ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାର ଜଣେ ୮ ବର୍ଷିୟ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ : ଅଂଶୁଘାତର ପ୍ରଥମ ମୃତ୍ୟୁ ବୋଲି ଅଭିଯୋଗ

ରାଉରକେଲାର ଜଣେ ୮ ବର୍ଷିୟ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ : ଅଂଶୁଘାତର ପ୍ରଥମ ମୃତ୍ୟୁ ବୋଲି ଅଭିଯୋଗ

ରାଉରକେଲା ୧୭/୪, ତରକେରା ପମ୍ପ୍ ହାଉସ୍ ସମ୍ମୁଖସ୍ଥ ତରକେରା ପୁରୁଣା କଲୋନୀର ଶୁଭ୍ରାଂଶୁ ବେହେରା ନାମକ ଜଣେ ୮ ବର୍ଷିୟ ବାଳକ ପାନପୋଷ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲର ଛାତ୍ର ପରିସ୍ରା ଯାଇଥିବା ବେଳେ ହଠାତ୍ ତଳେ ପଡିଯାଇ ମୃତ୍ୟୁ ହୋଇଛି। ଏହାକୁ ନେଇ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକମାନେ ଗରୀବ ଛାତ୍ରଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରାଯାଇଛି।

       ସରସ୍ବତୀ ଶିଶୁ ମନ୍ଦିରର ଶିକ୍ଷୟତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଆଜି ଶୁକ୍ରବାର ସକାଳ ୬ଟା ୧୦ ସମୟରେ ମୃତ ଛାତ୍ର ଶୁଭ୍ରାଂଶୁ ବେହେରା ପାନପୋଷ ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲରେ ପହଞ୍ଚି ଥିଲେ। ସ୍କୁଲ ଚାଲିଥିବା ବେଳେ ପ୍ରାୟ ୭ଟା ସମୟରେ ମୃତ ଶୁଭ୍ରାଂଶୁ ପରିସ୍ରା କରିବାକୁ ଯାଇ ତଳେ ପଡିଯାଇଥିଲେ। ସ୍କୁଲର ଶିକ୍ଷୟତ୍ରୀ ଖବର ଶୁଣି ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଶୁଭ୍ରାଂଶୁଙ୍କୁ ଉଠାଇ ଆଣି ପାଣି ଛାଟିବା ପରେ ମଧ୍ୟ ଶୁଭ୍ରାଂଶୁଙ୍କ ଚେତା ଫେରିନଥିଲା। ତତ୍ପରେ ସେମାନେ ତାଙ୍କ ପିତାମାତାଙ୍କୁ ଫୋନ୍ କରି ଜଣାଇବା ସହ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତର ସେଠାରେ ମୃତ ଛାତ୍ରଙ୍କ ଇସିଜି କରିବା ପରେ ମୃତ ବୋଲି ଘୋଷଣା କରିଥିଲେ।

        ଏଠାରେ ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ମୃତ୍ୟୁ ଘଟିଥିବା ଛାତ୍ରଙ୍କ ପିତା ବିଜୟ କୁମାର ବେହେରା ଜଣେ ଗରୀବ ଶ୍ରେଣୀର ଲୋକ ହୋଇଥିବା ବେଳେ ପ୍ରାୟ ବର୍ଷେ ପୂର୍ବରୁ ଏକ ଦୁର୍ଘଟଣାରେ ତାଙ୍କର ଗୋଡ କଟିଯାଇଛି। ତାଙ୍କର ଆଉ ଗୋଟିଏ ପୁତ୍ର ୧୨ ବର୍ଷର ଥିବାବେଳେ, ସେ ଅକାମୀ ହୋଇ କାମଦାମ କରିପାରୁନାହାନ୍ତି।

       ୮ ବର୍ଷିୟ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ପରିବାର ଲୋକଙ୍କ ସମେତ ପଡୋଶୀ ମଧ୍ଯ ବ୍ଯଥିତ ହୋଇପଡିଛନ୍ତି। ଗତକାଲି ରାଉରକେଲାରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଥିବା ବେଳେ ସଂପୃକ୍ତ ଛାତ୍ର ଅଂଶୁଘାତର ଶିକାର ହୋଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ଖାଲି ପେଟରେ ସ୍କୁଲରେ ପହଞ୍ଚିବା ପରେ ଅଂଶୁଘାତର ପ୍ରତିଫଳନ ଘଟିବା ପରେ ଏହି ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ଘଟଣାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧୩ ବର୍ଷର ସେବା ପରେ ଆଡ୍ ହକ ଅଧ୍ୟାପକଙ୍କ ଭବିଷ୍ୟତ ଅନିଶ୍ଚିତ ବେତନ ବୈଷମ୍ୟ, ସ୍ଥାୟୀ ନିଯୁକ୍ତି ଓ ଛଟେଇକୁ ନେଇ ବଢ଼ୁଛି ଅସନ୍ତୋଷ; ସମାଧାନ ନ ମିଳିଲେ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଚେତାବନୀ

ଡାବୁଗାଁରେ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଅତିରିକ୍ତ ଉପ ଜିଲ୍ଲାପାଳ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବି, ବାଲି ପଥର ଚାଲାଣ ମାଫିଆ ଙ୍କୁ ଲାଗୁନି ରୋକ୍

masiha

Leave a Comment

error: Content is protected !!