ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୋଟି କୋଟି ଟଙ୍କା ଠକେଇ ମାମଲାରେ ଷ୍ଟେଟବ୍ୟାଙ୍କ ଡେପୁଟି ମ୍ୟାନେଜର ଙ୍କୁ ଗିରଫ କଲା ଇଓଡ଼ବ୍ଲ

୮ କୋଟି ଟଙ୍କାର ଠକେଇ ମାମଲାରେ ଇଓଡ଼ବ୍ଲ ଫୁଲବାଣୀ ଷ୍ଟେଟବ୍ୟାଙ୍କ ଡେପୁଟି ମ୍ୟାନେଜର ତଥା ଫିଲଡ଼ ଅଫିସର ଆଶୁତଶ ଆଚାର୍ଯ୍ୟ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଇଓଡବ୍ଲ ର ଡି ଏସ ପି ମନୋଜ କୁମାର ସାମନ୍ତ ଏବଂ ଜଣେ ଇନିସ୍ପେକ୍ଟର ଓ କନେଷ୍ଟବଲ ତାଙ୍କୁ ଭୁବନେଶ୍ୱର ରୁ ଆଣି ଆଜି ଫୁଲବାଣୀ କୋର୍ଟ ରେ ହାଜର କରିଥିଲେ। ଇଓଡ଼ବ୍ଲ ରୁ ମିଳିଥିବା ସୂଚନା ଅନୁଯାୟୀ,୨୦୨୧/୨୨ ମସିହାରେ ଆଶୁତଷ ଆଚାର୍ଯ୍ୟ ନିଜ ପଦବୀର ଅନୈତିକ ଫାଇଦା ଉଠାଇ ବିଭିନ୍ନ ବ୍ୟକ୍ତି ଙ୍କ ନାମରେ ପ୍ରାୟ ୮ କୋଟି ଟଙ୍କା ର ଋଣ ବେଆଇନ ଭାବେ ମଞ୍ଜୁର କରିଥିଲେ। ପରେ ଏ ସମସ୍ତ ଋଣ ଅର୍ଥ କୁ ଚଞ୍ଚକତା କରି ସେ ନିଜ ସମ୍ପର୍କୀୟ ମାନଙ୍କ ଆକାଉଣ୍ଟ ଟ୍ରାନ୍ସଫର କରି କୋଟି ଟଙ୍କା ହଡ଼ପ କରିଥିଲେ। ଡେପୁଟି ମ୍ୟାନେଜର ଆଶୁତୋଷ ସରକାରୀ ଚାକିରୀଆ ମାନଙ୍କ ନିମନ୍ତେ ଉଦିଷ୍ଠ ଏକ୍ସପ୍ରେସ କ୍ରେଡିଟ ଲୋନ ୫୯ ଜଣ ଙ୍କ ନାମରେ ମଞ୍ଜୁର କରିଥିଲେ। ଯାହାର ପରିମାଣ ୬ କୋଟି ୭୭ ଲକ୍ଷ ୩୦ ହଜାର ଟଙ୍କା । ସେହିପରି ୨୬ ଜଣ ଙ୍କ ନାମରେ ୯୯ ଲକ୍ଷ ୮୨ ହଜାର ୭୯୫ ଟଙ୍କା ପେନସନ ଲୋନ ମଞ୍ଜୁର କରିଥିଲେ। ପରବର୍ତ୍ତୀ ସମୟରେ ଆଶୁତୋଷ ଆଚାର୍ଯ୍ୟ ନିଜ ସଂପର୍କୀୟ ଲୋକଙ୍କ ଆକାଉଣ୍ଟ କୁ ପଠାଇ ଦେଇଥିଲେ। ଆଶୁତୋଷ ମ୍ୟାନେଜର ଥିବା ବେଳେ ୮ କୋଟି ୧ଲକ୍ଷ ୮୭ ହଜାର ଟଙ୍କା ର ସୂଚନା ମିଳିଛି। କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଷ୍ଟେଟବ୍ୟାଙ୍କ ଆର ବି ଓ ର ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ବେହେରା ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ଇଓଡ଼ବ୍ଲ ତଦନ୍ତ ଜାରି ରଖିଥିଲା। ସେହି ସମୟରେ ଆଶୁତୋଷ କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ତଦନ୍ତ ରୁ ଘଟଣାର ସତ୍ୟତା ଜଣାପଡିବା ପରେ ଇଓଡ଼ବ୍ଲୁ ୧୪/୨୩ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି।

କନ୍ଧମାଳ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା

Sunil Chandra Nayak

ଲେଲିଗୁମା ସଂରକ୍ଷିତ ଜଙ୍ଗଲରେ ବେଆଇନ ଲୁହାପଥର ଉତ୍ତୋଳନ ଓ ଚାଲାଣ ପଣ୍ଡ: ଜେସିବି, ହାଇୱା ସହ ବିପୁଳ ଲୁହାପଥର ଜବତ, ୪ ଅଭିଯୁକ୍ତ ଗିରଫ

Sunil Chandra Nayak

ବେଆଇନ ବାଲି ଓ ଚିପ୍ସ ବୋଝେଇ ୧୫ ହାଇୱା ଯବତ

Sunil Chandra Nayak

Leave a Comment

error: Content is protected !!