ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ବାଲେଶ୍ଵର,୧୪/୧୨/୨୩- ବାଲେଶ୍ଵର ଜିଲ୍ଲା ଖଇରା କେନାଲ ଅଫିସ ସାମ୍ନାରେ ଥିବା ଜନଜାଗରଣ ମଞ୍ଚ କାର୍ଯ୍ୟାଳୟ ପରିସରରେ ମଞ୍ଚର ମାସିକ ବୈଠକ ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାମକୃଷ୍ଣ ପଟ୍ଟନାୟକ, ଚିନ୍ତାମଣି ସାହାଣୀ, ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ରମାକାନ୍ତ ଶତପଥୀ, ବୁଦ୍ଧିରାମ ପାଣିଗ୍ରାହୀ, ସୃଷ୍ଟିଧର ରାଉଳ, ଦେବେନ୍ଦ୍ର କୁମାର ରାଉତ, ରଶ୍ମିତା ମହାପାତ୍ର, ନରେନ୍ଦ୍ର ପ୍ରସାଦ ବେହେରା, ଚିନ୍ମୟୀ ଜେନା ଓ କବିତା ପଣ୍ଡା ପ୍ରମୁଖ ସଦସ୍ୟ ଏବଂ ସଦସ୍ୟା ମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଥମେ ଅମୃତବାଣୀ ପ୍ରଦାନ କରିଥିଲେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ସମ୍ପାଦକ ନିରଞ୍ଜନ ବେହେରା । ସଦସ୍ୟା ତଥା ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର ବହୁ ଉପାଦେୟ ବକ୍ତବ୍ୟ ଦେଇଥିଲେ । ପରେ ପରେ ଆଞ୍ଚଳିକ ସମସ୍ୟାର ବିଭିନ୍ନ ଦିଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ପଣ୍ଡିତ ଶେଷରେ ବୁଦ୍ଧିରାମ ପାଣିଗ୍ରାହୀଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେହେରେନସିଲେଟ ଗାଁର ଗଣେଶ ମହତଙ୍କ ବିୟୋଗ 

ଯାଜପୁରରେ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

ନୂଆପଡ଼ା ଜିଲ୍ଲା ତୀଖାଲି ଲୋୟର ଜଳ ସେଚନ ପ୍ରକଳ୍ପ ରେ ଜଳ ସ୍ତର୨୬୩.୦୭୦ ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡ ରେ ୯୧.୧୦୧ କି ଜଳ ପ୍ରବେଶ

masiha

Leave a Comment

error: Content is protected !!