ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପାଞ୍ଚ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ 

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପାଞ୍ଚ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ 

 ନବରଙ୍ଗପୁର:(୨|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟା ଜିଲ୍ଲା ଅଦାଲତ ପରିସରରେ ଆରମ୍ଭ ହୋଇଥିବା ବେଳେ ନାମାଙ୍କନ ଦାଖଲର ପ୍ରଥମ ଦିନରେ ପାଞ୍ଚ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।୨୦୨୬ ବର୍ଷ ପାଇଁ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ୦୨ ତାରିଖ ଠାରୁ ଆରମ୍ଭ ହୋଇଛି।୨ ଏଵଂ ୩ ତାରିଖ ନାମାଙ୍କନ ପତ୍ର ଦାଖଲ,୫ ତାରିଖ ଦିନ ପ୍ରାର୍ଥୀ ପତ୍ର ଯାଞ୍ଚ,୮ ତାରିଖ ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର,୯ ତାରିଖ ଚୂଡ଼ାନ୍ତ ପ୍ରାର୍ଥୀ ପତ୍ର ତାଲିକା ପ୍ରକାଶନ ଏବଂ ୨୩ ତାରିଖ ଦିନ ନିର୍ବାଚନ,ଭୋଟ ଗଣତି ଓ ବିଜୟୀ ପ୍ରାର୍ଥୀ ଘୋଷଣା କରାଯିବ।ଏହି ନିର୍ବାଚନ ପ୍ରକ୍ରିୟା କୁ ନିର୍ବାଚନ ଅଧିକାରୀ ଆଇନଜୀବୀ ସରୋଜ କୁମାର ବେହେରା,ସହାୟକ ନିର୍ବାଚନ ଅଧିକାରୀ କିଶୋର କୁମାର ପଟନାୟକ ଓ ପ୍ରଦୀପ କୁମାର ସାହୁ ପରିଚାଳନା କରୁଛନ୍ତି। ପ୍ରଥମ ଦିବସରେ ସଭାପତି ଭାବେ ଆଇନଜୀବୀ ସନ୍ତୋଷ ମିଶ୍ର ଓ ସିରାଜ୍ ଉଦ୍ଦିନ ଅହମ୍ମଦ,ଉପ ସଭାପତି ଭାବେ ସ୍ନେହଲତା ଦେବୀ,ସମ୍ପାଦକ ଭାବେ କିଶୋରୀ ପଟନାୟକ ଓ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ବାଲାଜୀ ପ୍ରସାଦ ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କେସିଙ୍ଗା ପୁଲିସ ଉପଖଣ୍ଡରେ ନୂତନ ଏସଡ଼ିପିଓ ଭାବେ ଆଇପିଏସ ଅଧିକାରୀ ରୋହିତ ବର୍ମା ଙ୍କ ଦାଇତ୍ୱ ଗ୍ରହଣ

Sunil Chandra Nayak

ବିଭିନ୍ନ ପ୍ରକାର ଚାଷ କରି ଚର୍ଚ୍ଚାରେ ଯୁବ ଚାଷୀ ଅବିନାଶ 

masiha

ଓଡିଶା କନିଷ୍ଠ ଶିକ୍ଷକ ସଂଘର ପ୍ରସ୍ତାବକୁ ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

Sunil Chandra Nayak

Leave a Comment

error: Content is protected !!