ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି, ୨ଟି ମୋଟର ସାଇକେଲ ଜବତ

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି, ୨ଟି ମୋଟର ସାଇକେଲ ଜବତ

ରାଉରକେଲା ୨୭/୪, ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି ମୋଟ ୧୦୩ ଲିଟର ବେଆଇନ ମହୁଲି ମଦ, ୪୧.୬୦୦ ଲିଟର ବିୟର, ସହିତ ୨ଟି ସ୍କୁଟି ଏବଂ ୨ଟି ମୋଟର ସାଇକେଲ ଜବତ କରାଯାଇଛି। ଏଥିସହିତ ମୋଟ ୫ଟି ମାମଲା ରୁଜୁ କରାଯିବା ସହ ୫ ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କର ନାମ ହେଲା ସୁଖଲାଲ କେରକେର୍ଟା, ବିକାଶ ଅଗ୍ରୱାଲ, ମନୋଜ କୁମ୍ଭାର, ରାକେଶ ମାଝୀ, ମଧୁ ଟପ୍ପୋ । ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ମୋହନ ପ୍ରଧାନ, ଇନ୍ସପେକ୍ଟର ଦିଲ୍ଲୀପ ନାୟକ, ଓଆଇସି ଆକାଶ ସାହୁ ,ଏସଆଇ ଅଜୟ ପ୍ରଧାନ, ଏସଆଇ ରୋହିତ ଦଣ୍ଡସେନା, ଏଏସଆଇ ବିଦୂତ ଭୂଷଣ ଦାସ, ଏଏସଆଇ ଶ୍ରୀମତୀ ଯେମମଣୀ କିସାନ, ଷ୍ଟାଫ ସୌମ୍ୟ ରଞ୍ଜନ ସହୂ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସପନ ସାହୁ, ହେମମଞ୍ଜରୀ ବିଶ୍ୱାଳ, ଅମର ରଞ୍ଜନ ମହାରଣା, ସୀମା କେରକେଟା, ସୁକାନ୍ତ ଅମାତ, ନବୀନ ଭୁୟାଁ, ନିରଞ୍ଜନ ରାଉତ, ପ୍ରଦୀପ ଲୁଗାନ, ବବୁଲ କୁମାର ସ୍ୱାଇଁ, ଲକ୍ଷ୍ମୀ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା । ପ୍ରେମିକଙ୍କ ସାନ ଭାଇର ଟାଙ୍ଗିଆ ଚୋଟରେ ପ୍ରେମିକା ମୃତ 

ସ୍କୁଲ ପଛ ପଟ କାଜୁ ଜଙ୍ଗଲରୁ କାଇମାଟି ହାଇସ୍କୁଲ ୱାଚମ୍ୟାନର ମୃତଦେହ ଉଦ୍ଧାର

masiha

ହାତୀଦାନ୍ତ ବନ ବିଭାଗ ଯନ୍ତାରେ ୫ ବନ ତସ୍କରୀ; ୪ ଖଣ୍ଡ ହାତୀ ଦାନ୍ତ ଜଵତ

Leave a Comment

error: Content is protected !!