ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୧୪/୧୦/୨୫: ଆଜି ଜିଲ୍ଲା ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର, ମୂଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ,ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ସାରଙ୍ଗଧର ବରିହା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ନନ୍ଦ ଯୋଗ ଦେଇଥିଲେ। 

ଏହି ଅବସରରେ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ପୃଷ୍ଟିହୀନତା ଦୂରୀକରଣ ନିମନ୍ତେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଯେଉଁ ପଦକ୍ଷେପ ଗୁଡ଼ିକ ଗ୍ରହଣ କରାଯାଉଅଛି ତାହା ଉଚ୍ଚ ପ୍ରସଂଶନୀୟ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ପୋଷଣ ଅଭିଯାନକୁ ସଫଳ କରିବା ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ଅଙ୍ଗନବାଡି କର୍ମୀ ନିଜେ ସୁସ୍ଥ ରୁହନ୍ତୁ ଉପରେ ଗୁରୁତ୍ଵାରୋପ କରିବା ସହିତ ଅତିଥିମାନେ ପୋଷଣ ଅଭିଯାନର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ ଏବଂ କୁପୋଷଣ ବା ପୃଷ୍ଟିହୀନତାର ଦୂରୀକରଣ ନିମନ୍ତେ ସମସ୍ତେ ସଂକଳ୍ପବଦ୍ଧ ହୋଇ ଆଗ୍ରହର ଆଗେଇ ଆସିବାକୁ ଉତ୍ସାହିତ କରିଥିଲେ।

ପୋଷଣ ଅଭିଯାନକୁ ସଫଳ ରୂପାୟନ କରାଯିବା କ୍ଷେତ୍ରରେ ଉଲ୍ଲେଖଯୋଗ୍ଯ କାର୍ଯ୍ୟକରୁଥିବା  ସି. ଡି. ପି. ଓ, ସୁରକ୍ଷା ଅଧିକାରୀ,ବ୍ଲକ ସଂଯୋଜକ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଳାର ସମସ୍ତ ସି ଡି ପି ଓ, ବ୍ଲକ ସଂଯୋଜକ ,ସୁପରଭାଇଜର, ଅଙ୍ଗନୱାଡି କର୍ମୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଆଇ ଡି ଡି ଏସ ପ୍ରକଳ୍ପ ଗୁଡ଼ିକ ଦ୍ଵାରା ପୁଷ୍ଟିକର ଖାଦ୍ୟ ଗୁଡ଼ିକ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବଜ୍ରା ଘାତରେ ଦୁଇ ମଇଁସି ମୃତ

Sunil Chandra Nayak

ଉଠା ଜଳସେଚନ ରବି ଧାନ ବିକ୍ରି ପଞ୍ଜିକରଣ ରୁ ବଞ୍ଚିତ ଚାଷୀ ଙ୍କ ପାଇଁ ସଚେତନ ମଞ୍ଚ ର ଦାବିପତ୍ର

Sunil Chandra Nayak

ମୁକୁଳା ଟ୍ରାନ୍ସଫମର ନେଇ ଗ୍ରାମବାସୀ ଚିନ୍ତିତ ଓ ଭୟଭୀତ   ସୁରକ୍ଷା ନାମ ନେଇରେ ସୁଖିଲାଟାରେ ଟିପିଏନଓଡିଏଲ ବାହା ବାହା ନେଉଛି 

masiha

Leave a Comment

error: Content is protected !!