ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପିଳାସ ବାଲିଘାଟ ସୀମା ନିର୍ଦ୍ଧାରଣ କଲା ଖଣି ବିଭାଗ

କପିଳାସ ବାଲିଘାଟ ସୀମା ନିର୍ଦ୍ଧାରଣ କଲା ଖଣି ବିଭାଗ 

ଆସିକା, ୨/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ତହସିଲ ଅଧିନରେ ରହିଥିବା କପିଳାସ ବାଲିଘାଟ ର ସୀମା ବିବାଦ ନେଇ ଜରିରହିଥିବା ବିବାଦ ର ଆଜି ଅକ୍ଷାଂଶ ଦ୍ରାଘିମା ଅନୁଯାୟୀ ଖଣି ବିଭାଗ ତରଫରୁ ନିରୂପଣ ପରେ ଏହାର ପୂର୍ନଛେଦ ପଡ଼ିଛି । ଆଜି ଋଷିକୁଲ୍ୟା ନଦୀର ଏହି ବାଲିଘାଟ କୁ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଉପଖଣ୍ଡ ଖଣି ଅଧିକାରୀ ଅକ୍ଷୟ ସାମଲ,ଧରାକୋଟ କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଜେନା, ଜାହାଡା ରାଜସ୍ୱ ନିରୀକ୍ଷକ ରଞ୍ଜନ ବରାଡ,ଧରାକୋଟ ରାଜସ୍ୱ ନିରୀକ୍ଷକ ମନୋଜ ମାଝି,ଅମିନ ନିରଞ୍ଜନ ସବର, ଲିଜଧାରି ଚିରଞ୍ଜିବୀ ଦାସ ଓ ନନ୍ଦିଗୋର ଗାଁ ଲୋକଙ୍କ ଉପସ୍ଥିତି ରେ ସିମା ନିର୍ଧାରଣ କରାଯାଇ ମାନ ଚିତ୍ର ରେ ରହିଥିବା ସ୍ଥାନକୁ ଚିହ୍ନଟ କରାଯାଇଥିଲା । ଗାଁ ଲୋକ ଓ ଲିଜଧାରି ଙ୍କ ମଧ୍ୟରେ ଆଜିର ସୀମା ନିର୍ଦ୍ଧାରଣ କୁ ନେଇ ସନ୍ତୋଷ ପ୍ରକାଶ ପାଇବା ସହ ଏଣିକି ପରିସୀମା ମଧ୍ୟରୁ ବାଲି ଉତ୍ତୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯାହା ଫଳରେ ଦୀର୍ଘ ପନ୍ଦର ଦିନ ପୂର୍ବରୁ ଏହି ବାଲିଘାଟ କୁ ନେଇ ନନ୍ଦିଗୋର ଗାଁ ଲୋକଙ୍କ ମଧ୍ୟରେ ଯେଉଁ ଉତ୍ତେଜନା ପରିସ୍ଥିତି ଲାଗି ରହିଥିଲା ତାହାର ପରିସମାପ୍ତି ଘଟିଛି। ଘଟଣା ସମ୍ପର୍କରେ ତହସିଲଦାର ଙ୍କ ସହ ଯୋଗାଯୋଗ ବେଳେ ଖଣି ବିଭାଗ ତରଫରୁ ଯେଉଁ ସିମା ନିର୍ଧାରଣ କରାଗଲା ଏଥିରେ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି ଏଣୁ ବର୍ତ୍ତମାନ ସେହି ନିର୍ଦ୍ଧାରିତ ଅଞ୍ଚଳରୁ ବାଲି ଉତ୍ତୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି। ସେହିପରି ଉପଖଣ୍ଡ ଖଣି ଅଧିକାରୀ ଙ୍କ ସହ ଯୋଗାଯୋଗ ବେଳେ ଗତ ଫେବୃଆରୀ ମାସରେ ଡ୍ରୋନ ସର୍ଭେ କରାଯାଇଛି,ଏହାର ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ,କିନ୍ତୁ ଆଜି ସମ୍ପୂର୍ଣ୍ଣ ସହଯୋଗ ଓ ସହମତିରେ ସିମା ନିର୍ଧାରଣ କରାଯାଇଥିବାରୁ ଉଭୟ ଗାଁ ଲୋକ ଓ ଲିଜଧାରି ଙ୍କ ମଧ୍ୟରେ ଥିବା ମନାନ୍ତର ଓ ମତାନ୍ତର ଦୂର ହୋଇଛି ବୋଲି ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ଧରି କପିଳାସ ବାଲିଘାଟ କୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହାର ପରିସମାପ୍ତି ଘଟିଛି।

Related posts

ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିଥି ଅଧ୍ୟାପକଙ୍କୁ ମିଳିନି ୫ ମାସ ଦରମା ଡିଇଓ ଅଫିସରେ ପଡ଼ି ରହିଛି ଫାଇଲ 

masiha

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଉପକରଣ ପାଇଁ ଆକଳନ ଶିବିର

masiha

କୋଇଲା ବୋଝେଇ ଟ୍ରକ ସହ ଫରଚ୍ୟୁନର କାର ଧକ୍କା, ତିନି ଆହାତ

Sunil Chandra Nayak

Leave a Comment

error: Content is protected !!