ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଡାଳ ଗ୍ରାମରେ ୧୫ ଦିନ ହେଲା ଜଳ ଯୋଗାଣ ବନ୍ଦ, ଟ୍ୟାଙ୍କ ନିକଟରେ ତାତିଲେ ମହିଳା, ବ୍ଲକ ଘେରାଉ ଚେତାବନୀ

ଗୋଡାଳ ଗ୍ରାମରେ ୧୫ ଦିନ ହେଲା ଜଳ ଯୋଗାଣ ବନ୍ଦ, ଟ୍ୟାଙ୍କ ନିକଟରେ ତାତିଲେ ମହିଳା, ବ୍ଲକ ଘେରାଉ ଚେତାବନୀ

ସିନାପାଲି,୨/୫ (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ମହକୁମା ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଗୋଡାଳ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରୁ ଜଳ ଯୋଗାଣ ବନ୍ଦ ରହିଥିବାରୁ ଗ୍ରାମର ଶତାଧିକ ମହିଳା ପ୍ରକଳ୍ପ ଟ୍ୟାଙ୍କ ନିକଟରେ ଜମା ହୋଇ ବେଶ୍ ତାତିବା ସହ ପ୍ରଶାସନ ର କୋହଳ ମନୋଭାବ ଯୋଗୁଁ ଜଳ ଯୋଗାଣ ବନ୍ଦ ରହିଥିବା ଅଭିଯୋଗ କରିଛନ୍ତି। ଗ୍ରାମର ଶତାଧିକ ମହିଳା ଯାଇ ହୋ ହାଲ୍ଲା କରିବା ସହ ଜଳ ଯୋଗାଣ ସ୍ଵାଭାବିକ ନ କଲେ ବ୍ଲକ କାର୍ଯ୍ୟାଳୟ ନିକଟରେ ଧାରଣା ଦେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଚଳିତ ଗ୍ରୀଷ୍ମ ଋତୁ ରେ ବାରମ୍ବାର ଗ୍ରାମବାସୀ ଜଳ ଯୋଗାଣ ପାଇଁ ଅଭିଯୋଗ କରି ଆସୁଛନ୍ତି। ହେଲେ ବିଭିନ୍ନ ବହାନା ଦେଖାଇ ଜଳ ଯୋଗାଣ କରୁ ନାହାନ୍ତି। ଯାହା ଫଳରେ ଲୋକେ ପାଣି ଟିକିଏ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି। ଗ୍ରାମରେ ଥିବା ନଳକୂପ ଗୁଡିକରୁ ଆବଶ୍ୟକ ପାଣି ବାହାରୁ ନ ଥିବା ବେଳେ ଯାହାବି ଅଛି ସେଥିରୁ ଦୂଷିତ ଜଳ ବାହାରୁଛି ଯାହା ପିଇବା ଅନୁପଯୋଗୀ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଯାହା ଫଳରେ ଗ୍ରାମର ଶତାଧିକ ମହିଳା ଯାଇ ପ୍ରକଳ୍ପ ନିକଟରେ ବେଶ୍ ତାତିଥିଲେ। ପ୍ରକଳ୍ପ ରେ ପାଣି ଅଛି କି ନାହିଁ ତାହା ଦେଖିବା ପାଇଁ ଜଳ ଯୋଗାଣ କର୍ମଚାରୀ କୁ ଡାକି ପ୍ରକଳ୍ପ ତାଲା ଖୋଲିବା ପାଇଁ ଜିଦ ଧରିବସିଥିଲେ। ପରେ କର୍ମଚାରୀ ଜଣକ ତାଲା ଖୋଲି ଥିଲେ। ପ୍ରକାଶ ଯୋଗ୍ୟ ଯେ, ଗୋଡାଳ ପଞ୍ଚାୟତ ର ଗୋଡାଳ ଗାଁ ସମେତ ମହଗାଁ, କୋଟାମାଳ, ବ୍ରାହ୍ମଣପଡ଼ା ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ସିନାପାଲି ସ୍ଥିତ ଉଦନ୍ତୀ ନଦୀ ରେ ପମ୍ପ ହାଉସ ରହିଥିବା ବେଳେ ଗୋଡାଳ ଗ୍ରାମ ଠାରେ ଟ୍ୟାଙ୍କ ବସିଛି। ଏଠାରୁ ଉକ୍ତ ଗାଁ ଗୁଡ଼ିକ କୁ ଜଳ ଯୋଗାଣ ବ୍ୟବସ୍ଥା ରହିଛି। ହେଲେ ମାସମାସ ଧରି ବିଭିନ୍ନ ବାହାନା ଦେଖାଇ ଜଳ ଯୋଗାଣ ବନ୍ଦ ରହିଥିବା ବେଳେ ଅଞ୍ଚଳ ର ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ବୁଖିନ ହେଉଛନ୍ତି। ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ଯ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନ ଦେଇ ଚୁପ ହୋଇ ରହିଛନ୍ତି। ଯାହା ଫଳରେ ପାନୀୟ ଜଳ ଯୋଗାଣ ନ ହେଲେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Related posts

ଜନ ସମ୍ପର୍କ ଯାତ୍ରା ଜରିଆରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

Sunil Chandra Nayak

ଯାତ୍ରୀବାହି ବସ ପଛପଟେ ଧକ୍କାଦେଲା ଓମିନି ଭ୍ୟାନ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Sunil Chandra Nayak

ବିଜାତଳାରେ ଜବରଦଖଲକାରୀଙ୍କୁ ଘର ଉପରେ ଚଢ଼ିଲା ଜେସିବି,ଜବରଦଖଲକାରୀଙ୍କୁ ମଧ୍ୟରେ କୋକୁଆ ଭୟ

Sunil Chandra Nayak

Leave a Comment

error: Content is protected !!