ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାଫିକ ସମସ୍ୟାରେ ପେଷି ହେଉଛନ୍ତି ଜୁନାଗଡ଼ ବାସୀ , ଅଣଦେଖା କରାଯାଉଛି ବାଇପାସ ରୋଡ଼ ପାଇଁ

ଜୁନାଗଡ ୩/୨ (ମ ନି ସ) ଜୁନାଗଡ଼ ହେଉଛି କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ । ଜିଲ୍ଲାର ସର୍ବ ପୁରାତନ ଏନଏସି ହୋଇଥିବା ବେଳେ ଜିଲ୍ଲା ର ଏକ ବଡ ବ୍ଲକ ଅଟେ । ସେହିଭଳି ଏଠାରେ ଥାନା, ଡାକ୍ତରଖାନା, ତଥା ବିଭିନ୍ନ କାର୍ଯ୍ୟାଳୟ ଥିବା ଯୋଗୁଁ ପ୍ରତିଦିନ ଲୋକ ଓ ଯାନବାହାନ ଚଳାଚଳ ବୃଦ୍ଧି ପାଉଛ। ଏହି ସହର ଦେଇ ଜାତୀୟ ରାଜପଥ ୨୬ ଓ୧୩୫ ସି ସଂଯୋଗଣ କରିଛି।। ଜୁନାଗଡ଼ ଜିଲ୍ଲାର ମଧ୍ୟ ସ୍ଥଳୀ ହୋଇଥିବା ବେଳେ ବ୍ୟବସାୟିକ କ୍ଷେତ୍ରରେ ମୁଖ୍ୟ ପ୍ରାଣକେନ୍ଦ୍ର ଅଟେ । ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ଦିନକୁ ଦିନ ଟ୍ରଫିକ ସମସ୍ୟା ଗୁରୁତର ହେବାରେ ଲାଗିଛି । ରାଜପଥରେ କିଛି ବ୍ୟବସାୟୀ ମଧ୍ୟ ରାସ୍ତାକଡ଼କୁ ମାଡି ବସିଥିବା ବେଳେ ଅହେତୁକ ଯାନ ବାହନ ଚଳାଚଳ ଯୋଗୁଁ ଟ୍ରଫିକ ଜାମ ହେବା ସହିତ ଅନେକ ଦୁର୍ଘଟଣା ହୋଇ ଧନ ଜୀଵନ ନଷ୍ଟ ହେବାରେ ଲାଗିଛି । ଏଠାରେ ସ୍ଥାୟୀ ଟ୍ରଫିକ ପୁଲିସ ନ ଥିବା ବେଳେ ଅନିଭିଜ୍ଞ ହୋମଗାର୍ଡ ମାନେ ହିଁ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି । ଜୁନାଗଡ଼ ହେଉଛି କୋକସରା, ଜୟପାଟଣା, କଲମପୁର, ଥୁଆମୂଳ ରାମପୁର,ଧର୍ମଗଡ଼, ଗୋଲାମୁଣ୍ଡା, ଭବାନୀପାଟଣା ପ୍ରମୁଖ ବ୍ଲକର ମଧ୍ୟସ୍ଥଳି ଅଟେ । ଅନ୍ୟ ପକ୍ଷରେ ଜୁନାଗଡ଼କୁ ରେଳ ସଂଯୋଗ ହେବା ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାର ନବରଙ୍ଗପୁର , ଜୟପୁର ତଥା ଛତିଶଗଡ଼ର ଲୋକେ ମଧ୍ୟ ଜୁନାଗଡ଼ ଉପରେ ନିର୍ଭର କରୁଛନ୍ତି । ବ୍ୟବସାୟିକ କ୍ଷେତ୍ରରେ ପ୍ରତିଦିନ ହଜାର ହଜାର ଲୋକ ଜୁନାଗଡ଼କୁ ଆସିଥାନ୍ତି । ଦିନକୁ ଦିନ ଲୋକ ଏବଂ ଯାନବାହନ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଟ୍ରାଫିକ ସମସ୍ୟା ଅଣାୟତ ହୋଇପଡିଛି । ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ଅଣ ଓସାରିଆ ହେବାସହ ସେହି ରାସ୍ତା ରେ କିଛି ଦୋକାନୀମାନେ ରାସ୍ତାକଡ଼କୁ ମାଡି ବସିବା, ବୁଲା ଗାଈଗୋରୁ ଯୋଗୁଁ ଟ୍ରଫିକ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଜୁନାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରୁ ଲଙ୍କେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଟ୍ରାଫିକ ଜାମ ହୋଇଥାଏ । କଲମପୁର ଛକ ସବୁବେଳେ ଜାମହୋଇ ଗୁରୁତର ଟ୍ରାଫିକ ସମସ୍ୟା ସବୁବେଳେ ଲାଗି ରହିଛି।