ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଓଡ଼ିଶା ଜନତା କଂଗ୍ରେସର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ : ନୂଆ ଦଳର ଆହ୍ୱାନ ଦେଲେ ସଭାପତି ମହମ୍ମଦ ମୋକିମ 

ଓଡ଼ିଶା ଜନତା କଂଗ୍ରେସର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ : ନୂଆ ଦଳର ଆହ୍ୱାନ ଦେଲେ ସଭାପତି ମହମ୍ମଦ ମୋକିମ 

କଟକ : କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା କଳପଡା ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ଜନତା କଂଗ୍ରେସର ଏକ ବୃହତ କର୍ମୀ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଦଳୀୟ କର୍ମୀ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶା ଜନତା କଂଗ୍ରେସର ମାନ୍ୟବର ସଭାପତି ତଥା ଇଞ୍ଜିନିୟର ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଝିଙ୍କିରିଆଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଶତାଧିକ କର୍ମୀ ଓ ସମର୍ଥକଙ୍କ ଗହଣରେ ଏହି ଶୋଭାଯାତ୍ରା କଳପଡା କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ସେଠାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ୪୨ ମୌଜାର ୬ଟି ପଞ୍ଚାୟତରୁ ବହୁସଂଖ୍ୟକ ଲୋକଙ୍କ ଯୋଗଦାନ କରୁଥିଲେ । ଏହି ସମ୍ମିଳନୀରେ ୪୨ ମୌଜା ଅଞ୍ଚଳର ୬ ଗୋଟି ପଞ୍ଚାୟତରୁ ହଜାର ହଜାର ବାସିନ୍ଦା ଏବଂ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ସଭାପତି ଇଞ୍ଜିନିୟର ମହମ୍ମଦ ମୋକିମ ସମସ୍ତ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସ୍ଥାନୀୟ ସମସ୍ୟା ଓ ଅଞ୍ଚଳର ବିକାଶ ଉପରେ ଆଲୋକପାତ କରିଥିଲେ। ଏଥିସହିତ ଓଡ଼ିଶାର ଏକ ନୂତନ ଏବଂ ପ୍ରଗତିଶୀଳ ରାଜନୈତିକ ବିକଳ୍ପ ଭାବେ ‘ଓଡ଼ିଶା ଜନତା କଂଗ୍ରେସ’ ସହ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ।

ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଦଳ ସର୍ବଦା ଜନସାଧାରଣଙ୍କ ସହ ଛିଡ଼ା ହେବ ବୋଲି ଏହି ଅବସରରେ ଦୃଢ଼ ସଂକଳ୍ପ ପ୍ରକାଶ କରାଯାଇଛି। ଏଥିରେ ମୁଖ୍ୟ ପରିଚାଳକ ଦୀପକ ପରିଡା,ଖଲିକୁଜ ଜମାନଖାନ,ବିରଜା ଭୂଷଣପତି, ରବିନାରାୟଣ ନାୟକ,ମହେଶ୍ୱର ପତି,ଅଭୟ ମହାପାତ୍ର,ସମ୍ବିତ ବିଶ୍ୱାଳ, ଅଶୋକ ଦାସ,ମିର୍ଜା ସରାଫତ ବେଗ,  ବିକାଶ ପରିଡା,ରାଜକିଶୋର ଭୋଇ,ଶୁଭେନ୍ଦୁ ଲେଙ୍କା, ପ୍ରତାପ ସ୍ୱାଇଁ,ଅଜୟ ମଲ୍ଲିକ,ଦୀପକ ମଲ୍କିକ,ସୁଦର୍ଶନ ସଂକୁଆ,ରମେଶ ମଲ୍ଲିକ ଧନଞ୍ଜୟ ରଥ ,ରାଜକିଶୋର ଭୋଇ, ଯାହେଦ ଖାଁ,ସମ୍ବିତ ପରିଡା ପ୍ରମୁଖ ଉର୍ଦ୍ଧ କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଂଗ୍ରେସର ଭୂବନେଶ୍ବର ଚାଲ

Sunil Chandra Nayak

ସମୃଦ୍ଧ ଓଡିଶା ଗଠନ ବିଜୁ ଜନତା ଦଳର ଲକ୍ଷ , ଧର୍ମଗଡ:ମୂଷାପାଲି-ଡ଼ହଗାଁ,ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା

masiha

ଲମ୍ବୋଦର ନିଆଲଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଟିକଟ ପ୍ରଦାନ କରିବାକୁ ଦାବି,ସାମ୍ୱାଦିକ ସମ୍ମିଳନୀ କଲା ଖଡ଼ିଆଳ ବିଜେଡ଼ି

masiha

Leave a Comment

error: Content is protected !!