ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ କୁ ଫେରିଲା ଦାଦନ ଶ୍ରମିକ ଙ୍କ ମୃତ ଦେହ , କ୍ଷତିପୂରଣ ଦାବିରେ ରାସ୍ତାରୋକ

ଗୋଲାମୁଣ୍ଡା ତା-୦୩/୦୨(ମସିହା) ହାଇଦ୍ରାବାଦ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଗାଁ କୁ ଫେରିଛି ଦାଦନ ଶ୍ରମିକ ଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲାରେ ଦାଦନର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, କାମ ନ ପାଇ ନିଜ ଭିଟାମାଟି ଓ ପରିବାର କୁ ଛାଡି ବାହାର ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବେ ମୃତ୍ୟୁ ହୋଇ ଶବ ହୋଇ ଘରକୁ ଫେରୁଛି, ରାଜ୍ୟ ସରକାରଙ୍କ ଆପରଗତା ହେତୁ ଦିନକୁ ଦିନ ଦାଦନ ଶ୍ରମିକଙ୍କ ମୃତ୍ୟୁ ବରଣ ବଢ଼ିବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗୋଲାମୁଣ୍ଡା ଥାନା ମାନଝରି ଗ୍ରାମର କୁମରାଜ ବିଶିଙ୍କ ପୁଅ ତ୍ରିଲୋଚନ ବିଶି । ଗତ ତିନି ମାସତଳେ ସେ ଭିଟାମାଟି ଛାଡି ହାଇଦ୍ରାବାଦ ନିକଟ ରାଚାକୋଣ୍ଡା ଜିଲ୍ଲା କୋଠୁର ଗ୍ରାମରେ ଥିବା ଏକ ଇଟା ଭାଟିରେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଗତକାଲି ସକାଳ ସମୟରେ ଏହି ଯୁବକଙ୍କ ଶବ ଗାଁ ନିକଟ ଏକ ବର ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହି ଯୁବକ ଆତ୍ମହତ୍ୟା କରିଛି ବୋଲି ସେଠାକାର ଥାନାରେ ଅଭିଯୋଗ କରିଥିଲେ ସମ୍ପୁକ୍ତ ଇଟା କମ୍ପାନୀର କର୍ମକର୍ତା । କିନ୍ତୁ ମୃତକଙ୍କ ବାପା ଓ ତାଙ୍କ ସ୍ତ୍ରୀ ଏହା ଆତ୍ମହତ୍ୟା ନୁହେଁ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଆଜି ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆଜି ମୃତ ଶ୍ରମିକ ଙ୍କ ମୃତ ଦେହ ନିଜ ଗାଁ କୁ ଫେରିଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ମାନେ ଧର୍ମଗଡ଼-ଚାନ୍ଦୋତରା ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି । ଘଟଣାସ୍ଥଳ କୁ ଗୋଳାମୁଣ୍ଡା ପୋଲିସ ପହଁଚି ଆନ୍ଦୋଳନ କାରୀୀ ଙ୍କୁ  ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

ଗୋଳାମୁଣ୍ଡା ରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

Labour Payment Dispute Leads to Vandalism at Forest Office

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଜିମାତ କଲା ଜଗତସିଂହପୁର ଜିଲ୍ଲା

ଧରାକୋଟ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Sunil Chandra Nayak

Leave a Comment

error: Content is protected !!