ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅର୍ଥ ଲଗାଣକାରୀ ସଂସ୍ଥା ଜନସନ ଏଣ୍ଡ ଜନସନ ଫେରାର। କମ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବା ଆଶା ମଉଳିଲା

ମାତ୍ର ଦୁଇ ମାସରେ ମୂଳଧନର ୨୦୦-୨୫୦ ପ୍ରତିଶତ ଫେରସ୍ତ ଦେବା ଲୋଭ ଦେଖାଇ ଲୋକଙ୍କୁ ଚୁନା ଲଗାଇ ଫେରାର ମାରିଛି ଜନସନ ଏଣ୍ଡ ଜନସନ ନାମକ ଏକ ସଂସ୍ଥା। ଗତ ତିନି ମାସ ହେବ ଧର୍ମଗଡ଼ ସହର କଲେଜ ରାସ୍ତାରେ ଭଡ଼ା ଘରେ ଏହି କମ୍ପାନୀ ଅଫିସ ଖୋଲିଥିଲା। ଧର୍ମଗଡ଼ ସହରର ଜଣେ ବ୍ୟକ୍ତି ଆଞ୍ଚଳିକ ମୁଖ୍ୟ ଥିଲେ ଏବଂ ଏହି କମ୍ପାନୀରେ ପ୍ରାୟ ୨୦ଜଣ ଯୁବକ କାମ କରୁଥିଲେ। ଯୋଉମାନେ ଗାଁ ଗାଁ ବୁଲି ଲୋକଙ୍କୁ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବା ଆଶା ଦେଖାଉଥିଲେ। କମ୍ପାନୀର ପଲିସି ଅନୁଯାୟୀ, କମ୍ପାନୀ କୁଆଡେ ଲୋକଙ୍କ ଠାରୁ ଟଙ୍କା ନେଇ ବଦଳରେ ସେମାନଙ୍କୁ ଡ଼ାକ୍ତରୀ ସରଞ୍ଜାମ ଦେଉଥିଲା ଏବଂ ପ୍ରତିଦିନ ଲଗାଣ ଅର୍ଥର ୪/୨୫ ପ୍ରତିଶତ ଟଙ୍କା ଜମା ଦେଉଥିଲା। ଜଣେ ୫୧୦ଟଙ୍କା ବିନିଯୋଗ କଲେ ତାକୁ ତତକ୍ଷଣାତ୍ ୧୧୦ଟଙ୍କା ଜମା ଦେବା ସହ ପ୍ରତିଦିନ ୨୩ଟଙ୍କା ହିସାବରେ ୫୪-୬୦ଦିନରେ ୧୧୫୦-୧୨୦୦ଟଙ୍କା ଫେରସ୍ତ ଦେଉଥିଲା। ୫୧୦୦ଟଙ୍କାରେ ପ୍ରତିଦିନ ୪୦୦ଟଙ୍କା ହିସାବରେ ୬୦ଦିନରେ ୨୪୦୦୦ଟଙ୍କା ଫେରି ପାଇବା ଗ୍ୟାରେଣ୍ଟି ଦେଉଥିଲା। ଗତ ଦୁଇ ଦିନ ହେବ କମ୍ପାନୀ ପକ୍ଷରୁ ଆହୁରି ଅନେକ ଆକର୍ଷଣୀୟ ଅଫର ଘୋଷଣା କରାଯାଇଥିଲା। ଏପରିକି ୩୦୦୦ଟଙ୍କା ବିନିଯୋଗରେ ପ୍ରତିଦିନ ୩୦୦୦ ଟଙ୍କା ୧୫ ଦିନ ପାଇଁ ୪୫ ହଜାର ଟଙ୍କା ଫେରସ୍ତ ଗ୍ୟାରେଣ୍ଟି ଦେଇଥଲା। କରୋନା କାଳରେ ବଡ଼ବଡ଼ କମ୍ପାନୀର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ କର୍ମଚାରୀ ଛଟେଇ ଜାରି ରହିଛି। ଏପରିସ୍ଥଳେ ଏକ ଅର୍ଥ ଲଗାଣକାରୀର ଏଭଳି ଅଫର ଲୋକଙ୍କୁ ବିସ୍ମିତ କରିବା ସହ କମ୍ପାନୀର ବିଶ୍ୱସନୀୟତା ପ୍ରତି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଥିଲା । ଏସମ୍ପର୍କରେ ଧର୍ମଗଡ଼ ସ୍ଥିତ କମ୍ପାନୀ ଶାଖା କାର୍ଯ୍ୟାଳୟରେ ବୁଝିବାକୁ ଯିବାବେଳେ କାର୍ଯ୍ୟାଳୟରେ ତାଲା ଝୁଲିବା ସହ କର୍ମଚାରୀ ଫେରାର ମାରିଥିବା ଜଣାପଡିଥିଲା। ଘଟଣା ଜଣାପଡ଼ିବା ପରେ ନିବେଶକମାନେ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଜମାଇଥିଲେ। ତେବେ ଏନେଇ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ହୋଇ ନଥିବା ଜଣାପଡ଼ିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଛତିଶଗଡ଼ କମ୍ପାନୀ ଓଡ଼ିଶାରେ କରୁଛି ବିସ୍ତାର ଅର୍ଥ ପ୍ରଲୋଭନ ଦେଖାଇ ଯୁବପିଢ଼ିଙ୍କୁ ଶୋଷଣ , ଭଡା ଘରେ ଚାଲିଚି କାର୍ଯ୍ୟାଳୟ , କାର୍ଯ୍ୟାଳୟ ସମ୍ବନ୍ଧେ ଘର ମାଲିକ ଅଜଣା ତଦନ୍ତ ଦାବୀ

Sunil Chandra Nayak

ବିଷ ପିଇ ଯୁବକ ର ଆତ୍ମହତ୍ୟା

masiha

୨୮ କେଜି ଗଞ୍ଜେଇ ଜବତ ଜଣେ ଗିରଫ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort