କାମାକ୍ଷାନଗର (ମନିସ )27/6/3/23 // ମାଲେ ମାଲ ହେଉଛନ୍ତି ଠିକାଦାର ଓ ଅଧିକାରୀ ମାନେ, ବେପାରୁଆ ଭାବରେ ଫାଉଣ୍ଡେସନ ପଡି ସାରିଲାଣି l କାମ ବି ଯୋରଦାର ଚାଲିଛି l ତରବରିଆ ଭାବରେ ଯୁଦ୍ଧ କାଳୀନ ଭିତରେ ଚାଲିଛି ନିମ୍ନ ମାନର କାମ l 25 ଲକ୍ଷ ଟଙ୍କା ବ୍ୟୟ ରେ ହେଉଛି ନୂତନ ଆର. ଆଇ ଅଫିସ କାମକୁ ଦେଖିଲେ ଆପଣ ନିଜେ ବି ଅନୁମାନ କରି ପାରୁଥିବେ କେମିତି ନିମ୍ନ ମାନର କାମ ଚାଲିଛି l ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ପଞ୍ଚାୟତରେ ହେବାକୁ ଯାଉଥିବା ନୂତନ ଭାବେ ଆର. ଆଇ ଅଫିସ l ଏହି ଆର. ଆଇ ଅଫିସ ଉପରେ ଦୁଇଟି ପଞ୍ଚାୟତର ଲୋକ ନିର୍ଭରଶିଳ l ଏଠି ସାଧାରଣ ଲୋକ ଟିଏ ଆର. ଆଇ ଅଫିସ ଯିବାକୁ ହେଲେ 7 କିଲମିଟର ମୁକ୍ତାପଶି ଯିବାକୁ ହୁଏ l ନୂତନ ଆର. ଆଇ ଅଫିସ ହେଲେ ଲୋକମାନେ ବେଶ ସୁବିଧା ପାଇ ପାରିବେ ବୋଲି ଆଶା କରିଥିଲେ ମଧ୍ୟ କିଛି ଠିକା ଦାର ଓ ବିଭାଗୀୟ ଅଧିକାରୀ ମିଶି ନିମ୍ନ ମାନର କାମକରି ଟଙ୍କା କୁ ଆତ୍ମସାତ କରୁଛନ୍ତି l ଯେତିକି ସିମେଣ୍ଟ ବାଲି ପରିମାଣ ଦେବା କଥା ନଦେଇ ଖାଲି ଇଟା ଯୋଡ଼େଇ ପରେ ସିମେଣ୍ଟ ଗୁଣ୍ଡ ଛିଞ୍ଚା ଯାଉଛି, ବାଲିରେ ଚାଲିଛି କାମ ଯାହା ଫଳରେ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି l ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ,କେବେ ନିଦ ଭାଙ୍ଗୁଛି ପ୍ରଶାସନର ଦେଖି ବାକୁ ବାକି ରହିଲା l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