ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା/ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ରାଜୀବ ପାଣି ଆଲୋଚକ ଭାବେ ଯୋଗଦେଇ ରାଧା ତତ୍ତ୍ୱ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ପାଣି ଏହି ଅବସରରେ କହିଲେ ଯେ କୃଷ୍ଣ ଏକ ଆନନ୍ଦମୟ ସତ୍ତା। ଏହା ସହିତ ସମାଧି ଭାଷା, ପରକୀୟା ଭାଷା ଓ ଲୌକିକ ଭାଷା ତଥା ରାଧାଙ୍କ ଉତ୍ପତ୍ତି ଓ ବ୍ୟତ୍ପତି ସଂପର୍କରେ ଆଲୋଚନା କରିଥିଲେ । ଏଥିସହ ଶ୍ରୀକୃଷ୍ଣ ଙ୍କ ପାଖରେ ରାଧା କିପରି ଆହ୍ଲାଦିନୀ ଶକ୍ତି ଓ ରାଧା କିପରି ନିଧି, ସିଦ୍ଧି ଓ ମୁକ୍ତିର ଦ୍ବାର ସେ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ଅଜୟ କୁମାର ମହାନ୍ତି ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି କୁଞ୍ଜବିହାରୀ ରାଉତ ଓ କିଶୋରୀ ମୋହନ କରଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପିନାକୀ ମିଶ୍ର, ଉପେନ୍ଦ୍ର ବସ୍ତିଆ, ମଞ୍ଜୁଳା ରଥ, ଗଦାଧର ରଥ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଅଜୟ ମହାନ୍ତି, ଗୌତମ ଦାସ,ଅର୍ଚ୍ଚନା ପାତ୍ର, ପ୍ରଫୁଲ୍ଲ ସାମଲ, ଅଶୋକ ପଟ୍ଟନାୟକ, ବିଜୟିନୀ ଜେନା, ସୁପ୍ତି କର, ଉର୍ବଶୀ ଦାଶ, ବ୍ରହ୍ମାନନ୍ଦ ପାଢୀ, ହିମାଂଶୁ ସାହୁ,ନିବେଦିତା ନନ୍ଦ, ସୁବାସିନୀ ସାହୁ,ରଶ୍ମି ସାହୁ ଓ ସଂଯୋଜକ ଦ୍ବୟ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ଗଦାଧର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପି ପି ରାୟ,ରାଜକୁମାର ମହାନ୍ତି,ଅକ୍ଷୟ ଦାସ, ବସନ୍ତ ମହାରଣା, ଗୀତାଞ୍ଜଳୀ ମହାରଣା,ଡଃ ସୁବାସ ଲେଙ୍କା, କମଳ ଆଚାର୍ଯ୍ୟ, ଶରତ ରାଉତ, ପ୍ରିୟା ପାତ୍ର,ନିରୁପମା ଚାନ୍ଦ,କବିତା ଦାଶ,ବିଭୁତି ଭୂଷଣ ଦାସ, ହୃଷିକେଶ ବଳିଆରସିଂହ,ହରିହର ଶତପଥୀ,ସୁରେନ୍ଦ୍ର ସାବତ, କୁଳମଣି ଦାସ,ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ସୁଶାନ୍ତ ନାୟକ, ବସନ୍ତ କୁମାର ନାୟକ, ରାଧା ମୋହନ ନାୟକ, ସନ୍ତୋଷ ଜେନା, ସୁନିଲ୍ ମହାନ୍ତି, ରବିନ୍ଦ୍ର ଠାକୁର, ଚିତ୍ତରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଷୋହଳଖଣ୍ଡ ଗୋପାଳ ସମାଜ ର ନୂତନ ଗୃହ ଉଦ୍ଘାଟନ

masiha

ନିଟ୍ ୟୁଜି ପ୍ରଶ୍ନ ପ୍ରଘଟ ଓ ପରୀକ୍ଷା ବାତିଲ ପ୍ରସଙ୍ଗ , କଳାହାଣ୍ଡି ଯୁବ-ଛାତ୍ର ବିଜେଡିର ବିକ୍ଷୋଭ 

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ର ନବମ ବାର୍ଷିକୀ ରଜ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!