ବିନା ସୂଚନା ଫଳକ ରେ ମେସିନ ରେ ମନେରଗା କାମ ପ୍ରଶାସନର ପଡୁନି ଦୃଷ୍ଟି
ନବରଙ୍ଗପୁର ( ମ ନି ସ) ମନେରଗା କାମ ଯାହାକି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଏହି ଯୋଜନା ରେ ଶ୍ରମିକ ଙ୍କ ନିଜ ବ୍ୟାଙ୍କ ଖାତାରେ ଯିବ ସରକାରୀ ପଇସା l କିନ୍ତୁ କେତେକ ଜାଗାରେ ଶ୍ରମିକ କାମ ନ କରି ମେସିନ ରେ କରାଯାଉଛି କାମ ଏବଂ ଶ୍ରମିକ ଙ୍କ ନାମ ଦର୍ଶାଇ ଶ୍ରମିକ ଙ୍କ ବ୍ୟାଙ୍କ ଖାତାକୁ ଯାଉଛି ପଇସା l ଏଥିପ୍ରତି ପ୍ରଶାସନ ର ନଜର ପଡୁନି l ସୂଚନା ଥାଉ କି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର କୁରାବେଡା ପଂଚାୟତ ର ଆଦିବାସୀ ସୋନପୁର ଗ୍ରାମ ରେ ପଂଚାୟତ ତରଫରୁ ମାଟିନାଳ ପାଇଁ ଅନୁମୋଦନ ହୋଇଥିବା ବେଳେ ଏହି ମାଟିନାଳ ମେସିନ ସାହାଯ୍ୟ ରେ ଖୋଳା ଯାଇଛି ଏବଂ ମେସିନ ଖୋଳିବାର ଚିହ୍ନ ରହିଛି l ଏହି କାମ ପାଖେ କୌଣସି ସୂଚନା ଫଳକ ନାହିଁ, ଏହି କାମ କେଉଁ ବର୍ଷର, ଏହାର ଅଟକଳ ମୂଲ୍ୟ କେତେ, ମେଟ ଙ୍କ ନାମ କଣ ? ତାହା ମଧ୍ୟ ଜଣାପଡ଼ିନାହିଁ l ବାରମ୍ବାର ତାଗିତ ପରେ ମଧ୍ୟ ପଂଚାୟତ ଅଧିକାରୀ ଙ୍କ ନଜର ରେ ପଡୁନି, ଏହି ବିଷୟରେ କୁରାବେଡା ପଂଚାୟତ ର ଗ୍ରାମ୍ୟ ରୋଜଗାର ସେବକ ସଞ୍ଜୟ ପାଲ ଙ୍କୁ ପଚାରିବାରୁ ସେ କହିଲେ ଏହି କାମ ପଂଚାୟତର ମାଟିନାଳ ଖୋଳା ହେବାର ଥିଲା, କିନ୍ତୁ କେବେ ଖୋଳା ହେଇଛି ମୁ ଜାଣିନି ବୋଲି କହିଥିଲେ l କୌଣସି ପଂଚାୟତ ର କାମ ଗ୍ରାମ୍ୟରୋଜଗାର ସେବକ ଏବଂ ପଂଚାୟତ ଅଧିକାରୀ କେମିତି ଜାଣି ନାହାନ୍ତି, ତାହା ବଡ଼ ଆଶ୍ଚର୍ଯ୍ୟ ର କଥା l ବାରମ୍ବାର ସରକାର ଙ୍କ ନିର୍ଦେଶ ରହିଛି କାମ ଆରମ୍ଭ ପୂର୍ବରୁ କାମ ପାଖେ ସୂଚନା ଫଳକ ତିଆରି କରିବାର, କିନ୍ତୁ ଏହି ନିୟମକୁ ସମ୍ପୂର୍ଣ ଭାବେ ଅଣଦେଖା କରାଯାଇଛି l ଗୋଟେପଟେ ଲୋକେ କାମ ନ ପାଇଁ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟେ ପଟେ ଶ୍ରମିକ କୁ କାମ ନ ଦେଇ ମେସିନ ରେ କରାଯାଉଛି ସରକାରୀ କାମ l ଏଥିପ୍ରତି ବ୍ଲକ ର କୈଣସି ପ୍ରଶାସନିକ ଅଧିକାରୀ ଙ୍କ ନଜର ପଡୁନି, ଯଥାଶୀଘ୍ର ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦୃଢ଼ ଦାବି ହେଉଛି l