ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୩ୟ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ଯୋଗାସନ, ଓଡ଼ିଶୀ ଓ ଭଜନ କାର୍ଯ୍ୟକ୍ରମ

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୩ୟ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ଯୋଗାସନ, ଓଡ଼ିଶୀ ଓ ଭଜନ କାର୍ଯ୍ୟକ୍ରମ

ମୟୂରଭଂଜ- ତା :- ୦୫/୧୧/୨୦୨୫ — ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୩ୟ ସନ୍ଧ୍ୟାରେ ୧ମ କାର୍ଯ୍ୟକ୍ରମ ବାରିପଦା କେନ୍ଦ୍ରର ଲାଶ୍ୟକଳା ଡ୍ୟାନ୍ସ ଭିଜନ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ I ଜଗନ୍ନାଥ ସଂସ୍କୃତି ସହ ଜଡିତ ରସଗୋଲା ପରମ୍ପରା ଉପରେ ଆଧାରିତ ଏହି ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା I ପରେ ପରେ ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟରର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଯୋଗାସନ ଦର୍ଶକଙ୍କୁ ଆକର୍ଷିତ କରିଥିଲା I ଶେଷରେ ଭକ୍ତି ମଲ୍ହାର ଭଜନ ସନ୍ଧ୍ୟାର ଆଧ୍ୟାତ୍ମିକ ଭଜନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ପ୍ରଭାବିତ କରିଥିଲା I ସାଂସ୍କୃତିକ ସମ୍ପାଦକ କିଶୋର ପଲେଇଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସୋମନାଥ ସିଂହ, ପ୍ରିତମ ପଣ୍ଡା ଏବଂ ଆଲୋକ ବାରିକ ପରିଚାଳନା କରିଥିଲେ I ଆସନ୍ତା କାଲି ସରସ୍ବତୀ ଶିଶୁ ମନ୍ଦିର, ରାଜକମଲ ଡ୍ୟାନ୍ସ କ୍ଲାସ, ଲାଶ୍ୟକଳା ଡ୍ୟାନ୍ସ ଭିଜନ, ଅନଲି ୱାନ ଡ୍ୟାନ୍ସ ଗ୍ରୁପର କାର୍ଯ୍ୟକ୍ରମ ପରେ ଆଦିବାସୀ ସ୍ଟୁଡେଣ୍ଟ ୟୁନିୟନ ଶେଷ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀ ପଲେଇ ଜଣାଇଛନ୍ତି I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

masiha

ଖଇରପଦର ନିକଟରେ ଥିବା ଦଶ ଘର ସାପୁଆ ପଡ଼ାବାସୀ ଦେଶାନ୍ତର, ତାଙ୍କର ଦୁଃଖ ବୁଝିବ କିଏ

Sunil Chandra Nayak

ସରକାରୀ ଉଚ୍ଚ ବିଦ୍ୟାଳୟରେ “ଚାଲ କଥା ହେବା ” କାର୍ଯ୍ୟକ୍ରମ ର ହେଲା ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!