ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସ୍ଥା ଓ ବିଶ୍ୱାସର ପୀଠ ସିନାପାଲି ଶିବ ମନ୍ଦିର- , ମନ୍ଦିର ପ୍ରତିଷ୍ଠା ପରେ ଅଂଚଳରେ ଖୁସିର ମାହୋଲ 

ଆସ୍ଥା ଓ ବିଶ୍ୱାସର ପୀଠ ସିନାପାଲି ଶିବ ମନ୍ଦିର- , ମନ୍ଦିର ପ୍ରତିଷ୍ଠା ପରେ ଅଂଚଳରେ ଖୁସିର ମାହୋଲ 

ସିନାପାଲି ୦୨/୦୪- (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ ) ନୂଆପଡା ଜିଲ୍ଲା ସିନାପାଲି ଠାରେ ବିଧିବିଧାନ ଅନୁଯାଇ ଏକ ଆଧ୍ୟାତ୍ମିକ ସମାବେଶ ମଧ୍ୟରେ ନିକଟରେ ନବନିର୍ମିତ ଭବ୍ୟ ଶିବମନ୍ଦିର ପ୍ରତିଷ୍ଠା ସମ୍ପୂର୍ଣ୍ଣ ହୋଇଛି l ମନ୍ଦିର ପ୍ରତିଷ୍ଠା ସହ ଏଠିକାର ଲୋକଙ୍କ ବହୁ ଦିନର ଆଶା ପୂରଣ ହୋଇପାରିଛି l ଏହି ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାରେ ଅଂଚଳର ସାଧାରଣ ଲୋକଙ୍କ ଅକୁଣ୍ଠିତ ସହଯୋଗ ରହିଥିବାରୁ ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟି ତରଫରୁ ସମସ୍ତଙ୍କୁ ଏହି ଅବସରରେ ଧନ୍ୟବାଦ ଅର୍ପଣ କରାଯାଇଛି l ମନ୍ଦିର ପ୍ରତିଷ୍ଠା ପରଦିନ ଏଠାରେ ସାମୁହିକ ରୁଦ୍ରାଭିଷେକ କରାଯାଇଥିଲା l ଏବେ ନୂତନ ମନ୍ଦିରକୁ ଭକ୍ତଙ୍କ ଆଗମନ ଲାଗି ରହିଛି l ଶୃଙ୍ଖଳାର ସହ ଆଗାମୀ ଦୈନନ୍ଦିନ ରୀତିନୀତି କିପରି ପରିଚାଳିତ ହେବ ସେନେଇ ଖୁବଶୀଘ୍ର ଏକ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି l ସୂଚନାଯୋଗ୍ୟ ଯେ ପ୍ରାୟ ଶହେ ବର୍ଷ ପୂର୍ବେ ସିନାପାଲି ଓ କାପସି ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କ ଉଦ୍ୟମରେ ଏଠିକାର ଧର୍ମପ୍ରାଣ ପ୍ରାତଃ ସ୍ମରଣୀୟ ପଲ୍ଲିକବି ମନୋହର ମେହେର ଦାନ ସୂତ୍ରରେ ଦେଇଥିବା ଭୂମିର ଏକ ଗଛ ମୂଳେ ଭଗବାନ ଶିବଙ୍କ ପୂଜା କରାଯାଇଆସୁଥିଲା l ପରେ ପ୍ରାୟ ୧୯୪୦ ବେଳକୁ କବିଙ୍କ ଉକ୍ତ ଦାନ ଜମିରେ ଧନୁ ମେହେର ଏକ ଗୁଡ଼ି ତିଆରି କରାଇଥିଲେ l ଯାହା ମହାଦେବଗୁଡ଼ି ଭାବରେ ସମସ୍ତଙ୍କ ବିଶ୍ୱାସର ପ୍ରତୀକ ହୋଇ ରହିଆସିଥିଲା l ଅନେକ ଭକ୍ତ ନିଜ ମନସ୍କାମନା ପୂର୍ଣ୍ଣ ନିମନ୍ତେ ଏଠାରେ ପାଳ ପଡି ଭଗବାନ ଶିବଙ୍କ ଆଶୀର୍ବାଦ ପାଇଥିବା ଶୁଣାଯାଏ, ଯାହା ଏହି ମନ୍ଦିରର ମହତ୍ୱକୁ ଅଧିକ ପରିବର୍ଦ୍ଧିତ କରେ l ବଂଶାନୁକ୍ରମେ ସୌଦାଗର ଦାସଙ୍କ ପରିବାର ଏହି ମନ୍ଦିରର ପୂଜା ଦାୟିତ୍ୱରେ ରହିଆସିଥିବା ବେଳେ ଏବେ ତାଙ୍କ ଉତ୍ତରାଧିକାରୀ ଭାବେ ଭୀଷ୍ମଦେବ ଦାସ ମନ୍ଦିର ପୂଜକ ରହିଛନ୍ତି l ଗତ ୨୦୧୬ରେ କିଛି ଭଦ୍ର ବ୍ୟକ୍ତିଙ୍କ ଉଦ୍ୟମରେ ଗୁଡିକୁ ଲାଗି ଯମୁନା ମେହେର ଦାନ ଦେଇଥିବା ଭୂମିରେ ସର୍ବସାଧାରଣଙ୍କ ସହଯୋଗରେ ଆଜିର ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା l ଏବେ ଭବ୍ୟ ଓ ଆକର୍ଷଣୀୟ ମନ୍ଦିର ପ୍ରତିଷ୍ଠା ପରେ ଶିବ ଭକ୍ତଙ୍କ ମଧ୍ୟରେ ନାହିନଥିବା ଉତ୍ସାହ ପରିଲିକ୍ଷିତ ହୋଇଛି l

Related posts

ବୁଢ଼ୀଦର ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ, କୁନିକଳାକାରଙ୍କ ଗହଣରେ ନାଚିଲେ ଜୁନାଗଡ଼ ବିଧାୟକ

masiha

ଜିଲ୍ଲାପାଳ ଓ ଡିଏଫଓଙ୍କୁ ଭେଟିଲେ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତିର ସଦସ୍ୟ

Sunil Chandra Nayak

ଥୁଆମୁଳ ରାମପୁର ବ୍ଳକ ଗାୟତ୍ରୀ ପରିବାରର ସମନ୍ବିୟ କମିଟି ଗଠନ

Sunil Chandra Nayak

Leave a Comment

error: Content is protected !!