ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥାଲାସେମିଆ ଓ ସିକିଲସେଲ ରୋଗୀଙ୍କ ଉଦ୍ଦେଶ୍ୟରେ ରକ୍ତ ଦାନ ଶିବିର 

ଥାଲାସେମିଆ ଓ ସିକିଲସେଲ ରୋଗୀଙ୍କ ଉଦ୍ଦେଶ୍ୟରେ ରକ୍ତ ଦାନ ଶିବିର 

 ମୟୂରଭଂଜ – ତା :- ୧୨/୧୦/୨୫ ରିଖ ସାଧାରଣତଃ ଥାଲାସେମିଆ ଓ ସିକିଲସେଲ ରୋଗୀମାନଙ୍କ ଶରୀରରେ ରକ୍ତ କଣିକା ତିଆରି ହୋଇପାରେ ନାହିଁ I ଫଳରେ ମାସକୁ ଥରେ ବା ଦୁଇଥର ସେମାନଙ୍କର ରକ୍ତର ଆବଶ୍ୟକତା ଦେଖାଯାଇ ଥାଏ I ଏହାକୁ ଆଖି ଆଗରେ ରଖି ରେଡ ଗ୍ରୀନ ଫାଉଣ୍ଡେସନ ନିୟମିତ ବ୍ୟବଧାନରେ ରକ୍ତଦାନ ଶିବିରର ଆୟୋଜନ କରିଥାଏ I ଏହି ଅବସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ଚିତ୍ତରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଓଡିଶା ରକ୍ତ ଭଣ୍ଡାର, ବାରିପଦାରେ ଆୟୋଜିତ ଆଜିର ରକ୍ତଦାନ ଶିବିରରେ ମୋଟ ୧୮ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ସାହିତ୍ୟ ପରିଷଦର ସଭାପତି ପଦ୍ମନାଭ ସାହୁ ଓ ସମ୍ମାନୀୟ ଅତିଥି ଭାବେ ଶିକ୍ଷକ ସୋମନାଥ ସିଂହ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ୧୨୯ ଥର ରକ୍ତ ଦାନ କରିଥିବା ବିଶିଷ୍ଟ ସମଜସେବୀ ଡା. ନିରୋଜ କୁମାର ପୋଥାଳ, ସମାଜସେବୀ ସର୍ଦ୍ଦାର ହରିଚରଣ ସିଂହ, ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, ଅନୁଷ୍ଠାନର ସମ୍ପାଦକ ଅରବିନ୍ଦ ମୁଖୀ, କୋଷାଧକ୍ଷ କବିତା ମଣ୍ଡଳ, ରାଜାରାମ ମାରାଣ୍ଡି, ଉତ୍ତମ ରାଉତ, ରୁମା ବାରିକ, ପୁଷ୍ପଲତା ସ୍ୱାଇଁ, ନମିତା ନାୟକ ସୀତା ମାରାଣ୍ଡି, କ୍ରିଷ୍ଣା ମୁଖି ପ୍ରମୁଖ ଶିବିର ପରିଚାଳନା କରିଥିଲେ I ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ରୁଚିକା ଖୁରାନା, ପ୍ରଭାସିନୀ ସାହୁ, ଶକୁନ୍ତଳା ମହାନ୍ତ ଓ କରୁଣାକର ଜେନା ରକ୍ତ ସଂଗ୍ରହ କରିଥିଲେ I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

Sunil Chandra Nayak

ବାଳସୁଧାର ଗୃହରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ପଞ୍ଚାୟତ ସ୍ତରୀୟକଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!