ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟରେ କ୍ରୀଡା ଉତ୍ସଵ ଉଦଘାଟିତ

କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟରେ କ୍ରୀଡା ଉତ୍ସଵ ଉଦଘାଟିତ

କୋକସରା,୧୩/୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟରେ ବୁଧବାର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଉତ୍ସଵ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ସ୍କୁଲ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ କରଙ୍କ ସଭାପତିତ୍ୱରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବାଗ ଛାତ୍ରଛାତ୍ରୀ ମାନେ ପାଠପଢା ବ୍ୟତୀତ କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆଗଭର ହୋଇ ଦକ୍ଷତା ପ୍ରତିପାଦନ ସହ ନିଜ ସ୍କୁଲ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିପାରିବେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ପାଇଁ ଅନେକ ଯୋଜନା କରିଛନ୍ତି ବୋଳି କହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା ୨ ଦିନ ଧରି କ୍ରୀଡା ଉତ୍ସଵରେ ହକି, ଫୁଟବଲ, ଭଳିବଲ, ଖୋକୋ, କବାଡି ଓ କ୍ରିକେଟ ଭଳି ଖେଳ ଆୟୋଜନ ହେବ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆନ୍ତଃ ଉଚ୍ଚ ମାଧ୍ୟମିକ ମହିଳା କବାଡି ପ୍ରତିଯୋଗିତା ସୋମପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପିୟାନ

Sunil Chandra Nayak

ବସନ୍ତ ବିଶ୍ଵାଳ ପୁରସ୍କାରରେ ପୁରସ୍କୃତ ଡାବୁଗାଁ କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ

masiha

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ  ଭବାନୀପାଟଣା ଇଭିନିଙ୍ଗ କ୍ଳବ ଚମ୍ପିୟାନ 

masiha

Leave a Comment

error: Content is protected !!