ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି: ଗ୍ରାମୀଣ ଡାକସେବକ ମାନଙ୍କର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଯୋଗୁଁ ଜିଲ୍ଲା ବ୍ୟାପୀ ଡାକସେବା ବିପର୍ଯ୍ୟସ୍ତ

କଳାହାଣ୍ଡି: ଗ୍ରାମୀଣ ଡାକସେବକ ମାନଙ୍କର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଯୋଗୁଁ ଜିଲ୍ଲା ବ୍ୟାପୀ ଡାକସେବା ବିପର୍ଯ୍ୟସ୍ତ

ଦେଶର ବିଭିନ୍ନ ଅତ୍ୟାବଶ୍ୟକୀୟ ସେବା କାର୍ଯ୍ୟ ମଧ୍ୟରୁ ଭାରତୀୟ ଡାକସେବା ବିଭାଗର ସେବାକାର୍ଯ୍ୟର ଭୂମିକା ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତାହା ସର୍ବଜନବିଦିତ।ମାତ୍ର ସେମାନଙ୍କ ଚାକିରୀକୁ ଅଣଦେଖା କରାଯାଉଥିବା ଦାବି ନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ,ଜାତୀୟ ଗ୍ରାମୀଣ ଡାକ ସେବକ ସଙ୍ଘ,ଓଡିଶା ସର୍କଲଙ୍କ ଡାକରାରେ ସେମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଡାକଘର ଆଗରେ ଧାରଣାରେ ବସିରହିଛନ୍ତି । ଫଳରେ କଳାହାଣ୍ଡି ଜିଲ୍ଲା ବ୍ୟାପୀ ଡାକସେବା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି।ସରକାରଙ୍କ ସହ ସେମାନଙ୍କ ଦାବୀ ସମ୍ପର୍କରେ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି।ତେଣୁ ସେମାନେ ବାଧ୍ୟହୋଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇ ଭବାନୀପାଟଣା ମୁଖ୍ୟ ଡାକଘର ସମ୍ମୁଖରେ ବସି ରହିଛନ୍ତି।ଫଳରେ ସହରର ଡାକସେବା ଠପ୍ ହୋଇ ଯାଇଛି। ସେମାନଙ୍କ ୫ ଦଫା ସମ୍ବିଳିତ ଦଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮ ଘଣ୍ଟା ସ୍ଥିର କରାଯିବା,ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶକୁ ତୁରନ୍ତ ଲାଗୁ କରାଯିବା,ଗ୍ରାମୀଣ ଡାକ ସେବକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା,ସେମାନଙ୍କୁ ପେନସନ୍ ପ୍ରଦାନ ସହ ଗ୍ରାଚ୍ୟୁଇଟି ଓ ସେଭେରାନ୍ସ ଏଲାଉନ୍ସ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବା,ସେମାନଙ୍କ ପ୍ରତି ଟାର୍ଗେଟ ନାମରେ ଅଧିକାରୀମାନଙ୍କ ଜୁଲମ୍ ବନ୍ଦ ହେଉ ବୋଲି ଦାବୀ ନେଇ ଭବାନୀପାଟଣାର ମୁଖ୍ୟ ଡାକଘର ସାମ୍ନାରେ ଉପ ସଭାପତି ସତ୍ୟନାରାୟଣ ବିଶି,ସମ୍ପାଦକ ପବିତ୍ର ମୋହନ ପ୍ରଧାନ, କୋଷାଧ୍ୟକ୍ଷ ଅଜିତ କୁମାର ହେର୍ଣ୍ଣା,ସହ ସମ୍ପାଦକ ଦେବାର୍ଚ୍ଚନ ସେଠିଆଙ୍କ ସହ କଳାହାଣ୍ଡି ଡାକ ଡିଭିଜନର ବହୁ ସଦସ୍ୟ ଧର୍ମଘଟ ରେ ବସିଥିବାର ଦେଖିବାକୁ ମିଳିଛି। ସରକାର ତୁରନ୍ତ ସେମାନଙ୍କ ଦାବି ଗୁଡିକର ସହୃଦୟତାର ସହ ବିଚାର କରିବା ପାଇଁ ଜିଲ୍ଲାର ଜନସାଧାରଣ ଦାବୀ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନବରଙ୍ଗପୁର ରେ ଭିଜନ-୨୦୩୬ ଓ ୨୦୪୭ କାର୍ଯକ୍ରମ 

masiha

ଓଡିଶା ସ୍ଵାସ୍ଥ୍ୟ ପରିଚାଳନା କର୍ମଚାରୀ ସଂଘର କଳାବ୍ୟାଚ ପିନ୍ଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ 

masiha

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

Sunil Chandra Nayak

Leave a Comment

error: Content is protected !!