ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୌତିକ ଚିକିତ୍ସାରେ ବୋଡ଼େନ ବ୍ଲକ ର ପ୍ରଥମ କୃତିତ୍ୱ ଅର୍ଜନ କଲେ ସଚିନ ବେହେରା

ନୂଆପଡା // ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଲରକା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁତ୍ର ସଚିନ ବେହେରା ସେ ବୋଡ଼େନ ବ୍ଲକ ପାଇଁ ପ୍ରଥମ ଫିଯିଓଥାରାପିର କୃତିତ୍ୱ ଆଣିଛନ୍ତି । ସଚିନ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ସ୍କୁଲ ଶିକ୍ଷା ସମାପ୍ତ କରି ଉଚ୍ଚଶିକ୍ଷା ହାସଲ କରିବା ପାଇଁ ଭୁବନେଶ୍ୱରସ୍ଥିତ ନବଜ୍ୟୋତି ଯୁକ୍ତଦୁଇ କଲେଜରେ ଅଧ୍ୟୟନ କରୁଥିଲେ । ପରେ ସେ ଭୁବନେଶ୍ୱରର ହାଇଟେକ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ଫିଜିଓଥେରାପିରେ ଅଧ୍ୟୟନ କରୁଥିଲେ l ସେ ଏହି ( ଫିଜିଓଥରାପି) ଭୌତିକ ଚିକିତ୍ସା ରେ ଏବେ ଡିଗ୍ରୀ ହାସଲ କରିଛନ୍ତି ଓ ଏହା ବୋଡ଼େନ ବ୍ଲକ ପାଇଁ ପ୍ରଥମ କୃତିତ୍ୱ l ସଚିନଙ୍କ କୃତିତ୍ୱ ଖବର ଶୁଣିବାପରେ ବୋଡ଼େନ ବ୍ଲକରେ ଖୁସିର ଲହରୀ ଖେଳିଯାଇଛି l ଆଗରୁ ମଧ୍ୟ ଭାରତର ନି-ଷ୍ଟ୍ରାଇକର୍‌(ଆଣ୍ଠୁ ପ୍ରଘାତକ) ଭାବରେ ସୁପରିଚିତ ସଚିନ ବେହେରା ତାଙ୍କ ନାମରେ ନି-ଷ୍ଟ୍ରାଇକରେ ତିନି ତିନି ଥର ଗିନିଜ ବୁକରେ ରେକର୍ଡ ସ୍ଥାପନ କରି ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛନ୍ତି ।ସାମରିକ କାଳରେ ରୁଚି ରଖିଥିବା ସଚିନ ଜଣେ ୧୦୦ ମିଟର ଧାବକ l ସେ ପ୍ରତିଦିନ ଭୁନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡୟମରେ ଅଭ୍ୟାସ କରୁଛନ୍ତି l ସଚିନ୍ ନିଜ ପରିଶ୍ରମ ଓ ନିଷ୍ଟା ଦ୍ଵାରା ଅଲମ୍ପିକ୍ସରେ ୧୦୦ ମିଟର ରନ ଯୋଗ ଦେବାକୁ ଓ ଭବିଷ୍ୟତରେ ସେ ଅନେକ ବିଶ୍ଵ ରେକର୍ଡ ନିଜେ କରିବା ସହ ଯିଏ ରେକର୍ଡ କରିବାକୁ ଇଚ୍ଛୁକ ତାଙ୍କୁ ସହଯୋଗ କରିବେ ବୋଲି ଆଶା ବାନ୍ଧିଛନ୍ତି l ଫଳରେ ୨୨ ବର୍ଷୀୟ ସଚିନ ଯୁବ ପିଢୀ ପାଇଁ ଉଦାହରଣ ସାଜିଛନ୍ତି l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ

Sunil Chandra Nayak

ମେଲକୁନ୍ଦେଲ ଗ୍ରାମ ଠାରେ ଜିଓ ଟାଓ୍ବାର ଉଦଘାଟନ

Sunil Chandra Nayak

ଅପହରଣ ପ୍ରସଙ୍ଗରେ ଏଗାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!