ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲିଫ୍ଟ ଦେବାକୁ ପଡିଲା ମହଙ୍ଗା, ନିର୍ଦ୍ଧାରିତ ସ୍ଥାନରୁ ମାତ୍ର କେଇ ମିଟର ବାଇକ ଅତିକ୍ରମ ଦ୍ଵାରା ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

ନୂଆପଡା // ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଡୁମେରପାଣି ଗ୍ରାମ ରୁ ମଙ୍ଗଳ ସାଗରିଆ ବାଇକ ଯୋଗେ ଦରଲୀପଡା ଯାଉଥିଲେ। ଅଧା ବାଟରେ ହୃଷିକେଶ ମାଝୀ ନାମକ ଯୁବକଙ୍କୁ ଲିଫ୍ଟ ଦେଇ ଥିଲେ। ଦରଲୀପଡା ଯୁବକ ଜଣକ ଗାଡିକୁ ଅଟକାଇବା ପାଇଁ କହିଥିଲେ। କିନ୍ତୁ ବାଇକ ଚାଳକ ମଙ୍ଗଳ ସଗରିଆ ଅଳ୍ପ ଦୂରକୁ ଗାଡି ଚାଲିଯାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ବଚଷା ହୋଇ ହୃଷିକେଶ ମାଝୀ ମଙ୍ଗଳ ସଗରିଆ ଆଡ଼କୁ ଗୁଳି ଚାଳନା କରିଥିଲେ। ଫଳରେ ମଙ୍ଗଳ ସଗରିଆ ଙ୍କ ବାମ କପାଳ ରେ ଗୁଳି ଆଘାତ କରି ଚାଲି ଯାଇଥିଲା। ମଙ୍ଗଳ ଅଳ୍ପକେ ବର୍ତ୍ତି ଯାଇଥିଲେ। ବର୍ତ୍ତମାନ ମଙ୍ଗଳ ନୂଆପଡା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଅଛି। ଘଟଣା ସ୍ଥଳରେ କୋମନା ପୋଲିସ ତରବୋଡ଼ ବସଷ୍ଟାଣ୍ଡ ରୁ ଅଭିଯୁକ୍ତ ହୃଷିକେଶ ମାଝୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ଗୁଳି ଚାଳନା କରିଥିବା ବନ୍ଧୁକକୁ ଜବତ କରିଛନ୍ତି। ମଙ୍ଗଳ ସଗରିଆଙ୍କ ଘର ଲଖନା ହୋଇଥିବା ବେଳେ ସେ ତାଙ୍କ ମାମୁଁ ଘର ଡୁମେରପାଣି କୁ ଆସିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାହଜଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ଜଙ୍ଗଲ କାଟି ମକାଚାଷ ପାଇଁ ଟ୍ରାକ୍ଟର ଲଙ୍ଗଲ କରିବା ସମୟରେ , ବନପାଲଙ୍କ ଦ୍ଵାରା ଟ୍ରାକ୍ଟର ଜବତ

Sunil Chandra Nayak

ପୂର୍ବତନ ସମିତିସଭ୍ୟଙ୍କୁ ହତ୍ୟା

Sunil Chandra Nayak

ସଟା ଚଢ଼ାଉ,୧ଗିରଫ

Sunil Chandra Nayak

Leave a Comment

error: Content is protected !!