ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମଜିକ ସଂଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ମେଧାବୀ ସମ୍ବର୍ଧନା ପ୍ରଦାନ 

ସାମଜିକ ସଂଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ମେଧାବୀ ସମ୍ବର୍ଧନା ପ୍ରଦାନ 

କଟକ : ଅଗ୍ରଣୀ ସାମାଜିକ ସଂଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ମାଟ୍ରିକ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ମାନଙ୍କୁ ସଂବର୍ଦ୍ଧନା ପ୍ରଦାନ ଉତ୍ସବ ୪୨ ମୌଜା ବେଣ୍ଟକାର ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସଵରେ ୪୦ ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ ବଟକୃଷ୍ଣ ମେମୋରିଆଲ ମେଧା ପ୍ରତିଭା ସମ୍ମାନ – ୨୦୨୬ ପ୍ରଦାନ କରାଯିବା ସହ ୪୨ ମୌଜା ସ୍ତରରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ବେଣ୍ଟକାର ସରସ୍ବତୀ ଶିଶୁ ମନ୍ଦିରର ବିଦ୍ୟାର୍ଥୀ ସର୍ବୋଚ୍ଚ ନମ୍ୱର ରଖିଥିବା ହେତୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶିକ୍ଷାବିତ୍ ମନୋରଞ୍ଜନ ଶତପଥୀଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଷ୍ଠାନ ସଭାପତି ତଥା ବଟକୃଷ୍ଣ ମେମୋରିଆଲ ଟ୍ରଷ୍ଟ ଆବାହକ ବରିଷ୍ଠ ସମାଜସେବୀ ଇଂ.ଅଶୋକ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ମାନବାଧିକାର କମିଶନ୍ ସଦସ୍ୟ ଅସୀମ ଅମିତାଭ ଦାଶ,ମୂଖ୍ୟ ବକ୍ତା ହୋପ୍ ଫାଉଣ୍ଡେସନ ଅଧ୍ୟକ୍ଷ ମନସ୍ତତ୍ଵବିତ ସମ୍ବିତ୍ ନନ୍ଦ,ଅଧ୍ୟାତ୍ମିକବାଦୀ ତଥା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ବି.କେ.ରୀନା ଭଉଣୀ,ତୁଳସୀପୁର ବିଶ୍ଵବିଦ୍ୟାଳୟର ମୁଖ୍ୟ ବି.କେ.ସଂଧ୍ୟା ଭଉଣୀ,ସାମ୍ୱାଦିକ ଚିତ୍ତ ରଂଜନ ବେହେରା,ବରିଷ୍ଠ ସମାଜସେବୀ ପୁଷ୍ପରାଜ ପ୍ରଧାନ,ଶିକ୍ଷାବିତ୍ ଚୈତନ୍ୟ ପ୍ରସାଦ ରାଉତ,ପ୍ରଧ୍ୟାପକ ଡ଼ଃ କଲିମୁଲ୍ଲା, ନାଟ୍ୟକାର ଅଶୋକ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ପ୍ରଭାତ କୁମାର ଖଟୁଆ,ମୁଖ୍ୟ ଉପଦେଷ୍ଟା ବିଷ୍ଣୁ ଚରଣ ଦାଶ,ବରିଷ୍ଠ ସଭ୍ୟ ବିନୋଦ କୁମାର ବେହେରା,ଉପଦେଷ୍ଟା ଇଂ.ସେବକ ଶ୍ରୀକାନ୍ତ,ଅଭିରାମ ଦଳାଇ,କ୍ଷୀରୋଦ କୁମାର ଦାସ,ନିରଞ୍ଜନ ସେନାପତି,ରମେଶ ଚନ୍ଦ୍ର ମଲ୍ଲିକ, ଘନଶ୍ୟାମ ମଲ୍ଲିକ,ନଟବର ବେହେରା,ସୁମିତା ଦେଵତା,ବିଶ୍ୱଜିତ୍ ପାଣୀ,ସୁବାସ ଚନ୍ଦ୍ର ଗୋଚ୍ଛାୟତ,ସୁଶାନ୍ତ ପ୍ରଧାନ,ସତ୍ୟଜିତ୍ ପ୍ରଧାନ,ସଂତୋଷ ଭୋଇ, ନଟବର ବେହେରା,୪୨ ମୌଜା ଅଂଚଳର ବହୁ ବୁଦ୍ଧିଜୀବୀ,ଅଭିଭାବକ ଅଭିଭାବିକା ପ୍ରମୁଖ ଉପସ୍ଥିତ ଥିଲେ । ଉପ ସଭାପତି ଅଭୟ କୁମାର ଦାସ ମଂଚ ପରିଚାଳନା କରିଥିଲେ ବେଳେ ସଂପାଦକ ରୁଦ୍ର ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ

ରକ୍ଷଣା ବେକ୍ଷଣ ଅଭାବରୁ କାର୍ଯ୍ୟରେ ଅସୁନି ରାଜପୁର ପୁର୍ଣି ବନ୍ଦ ,ତିନି ବର୍ଷ ହେଲା ହଉନି ନିଲାମ ,ସରକାରୀ ରାଜସ୍ୱ ହାନି 

masiha

ପକ୍ଷୀ ପାଇଁ ଦିନଟିଏ ଅବସରରେ ନୂଆପଡ଼ା ଜିଲ୍ଲାପାଳଙ୍କ ବାର୍ତ୍ତା  ” ପକ୍ଷୀ ତୁମେ ଫେରି ଆସ ” 

masiha

Leave a Comment

error: Content is protected !!