ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଆଡମ୍ବରରେ ପାଳନ ହେଲା ଧରତୀ ଆଵା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ

ମହାଆଡମ୍ବରରେ ପାଳନ ହେଲା ଧରତୀ ଆଵା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ

ରାଉରକେଲା : ଆଦିବାସୀ ସମାଜ ପାଇଁ ଭଗବାନ ସ୍ୱରୂପ ଧରତୀ ଆବା ସହୀଦ ବିର ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜନ୍ମ ଜୟନ୍ତୀକୁ ରାଉରକେଲାର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ସଂଗଠନ ଧରତୀ ଆବା ବିର ବିର୍ସା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ସ୍ଥାନୀୟ ସେକ୍ଟର-୧୩ ସ୍ଥିତ ମେଳଣ ପଡ଼ିଆରେ ମହାଆଡମ୍ବରରେ ପାଳନ ହୋଇଯାଇଅଛି । ଏହି ଅବସରରେ ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ପଡୋଶୀ ଛାତିଶଗଡ଼, ଝାଡ଼ଖଣ୍ଡ ଏବଂ ବିହାରର ସୀମାନ୍ତବର୍ତୀ ଅଞ୍ଚଳରୁ ଆସିଥିବା ଆଦିବାସୀ ସମାଜର ଜାତି ମୁଖିଆଙ୍କ ନେତୃତ୍ୱରେ ଆସିଥିବା ଆବାଳବୃଦ୍ଧବନିତା ମାନେ ନିଜନିଜର ପାରମ୍ପରିକ ବେଶ ଭୁଷାରେ ସୁସଜ୍ଜିତ ହୋଇ ସୁସଜ୍ଜିତ ବିଭିନ୍ନ ଗାଡ଼ିରେ ଚଢ଼ି ଆୟୋଜନ କମିଟିର ମୁଖ୍ୟ ପୃଷ୍ଟପୋଷକ ତଥା ରଘୁନାଥପାଲ୍ଲୀ ବିଧାୟକ ଏବଂ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତି ତଥା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ କରକମଳରେ ଉଦଘାଟିତ ହୋଇଥିଲା । ପରେ ଏକ ଭବ୍ୟ ଶୋଭାଯାତ୍ରାରେ ସେକ୍ଟର-୧୩ ପଡ଼ିଆରୁ ବାହାରି ରିଙ୍ଗରୋଡ ଦେଇ ବିଶ୍ରା ଛକରେ ପହଞ୍ଚି ଥିଲେ । ଯେଉଁଠି ମନ୍ତ୍ରୀ ଶ୍ରୀ ନାଏକ,ବିଧାୟକ ଶ୍ରୀ ତନ୍ତୀ ଏବଂ ଅନ୍ୟ ମାନ୍ୟଗଣ୍ୟ ଵ୍ୟକ୍ତି ମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମଧ୍ୟାହ୍ନରେ ବିଧାୟକ ଶ୍ରୀ ତନ୍ତୀଙ୍କ ଦ୍ୱାରା ମଞ୍ଚରେ ଦୀପ ପ୍ରଜ୍ବଳନ କରାଯାଇ ସାଂସ୍କୃତିକ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମର ସୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିବାକୁ ଯାଇ ବିଧାୟକ ଶ୍ରୀ ତନ୍ତୀ ନିଜ ବକ୍ତବ୍ୟରେ ଭାରତର ସ୍ବାଧୀନତା ଆନ୍ଦୋଳନରେ ନିଜ ଜାତି ଧର୍ମର ରକ୍ଷା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନ ଆଦର୍ଶର ସ୍ମୃତିଚାରଣ କରି ଧରତୀ ଆବା ବୀର ବିର୍ସା ମୁଣ୍ଡାଙ୍କ ପଦାଙ୍କ ଅନୁସରଣ କରି ନିଜ ଜାତି,ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ଏହାର ସୁରକ୍ଷା କରିବା ପାଇଁ ସମସ୍ତେ ନିଃସ୍ୱାର୍ଥପର ଭାଵନା ନେଇ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ବିଧାୟକ ଶ୍ରୀ ତନ୍ତୀ ପରାମର୍ଶ ଦେଇଥିଲେ । ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପୁର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରିଥିଲେ । ଶେଷରେ ଓଡ଼ିଶା ତଥା ଦେଶର ବିଭିନ୍ନ ରାଜ୍ୟରେ ନିଜର ସୁମଧୁର କଣ୍ଠ ପାଇଁ ବେଶ ଖ୍ୟାତି ଅର୍ଜନ କରିଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏବଂ ତାଙ୍କ ଦଳ ଦ୍ୱାରା ଭିନ୍ନ ଭିନ୍ନ ପ୍ରକାରର ସୁମଧୁର ତଥା ଲୋକପ୍ରିୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆୟୋଜନ କମିଟିର ସଭାପତି ବାସୁ ସରଘରିଆ, ସାଧାରଣ ସମ୍ପାଦକ ଉମେଶ ନାଗ,କୋଷାଧ୍ୟକ୍ଷ ଅଶୋକ ଖାଲକୋ, ଏସ ଯେ ଆର୍ଯ୍ୟନ,ସୁସ୍ମିତା ପୂର୍ତ୍ତି, ପ୍ରବୀନ ଲୁଗୁନ,ଅମୃତ କୁଜୁର ଙ୍କ ସମେତ ସମସ୍ତ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

First Kavach-Equipped Locomotive Flagged Off from DLS Visakhapatnam

Sunil Chandra Nayak

ଜୁନାଗଡ଼ ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ ବନ୍ଦେ ମାତରଂ

Sunil Chandra Nayak

Leave a Comment

error: Content is protected !!