ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରୁଡି ଆଶଙ୍କା ନେଇ ସିଟିଜେନ ଫୋରମ ପକ୍ଷରୁ ଇ ମେଲରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୧୯/୦୭ //ଶ୍ରାବଣ ମାସ ଦ୍ଵିତୀୟ ସପ୍ତାହରେ ପହଞ୍ଚି ଥିବା ବେଳେ ମୌସୁମୀ ବର୍ଷା ଉଭାନ ହୋଇ ଯାଇଛି। କୋକସରା ବ୍ଲକର ୨୨ ପଞ୍ଚାୟତରେ ମୋଟ ୧୯,୫୩୦ ହେକ୍ଟରରେ ଖରିଫ ଚାଷ ପାଇଁ କୃଷି ବିଭାଗ ଆକଳନ କରିଥିବା ବେଳେ ଜୁଲାଇ ମାସ ୧୦ ତାରିଖ ସୁଦ୍ଧା ୨୪୬୫ ହେକ୍ଟରରେ ଧାନ ବୁଣା ଓ ରୁଆ ହୋଇଥିବା କୃଷି ଅଧିକାରୀ ସୂଚନା ଦେଇଛନ୍ତି। କୋକସରା ବ୍ଲକର ୯୦ ପ୍ରତିଶତ ଲୋକ କୃଷି ଉପରେ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ନିଆଣ୍ଟିଆ ବର୍ଷା କାରଣରୁ ଚିନ୍ତାରେ ପଡିଛନ୍ତି ଚାଷି। ଇନ୍ଦ୍ରାବତୀ ବାମ କେନାଲ ଓ ମେଗାଲିଫ୍ଟ କେନାଲ ଦ୍ୱାରା ବ୍ଲକର କିଛି ପଞ୍ଚାୟତର ଚାଷି ଜଳସେଚନ ସୁବିଧା ପାଇଥିବା ବେଳେ ବଡ଼ ପୋଡ଼ାଗୁଡା, ଟେମରା, ବରାଡଙ୍ଗା, ଆମପାଣି, କାଉଡୋଳା, ଗୋତୋମୁଣ୍ଡା ପଞ୍ଚାୟତର ଚାଷି କେବଳ ବର୍ଷା ଜଳ ଉପରେ ନିର୍ଭର କରି ଚାଷି କରୁଥିବା ବେଳେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଚାଷିଙ୍କ ମଧ୍ୟରେ ଭାଲେଣି ପଡିଛି। ବ୍ଲକରେ ଦେଖାଦେଇଥିବା ଚାଷି ଙ୍କ ସମସ୍ୟାକୁ ନେଇ କୋକସରା ବ୍ଲକ ସିଟିଜେନ ଫୋରମ ପକ୍ଷରୁ ସମ୍ପାଦକ ମିନିକେତନ ପ୍ରଧାନୀଙ୍କ ନେତୃତ୍ୱରେ ଇମେଲ ଜରିଆରେ ୭ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବଙ୍କୁ ପ୍ରେରିତ କରାଯାଇଛି। ଦାବି ଗୁଡିକ ମଧ୍ୟରେ ଚାଷୀମାନେ ଆବେଦନ କରିଥିବା ଗଭୀର ନଳକୂପ ଖନନ ପାଇଁ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବା, ସମବାୟ ସମିତି ଦ୍ୱାରା ଚାଷି ଙ୍କୁ ଦିଆ ଯାଉଥିବା କୃଷି ଋଣ ରେ ୧ ଲକ୍ଷ ପର୍ଯ୍ୟନ୍ତ ବୀମା ବହନ କରୁଥିବା ବେଳେ ବ୍ୟବସାୟିକ ବ୍ୟାଙ୍କ ରେ ମଧ୍ୟ ଏହା ଲାଗୁ କରିବା, ରୁଆ କାର୍ଯ୍ୟ ସମ୍ପାଦନ କରିବା ବିଭିନ୍ନ ଜଳଉତ୍ସ ରୁ ପାଣି ଉଠାଇ ବା ପାଇଁ ଚାଷି ଙ୍କୁ ରିହାତି ମୂଲ୍ୟ ରେ ଡିଜେଲ ପାଇପ ଯୋଗାଇ ଦିଆଯାଉ, ୧ ଲକ୍ଷ ପର୍ଯ୍ୟନ୍ତ କୃଷିରୁଣ ପାଇଁ ସମବାୟ ବ୍ୟାଙ୍କ ରେ ସୁଧ ହାର ଶୁନ ରହିଥିବା ବେଳେ ଅନ୍ୟ ବ୍ୟାଙ୍କ ରେ ୭ ପ୍ରତିଶତ ରହିଛି ତାକୁ ମଧ୍ୟ ଶୁନ ସୁଧ ବ୍ୟବସ୍ଥା କରାଯାଉ, ଚାଷି ଙ୍କ ବୀମା ପ୍ରିମୀୟମ ପୈଠ କରିବା ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରିବା, ମେଗାଲିଫ୍ଟ କେନାଲ ରୁ ଚାଷି ଙ୍କୁ ଜଳସେଚନ ସୁବିଧା ମିଳିଥିବା ବେଳେଏହାର ତଦାରଖ ବିଭାଗୀୟ ଅଧିକାରୀ ଠିକ ଭାବେ କରିବା ସହ ଚାଷି ଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିବା,କୋକସରା ଠାରେ ଓଏସସିଏମଏଫ ଗୋଦାମ ରେ ସାର ରଖିବା ବ୍ୟବସ୍ଥା ଗ୍ରହଣ କରିବା ଭଳି ଦାବି ପ୍ରମୁଖ ରହିଛି। ସିଟିଜେନ ଫୋରମ ର ସଦସ୍ୟ ବ୍ୟୋମକେଶ ପଣ୍ଡା, ବୁଟୁନାଥ ସରାବୁ, ଶ୍ରୀନିବାସ ପ୍ରଧାନୀ, ହରେକୃଷ୍ଣ ନାଏକ, ଲକ୍ଷ୍ମୀ କାନ୍ତ ପୁଝାରି, ମୁକ୍ତେଶ୍ଵର ପଟ୍ଟନାୟକ, ଗୁଣନିଧି ବାଗ ପ୍ରମୁଖ ଦାବି ଜଣାଇଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

Sunil Chandra Nayak

ନଟାକଟାରେ ଖୋଲିଲା ଜଳଛତ୍ର 

masiha

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

Leave a Comment

error: Content is protected !!