଗଡ:-ତା.୨୬/୦୬-ରାୟଗଡା ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ନିଜର ବକ୍ତବ୍ୟରେ କହିଥିଲେ ଯେ ନିଶାଭ୍ୟାସ ଏକ ମାରାତ୍ମକ ରୋଗ, ଦୀର୍ଘ ଦିନ ଧରି ଏହାକୁ ସେବନ କରି ଶାରୀରିକ ଓ ମାନସିକ ସ୍ତରରେ ଏହା ଉପରେ ନିର୍ଭରଶୀଳ ହୋଇ ପଡନ୍ତି ନିଶାଗ୍ରସ୍ତ ରୋଗୀ | ବିଭିନ୍ନ ପ୍ରକାର ନିଶା ସେବନ କରି ପରବର୍ତ୍ତୀ ସମୟରେ ଏହା ଉପରେ ନିର୍ଭରଶୀଳ ହୋଇ ପଡନ୍ତି ଏବଂ ବହୁତ ଅସୁବିଧାରେ ପଡନ୍ତି | ନିଶା ଭଳି ଦ୍ରବ୍ୟକୁ ବ୍ୟବହାର କରି ଆଜିକାର ଯୁବ ସମାଜ ପଥ ଭ୍ରଷ୍ଠ ହେଇଯାଉଛନ୍ତି | ବିଶେଷ କରି କୁସଙ୍ଗରେ ପଡି ପିଲାମାନେ ନିଶା ସେବନର ଅଭ୍ୟାସକୁ ଛାଡି ପାରୁ ନାହାନ୍ତି | ତେଣୁ ନିଜେ ନିଶା ଠାରୁ ଦୁରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଦୁରେଇ ରଖିବା ଓ ସମାଜକୁ ଦିଗଦର୍ଶନ ଦେବା ପାଇଁ ସଚେତନତା ସୃଷ୍ଟି କରିବା ନିହାତି ଜରୁରୀ ହୋଇଛି ପଡିଛି ବୋଲି ରାୟଗଡା ଜିଲ୍ଲା ପ୍ରଶାସନ ସୌଜନ୍ୟତାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ପୋଲିସ ବିଭାଗ ତରଫରୁ ଅନୁଷ୍ଠିତ ନିଶା ଦ୍ରବ୍ୟ ସେବନ ଓ ଅବୈଧ କାରବାର ବିରୋଧୀ ଅନ୍ତର୍ଜାତୀୟ ଦିବସ କାର୍ଯ୍ୟକ୍ରମରେ ନିଜ ବକ୍ତ୍ୟବ ରଖିଛନ୍ତି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ମହାଜନ | | ରାୟଗଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁପ୍ରସାଦ ପାତ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର ବୈଠକରେ ନିଷିଦ୍ଧ ଓ ନିଶ୍ଚେତକ ନିଶା ଦ୍ରବ୍ୟ ସେବନ ପରିତ୍ୟାଗ କରିବା, ନିୟମିତ ନିଶାପାନ ଜନିତ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର କ୍ଷତି ,ନିଶା ସେବନ କରୁଥିବା ବ୍ୟକ୍ତିର ସାମାଜିକ ଓ ପାରିବାରିକ ସ୍ଥିତି, ନିଶା ରୋଗର ଚିକିତ୍ସା ଓ ନିରାକରଣ ଏବଂ ଗଂଜେଇ ଚାଷ ଓ ଚୋରା ଚାଲାଣ ବିରୁଦ୍ଧରେ ଜନ ସଚେତନତା ସହ ଏନ ଡି ପି ଏସ ଆକ୍ଟ ର ଧରା ୪୭ ଓ ୨୦ ସମ୍ବନ୍ଧରେ ବୈଠକରେ ଆଲୋକପାତ କରିଥିଲେ | ସେହିପରି ଅନ୍ୟତମ ଅତିଥି ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳ ସାମନ୍ତ ,ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବବିଲତା ସରାଫ ପ୍ରମୁଖ ଯୋଗଦେଇ ସଚେତନତା କରିଥିଲେ | ଏହି ଅବସରରେ ନିଶା ଠାରୁ ଦୁରେଇ ରହିବା ଓ ଅନ୍ୟଙ୍କୁ ମଧ୍ୟ ଦୁରେଇ ରଖିବାରେ ସଚେତନ କରିବା ଓ ଏକ ସୁସ୍ଥ ସମାଜ ଗଠନ ପାଇଁ ଦାୟିତ୍ୱବୋଧତା ନେବା ପାଇଁ ଏକ ଶପଥ ପାଠ କରାଯାଇଥିଲା | ନିଶାମୁକ୍ତି ଚିକିତ୍ସା ଓ ପୁନଃସଂସ୍ଥାନ କେନ୍ଦ୍ର “ସେବା” ଠାରେ ମିଳୁଥିବା ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ଗ୍ରହଣ ସମ୍ବନ୍ଧରେ ଅତିଥି ମାନେ ଗୁରୁତ୍ୱଆରୋପ କରିଥିଲେ | ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l 

ଏହି ଦିବସ ପାଳନ ଅବସରରେ ଆଜି ସକାଳେ ସ୍ଥାନୀୟ କପିଳାସ ଛକ ଠାରୁ ଏକ ସଚେତନତା ରାଲି ବାହାରି ନଗର ପରିକ୍ରମା କରି ଜିଲ୍ଲା ସଂସ୍କୃତି ଭବନ ଠାରେ ପହଂଚି ଥିଲା | ଏଥିରେ ଶିକ୍ଷାବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର, ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସlମନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଗୁଣୁପୁର, ଶ୍ରୀ ଏଲ. ସନ୍ତୋଷ କୁମାର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀମତୀ ରଞ୍ଜିତା ବେହେରା ପ୍ରମୁଖ ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନତା ରାଲିକୁ ଶୁଭାରମ୍ଭ କରିଥିଲେ | ରାୟଗଡା ସ୍ଵଂୟ ଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡଟମାନେ ଓ ଅବକାରୀ କର୍ମଚାରୀ ଏହି ରାଲିରେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ l ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଜିଲା ବିଗୁଲ “ଚଇତି”ର, ଦେବଗିରି ଶୈବପୀଠରୁ ହେଲା ଚଇତିର ଶୁଭାରମ୍ଭ

masiha

ଶସକ୍ତ ଓଡିଶା ସାଥି ଶିବିର କାର୍ଯ୍ୟକ୍ରମ 

masiha

ତେନ୍ତୁଳିଖୁଣ୍ଟି ନିକଟରେ ବେଆଇନ କାଠ ପରିବହନ ଗାଡ଼ି ଜବତ

Sunil Chandra Nayak

Leave a Comment

error: Content is protected !!