ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହମିରପୁର ରେ ସ୍ବାସ୍ଥ୍ୟ ସେବା ଶିବିର 

ହମିରପୁର ରେ ସ୍ବାସ୍ଥ୍ୟ ସେବା ଶିବିର 

ରାଉରକେଲା: ହମିରପୁର ର ମିଲନ କ୍ଲବ୍ ଠାରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ମହିଳା ଆରୋଗ୍ୟ ସମିତି ଆନୁକୁଲ୍ୟରେ ସେକ୍ଟର ୧୬ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଆୟୋଜିତ ଏହି ଶିବିରରେ ଉଚ୍ଚ ରକ୍ତଚାପ, ମଧୁମେହ ଓ କର୍କଟ ରୋଗର ଚିହ୍ନଟ ତଥା ଚିକିତ୍ସା କରାଯାଇଥିଲା। ଏହି ଶିବିରରେ ମେଡିକାଲ ଅଫିସର ଡା ପ୍ରଶାନ୍ତ ପ୍ରସାଦ, ଫାର୍ମାସିଷ୍ଟ ଜ୍ୟୋତି ରଞ୍ଜନ ମହାନ୍ତି, ସ୍ବପ୍ନାରାଣୀ ମହାନ୍ତି, ସଞ୍ଜୟ କୁଣ୍ଡୁ, ଶାନ୍ତିଲତା ଜେନା, ଆଶା କର୍ମୀ ଅନିମା ଲାକ୍ରା (କ) ଅନିମା ଲାକ୍ରା (ଖ)ନିଳିମା ଟପ୍ନୋ,ରେବେକା ଟପ୍ପୋ, ସରୋଜିନୀ ମିଞ୍ଜ,ରେଶମା ଲାକ୍ରା, ଅରୁଣ ଧୋବା ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ପ୍ରାୟ ୭୦ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ମହିଳା ଆରୋଗ୍ୟ ସମିତିର ସଭାପତି ସଞ୍ଜୁକ୍ତା ରାୟ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହମିରପୁର ଉନ୍ନୟନ ପରିଷଦର ସଭାପତି ଡ଼ଃ ସୁମନ ଦତ୍ତ ଓ ମିଲନ କ୍ଲବର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ହମିରପୁରରେ ଥିବା ସ୍ବାସ୍ଥ୍ୟସେବା କେନ୍ଦ୍ରଟି ସେକ୍ଟର ୧୬ କୁ ଉଠିଯାଇ ଥିବାରୁ ଏଠାରେ ସ୍ଥାନୀୟ ବାସିନ୍ଦା ମାନେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ବିଶେଷତଃ ବୃଦ୍ଧ ବୃଦ୍ଧା ମାନେ ବେଶୀ ହଇରାଣ ହେଉଛନ୍ତି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

Sunil Chandra Nayak

ପି ଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗୀତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!