ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ଚାଲିଛି ଭଙ୍ଗା ଦଦରା ଆଜଵେଷ୍ଟସ ଅସୁରକ୍ଷିତ ଘରେ ; ସ୍ଥାୟୀ କାର୍ଯ୍ଯାଳୟ ନିର୍ମାଣ ପାଇଁ ଦାବି କେବେ ?

ରାଇରଙ୍ଗପୁର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ଚାଲିଛି ଭଙ୍ଗା ଦଦରା ଆଜଵେଷ୍ଟସ ଅସୁରକ୍ଷିତ ଘରେ ; ସ୍ଥାୟୀ କାର୍ଯ୍ଯାଳୟ ନିର୍ମାଣ ପାଇଁ ଦାବି କେବେ ?

ମୟୂରଭଂଜ – ୧୨/୧୦ — ସରକାରଙ୍କ ନିୟମ ଅଛି ସମସ୍ତ ସରକାରୀ କାର୍ଯ୍ୟାଳୟ ସ୍ଥାୟୀ ଜାଗା ଏବଂ ସରକାରୀ ଗୃହରେ କାର୍ଯ୍ୟକାରୀ ହେବା ପାଇଁ ।କିନ୍ତୁ ବ୍ୟତିକ୍ରମ ହୋଇଛି ରାଇରଙ୍ଗପୁର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ! ରାଇରଙ୍ଗପୁର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ଦିର୍ଘବର୍ଷ ହେଲା ସରକାରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାମ ପାର୍ଶ୍ଵ କୋଠରୀରେ ଚାଲି ଆସୁଥିଲା ।ନିକଟରେ ରାଇରଙ୍ଗପୁର ରେ ଅତିରିକ୍ତ ଜିଲ୍ଲାପାଳ ଯୋଗ ଦାନ ପରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟକୁ ରାଜସ୍ବ ବଙ୍ଗଳା ପାଖ ପୁରୁଣା ପରିତ୍ୟକ୍ତ ରାଜସ୍ବ କୋଠରୀକୁ ସ୍ଥାନାନ୍ତରିତ କରାଯାଇଛି ।ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ଯାଳୟକୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାବେ ପ୍ରଶାସନ ତରଫରୁ ହସ୍ତାନ୍ତର କରାଯାଇଛି ।

    ୧୯୬୦ ମସିହାରେ କାଦୁଅ ମାଟି ଗାରା ଇଟାରେ ନିର୍ମିତ ହୋଇଥିବା ଆଜବେଷ୍ଟସ ଘର ଏକ ପରିତ୍ୟକ୍ତ ଘର ହେଉଛି ରାଜସ୍ବ ଘର ।ସେହି ଘରେ ଉପଖଣ୍ଡ ସୂଚନା କେନ୍ଦ୍ର ଓ ପାଠାଗାର ଚାଲୁଛି ।ତାହା ଭୂତ କୋଠିରେ ପରିଣତ ହୋଇଛି ।ଚାରିଆଡେ ଉଈ ।କବାଟ ,ଝରକା ସବୁ ଉଇ ଖାଇ ଗଲାଣି । ସେଥିପାଇଁ କୌଣସି ପାଠକ କିମ୍ବା ସେହି ଉପଖଣ୍ଡ ସୁଚନା କେନ୍ଦ୍ର ଓ ପାଠଗାରକୁ କାହାରି ପାଦ ପଡ଼େ ନାହିଁ । ଯାହାର ପ୍ରମାଣ ତାଙ୍କ ରେଜିଷ୍ଟ୍ରାର ଦେଖାଇବ ।ସେହି କୋଠରୀକୁ ପାଖକୁ ଲାଗି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ୧୫ ଦିନ ହେଲା ଚାଲୁଅଛି ।ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଡେପୁଟେସନରେ ବାରିପଦାରେ ବର୍ଷେ ହେଲା ଅଛନ୍ତି ।ଏହି ଘରଟି ଭଙ୍ଗା ଦଦରା ଓ ପରିତ୍ୟକ୍ତ ଘର ।ସାମ୍ବାଦିକଙ୍କ ବସିବା ପାଇଁ ସ୍ଥାନ ନାହିଁ ।ଆଲମାରି,ବହିପତ୍ର,ପତ୍ରିକା ଆସବାବପତ୍ର, ରଖିବା ପାଇଁ ସ୍ଥାନ ନାହିଁ । ଘରଟି ଆଦୌ ସୁରକ୍ଷିତ ନୁହେଁ ।ଏହି ଘରକୁ ଲାଗି ଆରସିଏମଏସ ଘର ଲାଗିଛି ।ତାହା ମଧ୍ୟ ଭଙ୍ଗା ଦଦରା ଆଜବେଷ୍ଟସ ଘର । ସେହି ଘରେ ତିନିମାସ ତଳେ ଚୋରମାନେ କବାଟ ତାଡ଼ି କମ୍ପ୍ୟୁଟର,ପ୍ରିଣ୍ଟ ଏବଂ ଆସବାବପତ୍ର ଚୋରୀ କରି ନେଇଥିଲେ ‌ ।ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ତଦସହ ଏହା ରାଜସ୍ବ ଜାଗାରେ ଏହି ଘର ଅବସ୍ଥିତ ।ତେଣୁ ପ୍ରଶାସନ ତୁରନ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପାଇଁ ସ୍ଥାୟୀ ଜାଗା ଏବଂ ଗୃହ ନିର୍ମାଣ ନିମନ୍ତେ ପଦକ୍ଷେପ ନେବାପାଇଁ ବାମନଘାଟୀ ସାମ୍ଵାଦିକଵୃନ୍ଦ ଦାବି କରୁଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଅସୁରକ୍ଷିତ ଅବସ୍ଥା ରେ ପିଇବା ପାଣିଟାଙ୍କି

masiha

ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ଆଶୁ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ଜନ ସଚେତନତା ପାଇଁ ସାମ୍ୱାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!