ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପହଲଗାମ ଆତଙ୍କବାଦୀ ଆକ୍ରମଣ କୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା ଓ କୁଶ ପୁତ୍ତଳିକା ଦାହ 

ପହଲଗାମ ଆତଙ୍କବାଦୀ ଆକ୍ରମଣ କୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା ଓ କୁଶ ପୁତ୍ତଳିକା ଦାହ 

ଡାବୁଗାଁ, ୨୮/୪ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ରବିବାର ସନ୍ଧ୍ୟା ରେ ଡାବୁଗାଁ ଯୁବ ଗୋଷ୍ଠୀ ଙ୍କ ଦ୍ଵାରା ପହଲଗାମ ଆତଙ୍କବାଦୀ ଆକ୍ରମଣ ରେ ମୃତକ ଙ୍କ ସ୍ମୃତିରେ ଓ ପଶ୍ଚିମବଙ୍ଗର ମୁର୍ଶିଦାବାଦ ରେ ହୋଇଥିବା ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ବିରୋଧରେ ପାକିସ୍ତାନ ମୁର୍ଦାବାଦ ନାରା ଦେଇ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଶେଷରେ ଡାବୁଗାଁ – ନବରଙ୍ଗପୁର ମୁଖ୍ୟ ରାସ୍ତାରେ ଚାରି ଛକ ଠାରେ ପାକିସ୍ତାନ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ସେନାମୁଖ୍ୟ ଆସିମ ମୁନିର ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା | ଏଥିରେ ଦିବ୍ୟ ରଞ୍ଜନ ପାତ୍ର, ନରେଶ ସିଂ, ନୁରୁ ସିଂ, ଜିତେନ୍ଦ୍ର କୁମାର ମାଝି, ଟି. ଜୁଗୁନୁ ବାବୁ, ଗଙ୍ଗାଧର ମହାଙ୍କୁଡ ଙ୍କ ସମେତ ବହୁ ଯୁବକ ମାନେ ସାମିଲ ହୋଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାମ୍ବାଦିକ ମାତୃ ବିୟୋଗ 

masiha

ବନ୍ଧୁଗାଁରେ ଗଡ଼ିଲା ‘ସୁଭଦ୍ରା’ ରଥ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ 

masiha

୬୪ ବାଟାଲିୟନ ସିଆରପିଏଫ୍‌ କ୍ୟାମ୍ପରେ ରକ୍ଷା ବନ୍ଧନ ପାଳିତ, ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ

Sunil Chandra Nayak

Leave a Comment

error: Content is protected !!