ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ୍ୟ ଜନ୍ତୁ ଶିକାର ଏବଂ ବନ୍ଧୁକ ରଖିବା ଅଭିଯୋଗରେ ଦୁଇ ଗିରଫ

 ମୟୂରଭଞ୍ଜ-୧୯/୭- ( ମସିହା)ଶିମିଳିପାଳ ରେ ପୋଲିସର ଆକ୍ସନ ମୁଡ୍ । ଶିମିଳିପାଳୟେ ଶିକାରୀ ଦିନକୁ କଡ଼ା କଲା ମୟୂରଭଞ୍ଜ ପୋଲିସ ।ନିସ୍ତାର ପାଇବେ ନାହିଁ ଶିକାରୀ ।ଶିକାରୀଙ୍କ ଉପରେ କଠୋରରୁ କଠୋର‌କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ।ଶିକାରୀଙ୍କୁ ପୋଲିସର ଅଲ୍ଟିମମ୍ ଶିଘ୍ର ବେଆଇନ ଵଂଧୁକ ଥାନାରେ ଆଣି ପହଞାଅ ।ନଚେତ୍ ପୋଲିସ ତମ ପାଖରେ ପହଞିଲେ ପରିସ୍ଥିତି ପାଇଁ ଦାୟୀ ରହିବ । ବନ୍ୟ ଜନ୍ତୁ ଶିକାର ଏବଂ ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଦୁଇ ବ୍ୟକ୍ତି ଙ୍କୁ ଗିରଫ କରିଛି ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ପୋଲିସ।

ଆଜି ବାରିପଦା ରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୟୁରଭଞ୍ଜ ଏସପି ବି ଗଙ୍ଗାଧର ସୁଚନା ଦେଇଛନ୍ତି କି ଶିମିଳିପାଳ ଅଭୟାରଣ୍ୟ ରେ ଲଗାତାର ଶିକାର ହେଉଥିବା ଘଟଣା ପରେ ଶିମିଳିପାଳ ଅଭୟାରଣ୍ୟ କୁ ସମ୍ପୁର୍ଣ୍ଣ ଶିକାରୀ ମୁକ୍ତ କରିବା ପାଇଁ ଯେଉଁ ସ୍ଵତନ୍ତ୍ର ପ୍ରୟାସ ଆରମ୍ଭ କରା ଯାଇଛି ସେହି କାର୍ଯ୍ୟକ୍ରମ ରେ ପୋଲିସ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗତ କାଲି ଖୁଣ୍ଟା ଥାନା ଅନ୍ତର୍ଗତ ସାଇଁକୁଳା ଗାଁ ରେ ଚଢାଉ କରିଥିଲା। । ଏହି ସମୟରେ ଗାଁ ର ଶାନ୍ତନୁ ସାହୁ ଏବଂ ଅଶ୍ଵିନୀ କୁମାର ଦେ ଙ୍କ ଘରେ ଚଢ଼ାଉ ବେଳେ ଦୁଇ ଟି ଦେଶି ବନ୍ଧୁକ, ଦୁଇ ଟି ଏୟାର ଗନ, ଗୋଟିଏ ଛୋଟ ବନ୍ଧୁକ ଏବଂ ଦୁଇ ଲକ୍ଷ ପଞ୍ଚାନବେ ହଜାର (୨ଲକ୍ଷ,୯୫ ହଜାର) ନଗଦ ଟଙ୍କା ଜବତ କରିଥିଲେ ।

ପୋଲିସ କହିବା ମୁତାବକ ଗିରଫ ଦୁଇ ପୂର୍ବରୁ ହାତୀ ଦାନ୍ତ କାରବାର ରେ ଗିରଫ ହୋଇଥିଲେ ତାଙ୍କ ନାମରେ ଥାନାରେ ଅନ୍ୟାନ୍ୟ ମାମଲା ଥିବା ବେଳେ ଘରେ ବନ୍ଧୁକ କୁ ବେଆଇନ ଭାବେ ରଖିଥିଲେ ଏବଂ ଶିମିଳିପାଳ ଅଭୟାରଣ୍ୟ ରେ ଶିକାର ସଂପୃକ୍ତ ରହିଥିଲେ ।ମୟୁରଭଞ୍ଜ ପୋଲିସ ଦୁହେଁ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିବ ବୋଲି ସୁଚନା ଦେଇଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇଘର ରେ ପୁଣି ମାଓ ବ୍ୟାନର ଓ ଲିପଲେଟ 

Sunil Chandra Nayak

ଲେଲିଗୁମା ସଂରକ୍ଷିତ ଜଙ୍ଗଲରେ ବେଆଇନ ଲୁହାପଥର ଉତ୍ତୋଳନ ଓ ଚାଲାଣ ପଣ୍ଡ: ଜେସିବି, ହାଇୱା ସହ ବିପୁଳ ଲୁହାପଥର ଜବତ, ୪ ଅଭିଯୁକ୍ତ ଗିରଫ

Sunil Chandra Nayak

ବାଦାମପାହାଡରେ ବହୁ ଚର୍ଚ୍ଚିତ ଶିଶୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Sunil Chandra Nayak

Leave a Comment

error: Content is protected !!