ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

କଟକ : କଟକ ସଦର ୪୨ ମୌଜା କଳପଡ଼ା ଗ୍ରାମପଞ୍ଚାୟତସ୍ଥ ଦେଉଳି ଗ୍ରାମର ସମାଜସେବୀ,ଉଦାର ହୃଦୟର ବ୍ୟକ୍ତି ରବିନ୍ଦ୍ର ନାଥ ପତି(୮୫) ଇହଲୀନ ଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ପରୋପକାରୀ, ସମାଜସେବୀ ଭାବେ ୪୨ ମୌଜା କାହିଁକି କଟକ ସଦର ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ତାଙ୍କର ଏକମାତ୍ର ପୁତ୍ର ସନ୍ତୋଷ କୁମାର ପତି ୪୨ ମୌଜା ବିକାଶ ପରିଷଦର ସଂପାଦକ ଭାବେ କାର୍ଯ୍ୟ କରିବା ସହିତ ବହୁ ଅନୁଷ୍ଠାନ ସହିତ ଜଡ଼ିତ ଅଛନ୍ତି । ତାଙ୍କର ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ସହଧର୍ମିଣୀ ମନୋରମା ପତି,ପୁତ୍ରବଧୂ ଶିକ୍ଷାବିତ୍ ରଶ୍ମିତା ଦୀକ୍ଷିତ୍,ନାତି କୁମାର ସାନୁ ପତି, ନାତୁଣୀ ତୃପ୍ତିମୟୀ ପତି,କ୍ୱାଇଁ ସୁଧୂର କୁମାର କର,ବଡ଼ ଜ୍ବାଇଁ ନବକିଶୋର ଦେବତା,ଝିଅ ସୁଚିତ୍ରା ଦେବତା ଓ ବିଚିତ୍ରା କର,ନାତୁଣୀ ବୋହୂ ବୈଜୟନ୍ତୀବାଳା ପତି ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ଭାବେ ସେ ସମସ୍ତଙ୍କର ପ୍ରଶଂସିତ ଥିଲେ । ପରିବାରର ସମସ୍ତ ସଦସ୍ୟ, କୁଟୁମ୍ବ ଭାଇ,ଭ୍ରାତୃ ବଧୂ ପୁତୁରା ଝିଆରୀ,ନାତି ନାତୁଣୀ ଓ ଗ୍ରାମବାସୀ ମାନଙ୍କ ଗହଣରେ ଗ୍ରାମ ଶ୍ମଶାନରେ ତାଙ୍କର ଶବ ସଂସ୍କାର କରାଯାଇଥିଲା । ପୁତ୍ର ସଙ୍ଗଠକ ସନ୍ତୋଷ କୁମାର ପତି ମୁଖାଗ୍ନି ଦେଇଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ପାଇଁ ଧର୍ମଗଡ ରେ ମଶାଲ ଯାତ୍ରା

masiha

ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ

masiha

Leave a Comment

error: Content is protected !!