ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଗାଲିଫ୍ଟ ଚାଷି ଙ୍କ ଟୋକନ ଆସିବ, କୃଷକ ସମ୍ପର୍କ ଅଭିଯାନ ସଭା ରେ ଦୃଢୋକ୍ତି ପ୍ରକାଶ କଲେ ଧର୍ମଗଡ ବିଧାୟକ

ମେଗାଲିଫ୍ଟ ଚାଷି ଙ୍କ ଟୋକନ ଆସିବ, କୃଷକ ସମ୍ପର୍କ ଅଭିଯାନ ସଭା ରେ ଦୃଢୋକ୍ତି ପ୍ରକାଶ କଲେ ଧର୍ମଗଡ ବିଧାୟକ

କୋକସରା ::ସୋମବାର ଧର୍ମଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀ ଓ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ ଦିଶାରୀ, ଜିଲ୍ଲା ସମ୍ପାଦକ ହିମାଂଶୁ ପଣ୍ଡା, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦିନେଶ କୁମାର ରାଉତ, ଜିଲ୍ଲା ଅନୁସୂଚିତ ଜନଜାତି ସଭାପତି ତ୍ରିନାଥ ଶବର ପ୍ରମୁଖ କୋକସରା ବ୍ଲକ ର ଡ଼ହଗାଁ,ଫୁଫଗାଁ, ଡୋଙ୍ଗରିଗୁଡା ଓ ଓଲମା ଗ୍ରାମ ରେ କୃଷକ ସମ୍ପର୍କ ଅଭିଯାନ ରେ ଯୋଗଦେଇ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ଚଳିତ ରବିଧାନ ବିକ୍ରି ପାଇଁ ରହିଥିବା ଟୋକନ ସମସ୍ୟା ନେଇ ସ୍ପଷ୍ଟୀକରଣ ରଖିବା ସହ ରବିଧାନ ସରକାର ନିଶ୍ଚୟ କ୍ରୟ କରିବେ ଓ ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଳି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ପାଇଁ ଯତ୍ନବାନ ଅଛନ୍ତି। ମେଗାଲିଫ୍ଟ ଅଞ୍ଚଳ ର ଚାଷି ପଞ୍ଜିକରଣ ରୁ ବଞ୍ଚିତ ହେବାପରେ କଳାହାଣ୍ଡି ସାଂସଦ ମାଲବିକା ଦେବୀ,ପୂର୍ବତନ ବିରୋଧୀ ଦଳ ନେତା ବସନ୍ତ ପଣ୍ଡା,ପ୍ରଦୀପ୍ତ କୁମାର ନାଏକ, ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଓ ମୁଁ ନିଜେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ସମେତ ବିଭାଗୀୟ ମନ୍ତ୍ରୀ,ସଚିବ, ଅଧିକାରୀ ଙ୍କ ସହ ଚାଷି ଙ୍କ ପଞ୍ଜିକରଣ ଓ ଧାନ ବିକ୍ରି ସମସ୍ୟା ନେଇ ଆଲୋଚନା କରି ସମସ୍ୟା ର ସମାଧାନ କରାଯାଇଛି ବୋଳି ବିଧାୟକ କହିଛନ୍ତି। ଚାଷି ଙ୍କ ପ୍ରଗତି ଓ ଉନ୍ନତି ପାଇଁ ମୋହନ ମାଝୀ ଙ୍କ ନେତୃତ୍ବାଧୀନ ସରକାର ଦୃଢ଼ ସଂକଳ୍ପବଦ୍ଧ, ମେଗାଲିଫ୍ଟ ଚାଷି ଙ୍କ ରବିଧାନ ବିକ୍ରି ସରକାରୀ ସ୍ତରରେ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଓ ଆସନ୍ତା କିଛିଦିନ ମଧ୍ୟରେ ଚାଷି ଙ୍କ ଟୋକନ ପେକ୍ସ ଜରିଆରେ ପଞ୍ଜିକୃତ ହେବ ବୋଲି ଦୃଢତା ର ସହ କୃଷକ ସମ୍ପର୍କ ଅଭିଯାନ ରେ ସ୍ପଷ୍ଟୀକରଣ ରଖିଛନ୍ତି ଧର୍ମଗଡ ବିଧାୟକ ଶ୍ରୀ ପଟ୍ଟଯୋଶୀ। ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା,ବସନ୍ତ ନାଗ, ମଧୁବନ ପାତ୍ର,ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ,ଅର୍ଜୁନ ଭାଟି,ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର,ଶାରଳା ପ୍ରସାଦ ପ୍ରଧାନୀ,ମନୋଜ କୁମାର ନାଏକ,ସୁଜିତ ରାଜପୁତ,ଚକ୍ରଧର ବେଶ୍ରା,ଦଳୀୟ କର୍ମକର୍ତ୍ତା ସମେତ ସ୍ଥାନୀୟ ଅଞ୍ଚଳର ଚାଷି ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜିଲା ମିଳିତ ଯୁବକ ଯୁବତୀ ସରକାରୀ ଚାକିରୀ ଆଶାୟୀ ସଂଘର ବୈଠକ 

masiha

ବିଦ୍ୟାଳୟ ପାଚିକା ଓ ସହାୟିକା ମାନଙ୍କ ତାଲିମ ଶିବିର

masiha

ଶାନ୍ତି ଶକ୍ତି ଭବନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ 

masiha

Leave a Comment

error: Content is protected !!