ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମ୍ମୁ କାଶ୍ମୀରର ପହଲଗାମର ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଜାମ୍ମୁ କାଶ୍ମୀରର ପହଲଗାମର ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ରାଉରକେଲା ୨୭/୪, ଗତ ୨୨ ତାରିଖ ଦିନ ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେଠାକୁ ବୁଲିବା ପାଇଁ ଯାଇଥିବା ଭାରତର ବିଭିନ୍ନ ରାଜ୍ୟର ଅନେକ ନିରୀହ ଲୋକ ମୃତ୍ୟୁ ବରଣ କରିଥିଲେ ।ଏଭଳି ଏକ ଆମାନବୀୟ କାଣ୍ଡକୁ ଦୃଢ ନିନ୍ଦା କରିବା ସହ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଅମର ଆତ୍ମାର ସଦଗତି ନିମନ୍ତେ ଆଜି ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ସ୍ଥାନୀୟ ଅମ୍ବାଗାନ ସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପରେ ବିଧାୟକ ଶ୍ରୀ ତନ୍ତୀଙ୍କ ନେତୃତ୍ୱରେ ଶତାଧିକ ଜନତା ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଇସ୍ପାତ ମାର୍କେଟ ନିକଟରେ ସ୍ଥାପିତ ହୋଇଥିଵା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ । ଆଜି ଅନୁଷ୍ଠିତ ହୋଇଥିବା ଏହି ଶ୍ରଦ୍ଧାଞ୍ଜଳି ସଭା ଏବଂ କ୍ୟାଣ୍ଡେଲ ଶୋଭାଯାତ୍ରାରେ ପତଞ୍ଜଳି ଯୋଗସମିତି, ପ୍ରଜାପିତା ବ୍ରହ୍ମ କୁମାରୀ ସମେତ ସହରର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ବିଜେପି ନେତା ଧୀରେନ ସେନାପତି, ଲତିକା ପଟ୍ଟନାୟକ, ଅଜୟ କଂସାରୀଙ୍କ, ଅକ୍ରୁର ମାର୍ଥା, ଗଙ୍ଗାଧର ଦାଶ,ସମେତ ବହୁ ନେତା ଓ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ସପନେଶ୍ୱର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରେ ଓଡ଼ିଆ ଭାଷା ସମ୍ପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ରାୟଗଡାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୫୫୧୯ ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୭୦,୭୯,୩୨୫ ଟଙ୍କା ଆଦାୟ ହୋଇଛି

masiha

ସମାଜସେବୀଙ୍କ ଜନନୀ ସମ୍ପର୍କ ଅଭିଯାନ

masiha

Leave a Comment

error: Content is protected !!