ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

କଟକ : କଟକ ସଦର ୪୨ ମୌଜା କଳପଡ଼ା ଗ୍ରାମପଞ୍ଚାୟତସ୍ଥ ଦେଉଳି ଗ୍ରାମର ସମାଜସେବୀ,ଉଦାର ହୃଦୟର ବ୍ୟକ୍ତି ରବିନ୍ଦ୍ର ନାଥ ପତି(୮୫) ଇହଲୀନ ଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ପରୋପକାରୀ, ସମାଜସେବୀ ଭାବେ ୪୨ ମୌଜା କାହିଁକି କଟକ ସଦର ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ତାଙ୍କର ଏକମାତ୍ର ପୁତ୍ର ସନ୍ତୋଷ କୁମାର ପତି ୪୨ ମୌଜା ବିକାଶ ପରିଷଦର ସଂପାଦକ ଭାବେ କାର୍ଯ୍ୟ କରିବା ସହିତ ବହୁ ଅନୁଷ୍ଠାନ ସହିତ ଜଡ଼ିତ ଅଛନ୍ତି । ତାଙ୍କର ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ସହଧର୍ମିଣୀ ମନୋରମା ପତି,ପୁତ୍ରବଧୂ ଶିକ୍ଷାବିତ୍ ରଶ୍ମିତା ଦୀକ୍ଷିତ୍,ନାତି କୁମାର ସାନୁ ପତି, ନାତୁଣୀ ତୃପ୍ତିମୟୀ ପତି,କ୍ୱାଇଁ ସୁଧୂର କୁମାର କର,ବଡ଼ ଜ୍ବାଇଁ ନବକିଶୋର ଦେବତା,ଝିଅ ସୁଚିତ୍ରା ଦେବତା ଓ ବିଚିତ୍ରା କର,ନାତୁଣୀ ବୋହୂ ବୈଜୟନ୍ତୀବାଳା ପତି ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ଭାବେ ସେ ସମସ୍ତଙ୍କର ପ୍ରଶଂସିତ ଥିଲେ । ପରିବାରର ସମସ୍ତ ସଦସ୍ୟ, କୁଟୁମ୍ବ ଭାଇ,ଭ୍ରାତୃ ବଧୂ ପୁତୁରା ଝିଆରୀ,ନାତି ନାତୁଣୀ ଓ ଗ୍ରାମବାସୀ ମାନଙ୍କ ଗହଣରେ ଗ୍ରାମ ଶ୍ମଶାନରେ ତାଙ୍କର ଶବ ସଂସ୍କାର କରାଯାଇଥିଲା । ପୁତ୍ର ସଙ୍ଗଠକ ସନ୍ତୋଷ କୁମାର ପତି ମୁଖାଗ୍ନି ଦେଇଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ବିଜେପି ତରଫରୁ ସେବା ପକ୍ଷ ଅବସରରେ ବିଶାଳ ରକ୍ତଦାନ ଶିବିର,ଉପଖଣ୍ଡ ଚିକିତ୍ସାଳୟରେ ୧୩୫ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

୧- ରାୟଗଡା ଜିଲ୍ଲା ପାଇଁ ଗୌରବ ଆଣିଲେ ହାସୀନା ନାୟକ ଜାତୀୟ ପାୱାର ଲିଫ୍ଟଙ୍ଗି ରେ ସ୍ୱର୍ଣ୍ଣ ପଦ ପାଇଲେ , ୨- ଏକ ମାସ ପରେ ପମ୍ଫ ରେ ପହଁଞ୍ଚିଲା ପେଟ୍ରଲ ଓ ଡିଜେଲ, ଗାଡି ଚଡ଼ା ଦରରେ ଭରୁଥିଲେ ତେଲ 

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଜଙ୍ଗଳ ନିଆଁ ଲିଭାଇବା ନେଇ ନାଗରିକ ସଚେତନ କାର୍ଯ୍ୟକ୍ରମ, ବିଭିନ୍ନ ଉପାୟରେ ନିଆଁ ଲିଭାଇବା ପାଇଁ କର୍ମଚାରୀ ଙ୍କୁ ତାଲିମ ଏବଂ ଉପକରଣ ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!