ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋର ନେଇଗଲା ସୁନା ଓ ଟଙ୍କା, ଅଭିଯୋଗ ପରେ ତଦନ୍ତ ଆରମ୍ଭ

ଚୋର ନେଇଗଲା ସୁନା ଓ ଟଙ୍କା, ଅଭିଯୋଗ ପରେ ତଦନ୍ତ ଆରମ୍ଭ

ଖଇରା,୦୫/୫/୨୪-ଵାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସିମୁଳିଆ ଥାନା ଅଧିନ ଜଳଙ୍ଗ ଗଣ୍ଡିବେଡ ଗାଁରେ ତା ୦୪/୫/୨୪ ରିଖ ଶନିବାର ରାତ୍ରିରେ ଘଟିଛି ଏକ ଘଟଣା । ନଗଦ ଟଙ୍କା ଓ ସୁନା ହୋଇଛି ଚୋରି । ଅଭିଯୋଗ ହୋଇଛି ଥାନାରେ । ଖବର ସଂଗ୍ରହରୁ ଜଣାଯାଇଛି ଗାଁରେ ହରିହାଟ ଯାତ୍ରା ହେଉଥିଲା । ଘରେ ଚାବି ଦେଇ ମାୟାଧରଙ୍କ ପରିବାର ଯାତ୍ରା ଦେଖିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ରାତ୍ରି ପ୍ରାୟ ୧ ଘଟିକାରୁ ୨.୩୦ ଘଟିକା ମଧ୍ୟରେ ଚୋର ମାନେ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ । ସବୁଆଡେ ଖୋଜାଖୋଜି ପରେ ଗଡ୍ରେଜ ପାଇଥିଲେ । କୌଣସି ପ୍ରକାରେ ଗଡ୍ରେଜଟିକୁ ଭାଙ୍ଗିଥିଲେ । ସେଥିରେ ଥିବା ୫ ଭରିରୁ ଉର୍ଦ୍ଧ୍ବ ସୁନା ଓ ନଗଦ ୧୦ ହଜାର ଟଙ୍କା ନେଇ ଯାଇଥିବା ମାୟାଧର ଶଙ୍ଖୁଆ ତା ୦୫/୫/୨୦୨୪ ରିଖ ରବିବାର ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦେଖାଯାଉ ଚୋରି ସାମଗ୍ରୀ ମିଳୁଛି କି ନାହିଁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅର୍ଥ ଲଗାଣକାରୀ ସଂସ୍ଥା ଜନସନ ଏଣ୍ଡ ଜନସନ ଫେରାର। କମ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବା ଆଶା ମଉଳିଲା

Sunil Chandra Nayak

ସାଇବର ଠକେଇ ର ଶିକାର

Sunil Chandra Nayak

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ 

masiha

Leave a Comment

error: Content is protected !!