ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାରାଗାଁ ରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ତାରାଗାଁ ରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ 

ନବରଙ୍ଗପୁର:(ତା-୧୭/୦୧/୨୦୨୫)(ରବି ନାରାୟଣ ମହାନ୍ତି) ଶୁକ୍ରବାର ଦିନ ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ତାରାଗାଁ ରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି I ଏହି ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ରଙ୍କ କରକମଳରେ ଉଦଘାଟନ ହୋଇଯାଇଛି I ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସଭାପତିତ୍ୱ କରିଛନ୍ତି ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେଶମଲାଲ ନାୟକ ମୁଖ୍ୟ ବକ୍ତା ଭାବରେ ମଞ୍ଚାସୀନ ହୋଇଛନ୍ତି I ଶିବଶଙ୍କର ସାମଲ ମଞ୍ଚ ପରିଚାଳନା କରିଥିଲେ I ଉକ୍ତ ପ୍ରଦର୍ଶନୀ ରେ ଜିଲ୍ଲାର ସମସ୍ତ ବ୍ଲକରୁ ୭ ଟି ବିଭାଗର ସର୍ବମୋଟ ୬୦ ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଛି I ଇ -ବର୍ଜ୍ୟ ବସ୍ତୁ ପରିଚାଳନା ବିଭାଗରେ ଜୁଶ୍ରୀ ପୁଷ୍ପ ସରକାରୀ ନୋଡାଲ ପାନାବେଡା ଉଚ୍ଚ ବିଦ୍ୟାଳୟ, ଚନ୍ଦାହାଣ୍ଡି,ଶକ୍ତି ସରଂକ୍ଷଣ ବିଭାଗରେରେ ସୁଶାନ୍ତି ଶବରିଆ, ସରକାରୀ ଉଚ୍ଚ ବିଦ୍ୟାଳୟ ଡ଼ଙ୍ଗରଭେଜା, ବର୍ଜ୍ୟ ବସ୍ତୁ ପରିଚାଳନା ବିଭାଗରେ ପ୍ରିୟାଂଶୀ ସାମଲ ଓଡିଶା ଆଦର୍ଶ ବିଦ୍ୟାଳୟ, ଉମରକୋଟ, ଜଳ ସଂରକ୍ଷଣ ବିଭାଗରେ ସାଇନା ମଙ୍ଗଳମ ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଭି ଏମ ଏମ, ଉମରକୋଟ, ସୁସ୍ଥ ଜୀବନ ଶୈଳୀ ବିଭାଗରେ କୌଶଲ୍ୟ ହରିଜନ ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଡଙ୍ଗରି, ରାଇଘର, ସିଙ୍ଗିଲ ୟୁଜଡ ପ୍ଲାଷ୍ଟିକର ସମ୍ବରଣ ବିଭାଗରେ ଯୁବରାଜ ପାତ୍ର ସରକାରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ , ହାଟଭରଣ୍ଡୀ ରାଇଘର,ଧାରଣୀୟ ଖାଦ୍ୟ ବ୍ୟବସ୍ଥା ବିଭାଗରେ ଭୁବନ ଦଣ୍ଡପାଟ, ଓ ଏ ଭି ମାଝୀଗୁଡା ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ | ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା କୃଷିଭିତିକ ବିଜ୍ଞାନ ପ୍ରକଳ୍ପ ର କୁନି ବୈଜ୍ଞାନିକ ବସନ୍ତ ଚାଣ୍ଡାଲ୍ ଓ ଗାଇଡ଼ ଶିକ୍ଷକ ବଦ୍ରି ନାରାୟଣ ବିଶ୍ୱାଳ ଙ୍କୁ ପୁରସ୍କୃତ କରାଯାଇଥିଲା Iଏଥି ସହିତ ସୁପର -୧୦୦ କାର୍ଯ୍ୟକ୍ରମର ଦ୍ଵିତୀୟ ଅଭିମୁଖୀ ଶିବିର ର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜିଲ୍ଲାପାଳ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ଦୀପ ପଣ୍ଡା ତଥା ବିଦ୍ୟାଳୟ ର ସମସ୍ତ ସହକର୍ମୀ,ଜ୍ୟୋତି ରଞ୍ଜନ ନାୟକ, ପ୍ରକାଶ ରଞ୍ଜନ ମୁଦୁଲି, ବାଳକୃଷ୍ଣ ଦାସ, ନଳିନୀକାନ୍ତ ପାତ୍ର, ଦେବାଶିଷ ପଟ୍ଟନାୟକ, ଅମ୍ଲାନ ଦାସ, ବାବୁରାମ ସାହୁ ସହଯୋଗ କରିଥିଲେ I

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶ୍ୱନାଥପୁର ସିଏଚସିରୁ ବାଇକରେ ଶବ ବୁହା ହେବା ଘଟଣା  -ଶବବାହକ ଗାଡ଼ି ପାଇଁ ଦାବି କଲା ସାମ୍ବାଦିକ ସମୁହ  -ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଧାରଣା 

masiha

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ, ଜିଲାରେ ପ୍ରଭାବ ପକାଇଛି ବିକାଶ ମେଳା,କୋଟିଏ ଟଙ୍କାର ଏସଏଚଜି ବ୍ୟବସାୟ

masiha

ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବିରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣାର ଶୁଭାରମ୍ଭ

Leave a Comment

error: Content is protected !!