ରାସ୍ତା ପାର ହେବା ପାଇଁ ଲୋକଙ୍କୁ ଅନେକ ସମୟ ଲାଗିଥାଏ । ଅନିଭିଜ୍ଞ ହୋମଗାର୍ଡମାନେ ଟ୍ରାଫିକକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥାନ୍ତି । ଗୋଟିଏ ପଟେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୋଦାମ ଗୃହ ଜାତୀୟ ରାଜପଥ ଓ କୁରୁଗୁଡା ରାସ୍ତାରେ ଥିବା ଯୋଗୁଁ ପ୍ରତିଦିନ ଶତାଧିକ ଟ୍ରକ ମାନଙ୍କ ଯିବା ଆସିବା କରିବା ଫଳରେ ଲୋକେ ଭୟଭୀତ ହୋଇଥାନ୍ତି । କୁରୁଗୁଡା ରାସ୍ତାରେ ହାଇସ୍କୁଲ ,କଲେଜ, ମଡେଲ ସ୍କୁଲ ,ତହସିଲ ଏବଂ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହୁଛି।ସବୁବେଳେ ଛାତ୍ରଛାତ୍ରୀ ମାନଙ୍କ ଯାଆସ ଲାଗିରହୁଛି।ଅନେକ ଟ୍ରକ ରାସ୍ତାରେ ଛିଡା ହୋଇ ଥିବା ଯୋଗୁଁ ଛାତ୍ରଛାତ୍ରୀ ସୁରକ୍ଷିତ ମଣୁ ନାହାଁନ୍ତି।ବିଶେଷ କରି ସହରର ତହସିଲ ଛକ, ଓରିଏନ ହୋଟେଲ ଛକ ,ଥାନା ଛକ, କଲମପୁର ଛକ ,ନୂଆ ବସ ଷ୍ଟାଣ୍ଡ ,ଲଙ୍କେଶ୍ୱରୀ ଛକ ,ହସ୍ପିଟାଲ ଛକ ଓ ବଜାର ଛକ ରେ ଟ୍ରାଫିକ ସମସ୍ୟା ଉତ୍କଟ ହୋଇପଡିଛି।ସହରରେ ଅନେକ ଦିନରୁ ବାଇପାସ ରାସ୍ତା ନିର୍ମାଣ ପାଇଁ ଦାବୀ କରିଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି । ଏପରିକି ବିଭାଗୀୟ କତ୍ତୃପକ୍ଷ୍ୟ କିମ୍ବା ନିର୍ବାଚିତ ଲୋକପ୍ରତିନିଧି ଏଥିପ୍ରତି ଉଦାସୀନ ରହିଥିବା ଦେଖିବାକୁ ମିଳୁଛି। ନିକଟରେ ଏନଏସି ହୋଇଥିବା ଧର୍ମଗଡ଼ କୁ ବାଇପାସ ରାସ୍ତା ପ୍ରସ୍ତାବ ରହିଥିବାବେଳେ ପୁରାତନ ଓ ସର୍ବାଧିକ ଯାନବାହନ ଚଳାଚଳ କରୁଥିବା ଜୁନାଗଡ଼କୁ ଅଣଦେଖା କରା ଯାଇଥିବାର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏପଟେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ହେବା ସହିତ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି ।ନିକଟରେ ପ୍ରସ୍ତାବିତ ଟ୍ରମା କେୟାର ସେଣ୍ଟର ଧର୍ମଗଡ଼, କେସିଙ୍ଗା, କୋକସରା ଠାରେ ରହିଥିବା ବେଳେ ଜୁନାଗଡ଼ କୁ ଉପେକ୍ଷା କରାଯାଇଛି। ଦୀର୍ଘଦିନରୁ ବିଭିନ୍ନ ସଂଗଠନ ପକ୍ଷରୁ ବାଇପାସ ରାସ୍ତା ନେଇ ଦାବି କରାଯାଇ ଥିଲେ ମଧ୍ୟ ଏହା ଶୀତଳ ଭଣ୍ଡାର ରେ ରହିଯାଇଛି।ତେଣୁ ତୁରନ୍ତ ସହରରେ ବାଇପାସ ରାସ୍ତା ଓ ଦୁର୍ଘଟଣା ପ୍ରବଣ ସହର ଯୋଗୁଁ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନ ତରଫରୁ ଦାବି ହେଉଛି । ସହରର ଏହି ପ୍ରମୁଖ ସମସ୍ୟା ନେଇ ଉଭୟ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ଉଦ୍ୟମ କରି ବାକୁ ସହରବାସୀ ଦୃଢ ଦାବୀ କରିଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ 

Sunil Chandra Nayak

ମହୁ ମାଛି ଆକ୍ରମଣ ରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ, ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି

Sunil Chandra Nayak

କିଶୋରୀ ବାଳିକାଙ୍କ ଅଣ୍ଡା ଛତୁଆ ହଡପ ଅଭିଯୋଗ ଆଣିଲେ ହିତାଧିକାରୀଙ୍କ ପରିବାର ଲୋକେ

Sunil Chandra Nayak

Leave a Comment

error: Content is protected !!