ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆନ୍ତଃରାଜ୍ୟ ୬ ଦକାୟତ ଗିରଫ

ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅମାନାରା ଅଞ୍ଚଳ ରେ ଏକ ଡକାୟତି ଘଟଣା ର ତଦନ୍ତ କରିବାକୁ ଯାଇ ନୂଆପଡା ପୋଲିସ ଉକ୍ତ ଘଟଣା ରେ ସମ୍ପୃକ୍ତ ଡ଼କାୟତ ଘଟଣା ର ଫର୍ଦ୍ଧାଫାଶ କରିବା ସହ ୬ ଜଣ ଆନ୍ତଃରାଜ୍ୟ ଡକାୟତ ଦଳ କୁ ଗିରଫ କରିବା ରେ ସଫଳ ହୋଇଛି l ଏ ନେଉ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂଆପଡା ଏସପି ଆର ରାଘବେନ୍ଦ୍ର ରେଡ୍ଡୀ l ଗିରଫ ହୋଇଥିବା ୬ ଜଣ ଦକାୟତ ହେଲେ ପଡୋଶୀ ଛତିଶଗଡ ଖଲ୍ଲାରୀ ଅଂଚଳ ର ମୁକେଶ ଯାଦବ,ଓମପ୍ରକାଶ ବରିହା,ମହାବୀର ଯାଦବ, ଉର୍କାରl ଅଂଚଳ ର ଦୀପକ ରାୟ, ଅବିନାଶ ସିଂ ଏବଂ ନୂଆପଡା ଜୋଙ୍କ ଥାନା ଅଂଚଳ ର ସୁନୀଲ ଚନ୍ଦ୍ରକାର ବୋଲି ଜଣାପଡିଛି l ଏଥିସହ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ଧରମବନ୍ଧା ଥାନା ଅମାନରା ଗାଁ ମୋତିନ ବାଇ ସାହୁ ଙ୍କ ଅଭିଯୋଗ କ୍ରମେ ଗତ ମଇ ୩୧ ତାରିଖ ରାତ୍ର ପ୍ରାୟ ୩ ଘଣ୍ଟା ସମୟ ରେ ଗିରଫ ୬ ଜଣ ଡ଼କାୟତ ଆସି ତାଙ୍କ ଘରକୁ ଲାଗି ଥିବା ଦୋକାନ ର ଗ୍ରିଲ ଭାଙ୍ଗି ଲାଳସଲାମ କରି ଦୋକାନ ରୁ ଚାଉଳ, ତେଲ ଆଦି ଦକାୟତି କରି ନେଇ ଘଟଣା ସ୍ଥଳରେ ଏକ ବାଇକ ଏବଂ ଏକ ମୋବାଇଲ ଛାଡି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇ ଥିଲା ଉକ୍ତ ଅଭିଯୋଗ କୁ ଭିର୍ତ୍ତି କରି ଏକ ମାମଲା ରୁଜୁ କରି ଘଟଣା ର ତନାଘନା ତଦନ୍ତ ପରେ ଉକ୍ତ ଘଟଣା ର ଫର୍ଦ୍ଧାଫାଶ କରିବା ସହ ଏଥିରେ ସମ୍ପୃକ୍ତ ୬ ଜଣ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଡକାୟତି ଘଟଣା ରେ ବ୍ୟବହୃତ ମାରଣାସ୍ତ୍ର ସହ ବାଇକ, ମୋବାଇଲ ଫୋନ ଜବତ କରିବା ରେ ସଫଳ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୁଷ୍କର୍ମ ମାମଲାରେ ଗିରଫ ହେଲେ ଯୁବକ

masiha

ବନ୍ୟ ଜନ୍ତୁ ଶିକାର ଏବଂ ବନ୍ଧୁକ ରଖିବା ଅଭିଯୋଗରେ ଦୁଇ ଗିରଫ

Sunil Chandra Nayak

ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଅଫିସ୍ ସମେତ ୪ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଚଢଉ

Sunil Chandra Nayak

Leave a Comment

error: Content is protected !!