ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନା ତିଆରି ସାରଙ୍କ ଧନୁ ଅଯୋଧ୍ୟା ପଠାଇବାକୁ ପ୍ରସ୍ତୁତି

ସୁନା ତିଆରି ସାରଙ୍କ ଧନୁ ଅଯୋଧ୍ୟା ପଠାଇବାକୁ ପ୍ରସ୍ତୁତି

ରାଉରକେଲା: ସୁନାରେ ପ୍ରସ୍ତୁତ କରାଯାଉଥିବା ସାରଙ୍କ ଧନୁ କୁ ଅଯୋଧ୍ୟାର ରାମମନ୍ଦିରକୁ ପଠାଇବା ପ୍ରସ୍ତୁତି ଆରମ୍ଭ ହୋଇଛି। ଏସମ୍ପର୍କରେ ସନାତନ ଜାଗରଣ ମଞ୍ଚର ଅଧ୍ୟକ୍ଷ ସନ୍ତୋଷ ବିଶ୍ବାଳ ସୂଚନା ଦେଇ କହିଛନ୍ତି ଯେ ଅଯୋଧ୍ୟା ରାମ ମନ୍ଦିରର ମହାସଚିବ ଶ୍ରୀ ଚମ୍ପତ ରାୟଙ୍କ ଅନୁମତି କ୍ରମେ ଏହି କାର୍ଯ୍ୟକ୍ରମ ସମାପନ କରାଯିବ। ଏହି ଧନୁ ର ଲମ୍ବା ୮ ଫୁଟ ଓ ସାଢେ ୩ ଫୁଟ ଚଉଡ଼ା ବିଶିଷ୍ଟ ହୋଇଛି। ସମ୍ପ୍ରତି ଏହା ତାମିଲନାଡୁର କାଞ୍ଚିପୁରମ ର ୪୦ ଜଣ ମହିଳା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୧ କେଜି ସୁନା ବ୍ୟବହୃତ ହୋଇଛି। ଆସନ୍ତା ଜାନୁଆରୀ ମାସ ୨୦ ତାରିଖରେ ପୁରୀରୁ ଏକ ଶୋଭାଯାତ୍ରା ଆରମ୍ଭ ହୋଇ ୨୨ ତାରିଖ ଦିନ ଅଯୋଧ୍ୟାର ରାମମନ୍ଦିର ପ୍ରତିଷ୍ଠା ଦିବସରେ ପହଞ୍ଚିବ। ଏହି ଧନୁଷ ତିଆରିରେ ପ୍ରାୟ ୬ ରୁ ୮ କେଜି ମଧ୍ୟରେ ସୁନା ବ୍ୟବହାର କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ସହିତ ଏହି ଧନୁଷ ରେ ବୀର ସୈ।ର୍ଯ୍ୟ ପ୍ରାପ୍ତ ହୋଇଥିବା ସହିଦ୍ ମାନଙ୍କ ନାମ ଖୋଦାଇ କରାଯିବ। ଏହି କାର୍ଯ୍ୟ ସମାପନ ପରେ ଧନୁଷ କୁ ପ୍ରତିଟି ଜିଲ୍ଲାର ପ୍ରମୁଖ ସ୍କୁଲ ଓ କଲେଜ ପରିକ୍ରମା କରି ସମାଜରେ ଯେଉଁମାନେ ପ୍ରକୃତ ବୀର ସେମାନଙ୍କ ସମ୍ପର୍କରେ ଅବଗତ କରାଯାଇ ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ର ମହାସଚିବ ଶ୍ରୀ ଚମ୍ପତ ରାୟଙ୍କୁ ଅର୍ପଣ କରାଯିବ । ସେହିପରି ଅପରେସନ ସିନ୍ଦୂର ର ସଫଳତା ପାଇଁ ଶ୍ରୀଜଗନ୍ନାଥଙ୍କ ଭୂମି ତରଫରୁ ବୀର ଯବାନଙ୍କୁ ଏହା ଉତ୍ସର୍ଗୀକୃତ କରାଯିବା ସହ କାରଗିଲ ରୁ ପେହେଲଗାଁଓ ପର୍ଯ୍ୟନ୍ତ ସମସ୍ତ ସହିଦ୍ ଯବାନଙ୍କ ପରିବାରକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ବିଶ୍ବାଳ ସୂଚନା ଦେଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧିର ୨ବର୍ଷ ବିତିଲା, ତଥାପି ହୋଇନି କାର୍ଯ୍ୟକ୍ଷମ

masiha

ସେବା ଓ ତ୍ୟାଗର ପ୍ରତୀକ : ଇଂ.ଗୋପାଳ କୃଷ୍ଣ ଦାସ 

Sunil Chandra Nayak

ଜାରି ରହିଛି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଳାବ୍ଯାଜ୍ ଧାରଣ

masiha

Leave a Comment

error: Content is protected !!